ETV Bharat / international

କ୍ରିକେଟ ବୋର୍ଡ ଭଙ୍ଗ କରିଥିବା ଶ୍ରୀଲଙ୍କା କ୍ରୀଡାମନ୍ତ୍ରୀଙ୍କୁ ବରଖାସ୍ତ କଲେ ରାଷ୍ଟ୍ରପତି ବିକ୍ରମସିଙ୍ଘେ

author img

By ETV Bharat Odisha Team

Published : Nov 27, 2023, 6:08 PM IST

ଶ୍ରୀଲଙ୍କା କ୍ରୀଡାମନ୍ତ୍ରୀଙ୍କୁ ବରଖାସ୍ତ କଲେ ରାଷ୍ଟ୍ରପତି ବିକ୍ରମସିଙ୍ଘେ । କ୍ୟାବିନେଟ ବୈଠକରେ ହେଲା ନିଷ୍ପତ୍ତି । ବିଶ୍ବକପରେ ଖରାପ ପ୍ରଦର୍ଶନ ପରେ କ୍ରୀଡାମନ୍ତ୍ରୀ ଭଙ୍ଗ କରିଥିଲେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ । ଅଧିକ ପଢନ୍ତୁ

କ୍ରିକେଟ ବୋର୍ଡ ଭଙ୍ଗ କରିଥିବା ଶ୍ରୀଲଙ୍କା କ୍ରୀଡାମନ୍ତ୍ରୀଙ୍କୁ ବରଖାସ୍ତ କଲେ ରାଷ୍ଟ୍ରପତି ବିକ୍ରମସିଙ୍ଘେ
କ୍ରିକେଟ ବୋର୍ଡ ଭଙ୍ଗ କରିଥିବା ଶ୍ରୀଲଙ୍କା କ୍ରୀଡାମନ୍ତ୍ରୀଙ୍କୁ ବରଖାସ୍ତ କଲେ ରାଷ୍ଟ୍ରପତି ବିକ୍ରମସିଙ୍ଘେ

ହାଇଦ୍ରାବାଦ: ଭାରତରେ ଆୟୋଜିତ ଆଇସିସି କ୍ରିକେଟ ବିଶ୍ବକପ-2023ରେ ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ କ୍ରିକେଟ ବୋର୍ଡ ଭଙ୍ଗ କରି ଚର୍ଚ୍ଚା ଓ ବିବାଦରେ ଥିବା ଶ୍ରୀଲଙ୍କା କ୍ରୀଡାମନ୍ତ୍ରୀ ରୋଶନ ରଣସିଙ୍ଘେଙ୍କୁ ପଦରୁ ବରଖାସ୍ତ କରିଛନ୍ତି ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ । ଆଜି କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । କ୍ରୀଡାମନ୍ତ୍ରୀଙ୍କୁ ପଦରୁ ବରଖାସ୍ତ କରାଯିବା ସମ୍ପର୍କରେ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଏହା ସହ କ୍ରିକେଟ ବୋର୍ଡ ଭଙ୍ଗ ହେବା ପରେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଅର୍ଜୁନ ରଣତୁଙ୍ଗାଙ୍କ ନେତୃତ୍ବରେ ଗଠନ ହୋଇଥିବା ମଧ୍ୟବର୍ତ୍ତୀକାଳୀନ କିମିଟିକୁ ମଧ୍ୟ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଛି ।

ଭାରତ ସହ ଶ୍ରୀଲଙ୍କା ଅତି ନୈରାଶ୍ୟଜନକ ପ୍ରଦର୍ଶନ ସହ ପରାଜିତ ହୋଇଥିଲା । 302 ରନ ବ୍ୟବଧାନରେ ଶ୍ରୀଲଙ୍କା ପରାଜିତ ହୋଇ ବିଶ୍ବକପରୁ ବାଦ ପଡିବା ପରେ ଚଳିତ 6 ତାରିଖରେ କ୍ରୀଡାମନ୍ତ୍ରୀ ରୋଶନ ରଣସିଙ୍ଘେ ଦେଶର କ୍ରିକେଟ ବୋର୍ଡକୁ ଭଙ୍ଗ କରିଦେଇଥିଲେ । ଏହା ସହ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା 1996 ବିଶ୍ବକପ ବିଜେତା କ୍ୟାପଟେନ ଅର୍ଜୁନ ରଣତୁଙ୍ଗାଙ୍କ ନେତୃତ୍ବରେ ଏକ ମଧ୍ୟବର୍ତ୍ତୀକାଳୀନ କିମିଟି ମଧ୍ୟ ଗଠନ କରିଥିଲେ । ଏହି ନବଗଠିତ 7 ଜଣିଆ ଟିମରେ ରଣତୁଙ୍ଗା ମୁଖ୍ୟ ଭାବେ ରହିଥିବା ବେଳେ ଶ୍ରୀଲଙ୍କା ସର୍ବୋଚ୍ଚ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଓ ଜଣେ ପୂର୍ବତନ ବୋର୍ଡ ସଭାପତିଙ୍କୁ ମିଶାଇ ମୋଟ 7 ଜଣ ସଦସ୍ୟ ରହିଥିଲେ । ଏହି ଟିମ ଦେଶର କ୍ରିକେଟ ବ୍ୟାପାର ପରିଚାଳନା କରିବାକୁ ଅନ୍ତରୀଣ ଅନୁମତି ପାଇଥିବା କ୍ରୀଡା ମନ୍ତ୍ରଣାଳୟ ଏକ ଗେଜେଟ ବିଜ୍ଞପ୍ତି ଜାରି କରିଥିଲା ।

ଏହି ନୂତନ ଅନ୍ତରୀଣ କମିଟି ଗଠନ ହେବାର ମାତ୍ର କେଇ ଘଣ୍ଟା ମଧ୍ୟରେ ଏହି ବିବାଦ କୋର୍ଟରେ ମଧ୍ୟ ପହଞ୍ଚିଥିଲା । କମିଟି ଘୋଷଣା ହେବାର ପରଦିନ (7 ତାରିଖ) ରେ ଶ୍ରୀଲଙ୍କାର ଏକ କୋର୍ଟ କ୍ରୀଡାମନ୍ତ୍ରୀ ରୋଶନ ରଣସିଙ୍ଘେଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶ ଓ ଗଠନ କରାଯାଇଥିବା କମିଟିକୁ ନିଲମ୍ବିତ କରିବା ପାଇଁ ଅନ୍ତରୀଣ ଆଦେଶ ଜାରି କରିଥିଲେ ।

ଏହା ମଧ୍ୟ ମଧ୍ୟ ପଢନ୍ତୁ :- ‘ହାଇଦର କିଏ, ଆମେ କ୍ଷମତାକୁ ଆସିଲେ ହାଇଦ୍ରାବାଦର ନାମ ଭାଗ୍ୟନଗର କରିବୁ’

ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, କ୍ରିକେଟ ବୋର୍ଡର ଅଧ୍ୟକ୍ଷ ଶାମି ସିଲଭା କୋର୍ଟ-ଅଫ-ଅପିଲରେ କ୍ରୀଡାମନ୍ତ୍ରୀ ରଣସିଙ୍ଘେଙ୍କ ବୋର୍ଡ ଭଙ୍ଗ ଓ ନୂତନ ଅନ୍ତରୀଣ କମିଟି ଗଠନ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ । ତେବେ କୋର୍ଟ ଏହି ଅନ୍ତରୀଣ ନିଲମ୍ବନ ଆଦେଶ ଜାରି କରିଥିଲେ । ଯାହାର ଅବଧି ମାତ୍ର ଦୁଇ ସପ୍ତାହ ଥିଲା । ଏହା ପରେ ଆଜି କ୍ରୀଡାମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଦାୟିତ୍ବରୁ ବରଖାସ୍ତ କରିବା ସହ ସେ ଗଠନ କରିଥିବା କମିଟିକୁ ମଧ୍ୟ ସାମୟିକ ଭାବେ ନିଲମ୍ବିତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.