ETV Bharat / international

ଶ୍ରୀଲଙ୍କା ଉପକୂଳକୁ ଆସୁଛି ଆଉ ଏକ ଚୀନ ଜାହାଜ ! ଭାରତ ମହାସାଗରେ ଗତିବିଧି ବଢାଉଛି ଡ୍ରାଗନ

author img

By

Published : Aug 21, 2023, 6:18 PM IST

ଶ୍ରୀଲଙ୍କା ଉପକୂଳରେ ଅକ୍ଟୋବରରେ ଲାଗିବ ଚୀନର ଆଉ ଏକ ରିସର୍ଚ୍ଚ ଭ୍ୟାସେଲ । କଲମ୍ବୋକୁ ଅନୁମତି ମାଗିଲା ବେଜିଂ। ବଢିଲା ଭାରତର ଚିନ୍ତା । ଅଧିକ ପଢନ୍ତୁ

ଶ୍ରୀଲଙ୍କା ଉପକୂଳରେ ଲାଗିବ ଆଉ ଏକ ଚୀନ ଜାହାଜ ! ଭାରତ ମହାସାଗରେ ଗତିବିଧି ବଢାଉଛି ଡ୍ରାଗନ
ଶ୍ରୀଲଙ୍କା ଉପକୂଳରେ ଲାଗିବ ଆଉ ଏକ ଚୀନ ଜାହାଜ ! ଭାରତ ମହାସାଗରେ ଗତିବିଧି ବଢାଉଛି ଡ୍ରାଗନ

ହାଇଦ୍ରାବାଦ: ଶ୍ରୀଲଙ୍କା ଉପକୂଳରେ ଲାଗିବ ଚୀନର ଆଉ ଏକ ଜାହାଜ । ନିଜର ଏକ ରିସର୍ଚ୍ଚ ଭ୍ୟାସେଲ୍ସକୁ ଶ୍ରୀଲଙ୍କା ରାଜଧାନୀ କଲୋମ୍ବୋ ବନ୍ଦରରେ ପ୍ରବେଶ କରିବା ପାଇଁ ଚୀନ କର୍ତ୍ତୃପକ୍ଷ ଶ୍ରୀଲଙ୍କାକୁ ଅନୁମତି ମାଗିଥିବା ସୂଚନା ମିଳିବା ପରେ ଭାରତର ଚିନ୍ତା ବଢିଛି । ଏହି ରିସର୍ଚ୍ଚ ଭ୍ୟାସଲ୍ସଟି ଅକ୍ଟୋବରରେ ଶ୍ରୀଲଙ୍କାରେ ପହଞ୍ଚିପାରେ ।

କିଛି ଅନ୍ତର୍ଜାତୀୟ ଗଣମାଧ୍ୟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚୀନର ‘ଶି-ୟାନ୍’ ନାମକ ଏହି ବିଶାଳ ଅନୁସନ୍ଧାନକାରୀ ଜାହାଜ (ରିସର୍ଚ୍ଚ ଭ୍ୟାସେଲ୍ସ) ଅକ୍ଟୋବରରେ ଶ୍ରୀଲଙ୍କା ଉପକୂଳରେ ପହଞ୍ଚିବାର ଯୋଜନା ରହିଛି । ଏହି ବିଶାଳ ଜାହାଜର ପରିବହନ କ୍ଷମତା 1,115 DWT ରହିଛି । ସେହିପରି ଏହାର ଲମ୍ବ 90.6 ମିଟର ଏବଂ ପ୍ରସ୍ଥ 17 ମିଟର ବୋଲି ମଧ୍ୟ ରିପୋର୍ଟରେ ପ୍ରକାଶ ପାଇଛି । ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରଣାଳୟ ଏହି କ୍ଲିୟରାନ୍ସକୁ ନେଇ ବିବାଦ ଘେରକୁ ଆସିଛି ।

ଏହା ପୂର୍ବରୁ ଏକ ଅନୁସନ୍ଧାନକାରୀ ଜାହାଜ ବୋଲି ଦାବି କରୁଥିବା ଚୀନର ଏକ ଜାହାଜ କଲମ୍ବୋରେ ଡକ୍ ହୋଇଥିଲା । ଏହା ପରେ ଏହା ଚୀନ ନୌସେନା ଜାହାଜ ବୋଲି ଜଣାପଡିଥିଲା । ଏହାର ନାମ ଥିଲା ‘ହାଓ ୟାଙ୍ଗ 24 ହାଓ’ । ଏହି 129 ମିଟର ଲମ୍ବର ବିଶାଳ ଜାହାଜରେ 138 ଜଣ କର୍ମଚାରୀ ଥିଲେ । ଏହାକୁ ଚୀନ ନୌସେନାର କମାଣ୍ଡର ଜିନ୍ ଜିନ କମାଣ୍ଡ କରିଥିଲେ । ଗତ ବର୍ଷ ମଧ୍ୟ ଶ୍ରୀଲଙ୍କାର ହାମ୍ବନତୋତା ବନ୍ଦରରେ ‘ୟୁଆନ୍ ୱାଙ୍ଗ’ ନାମକ ଚାଇନାର ଏକ ଭେସେଲ୍ସ ଜାହାଜକୁ ପ୍ରବେଶ ଅନୁମତି ଦେଇଥିଲା ଶ୍ରୀଲଙ୍କା ।

ଏହା ମଧ୍ୟ ପଢନ୍ତୁ :-Chandrayaan 3: ଲ୍ୟାଣ୍ଡରକୁ ସ୍ବାଗତ କଲା CH-2 ଅର୍ବିଟର, ୨୩ ସନ୍ଧ୍ୟା 5.20ରୁ ଲ୍ୟାଣ୍ଡିଂ ଲାଇଭ୍‌

ଯାହାକୁ ନେଇ ନୂଆଦିଲ୍ଲୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ କଲମ୍ବୋର ଏହି ନିଷ୍ପତ୍ତିକୁ ବିରୋଧ କରିଥିଲା । ସେତେବେଳେ ଏହି ଜାହାଜକୁ ଏକ ଅନୁସନ୍ଧାନ ଏବଂ ରିସର୍ଚ୍ଚ ଜାହାଜ ବୋଲି ଚୀନ ଦର୍ଶାଇଥିଲା । ହେଲେ ଏହା ଭାରତ ମହାସାଗର କ୍ଷେତ୍ରରେ ପ୍ରତିରକ୍ଷା ବ୍ୟବସ୍ଥା ଉପରେ ଗୁପ୍ତ ତଥ୍ୟ ସଂଗ୍ରହ କରିବା ଯୋଜନାରେ ଆସିଥିବା ସନ୍ଦେହ କରାଯାଉଥିଲା । ଏଥିରେ ସ୍ପେସ୍ ଏବଂ ସାଟେଲାଇଟ୍ ଟ୍ରାକିଂ ଇଲେକ୍ଟ୍ରୋନିକ୍ସ ସହ ରକେଟ୍ ଏବଂ କ୍ଷେପଣାସ୍ତ୍ର ଉତକ୍ଷେପଣ ଉପରେ ନଜର ରଖିପାରିବା ପରି ବ୍ୟବସ୍ଥା ବିକଶିତ ହୋଇଥିବା ପ୍ରତିରକ୍ଷା ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଥିଲେ । ଶ୍ରୀଲଙ୍କା ଆଳରେ ଗୋଟିଏ ପରେ ଗୋଟିଏ ଜାହାଜକୁ ଭାରତ ମହାସାଗରେ ମୁତୟନ କରିବାରେ ଲାଗିଛି ଚୀନ । ଯାହା ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା ପ୍ରତି ଗୁଇନ୍ଦାଗିରି ଆଶଙ୍କାକୁ ବଢାଇ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.