ETV Bharat / international

ଫୁଟବଲ ଷ୍ଟାଡିୟମରେ ଦଳାଚକଟା; 12 ମୃତ, 80 ଆହତ

author img

By ETV Bharat Odisha Team

Published : Aug 26, 2023, 10:07 AM IST

ମାଡାଗାସ୍କାରର ଏକ ଫୁଟବଲ ଷ୍ଟାଡିୟମରେ ଇଣ୍ଡିଆନ ଓସେନ ଆଇଲାଣ୍ଡ ଗେମ୍ସର ଉଦଘାଟନି ସେରିମନି ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଦଳଚକଟା । 12 ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

Madagascar stadium stampede
Madagascar stadium stampede

ଆନଣ୍ଟାନାରିଭୋ: ଆଫ୍ରିକୀୟ ଦେଶ ମାଡାଗାସ୍କାରର ଏକ ଷ୍ଟାଡିୟମରେ ଦଳାଚକଟା ହୋଇଛି । କ୍ରୀଡାପ୍ରେମୀଙ୍କ ମଧ୍ୟରେ ଦଳଚକଟା ହେବାରୁ 12 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 80 ଜଣ ଆହତ ହୋଇଛନ୍ତି । ଶୁକ୍ରବାର କିଆଞ୍ଜା ବାରିଆ ମହାମାସିନା ଷ୍ଟାଡିୟମରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । ଇଣ୍ଡିଆନ ଓସେନ ଆଇଲାଣ୍ଡ ଗେମ୍ସର ଉଦଘାଟନୀ ସେରିମନି ଦେଖିବାକୁ ଷ୍ଟାଡିୟମ ଭିତରକୁ ଏକା ସାଙ୍ଗରେ 50 ହଜାରରୁ ଉର୍ଦ୍ଧ୍ବ ଦର୍ଶକ ପ୍ରବେଶ ସମୟରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ସ୍ଥାନୀୟ ଗଣମାଧ୍ୟମ ଏନେଇ ରିପୋର୍ଟ କରିଛି ।

ମାଡାଗାସ୍କାର ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟିଆନ ନଟସେ (Christian Ntsay) ଆନଣ୍ଟାନାରିଭୋ ଏକ ଡାକ୍ତରଖାନାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଷ୍ଟାଡିୟମରେ ଦଳାଚକଟା ପରିସ୍ଥିତି ଯୋଗୁଁ ବର୍ତ୍ତମାନ ସୁଦ୍ଧା 12 ଜଣଙ୍କର ମୃତ ହୋଇଥିବା ବେଳେ 80 ଜଣ ଆହତ ହୋଇଛନ୍ତି । ମାଡାଗାସ୍କାରରେ ସେପ୍ଟେମ୍ବର 3 ତାରିଖ ପର୍ଯ୍ୟନ୍ତ ଇଣ୍ଡିଆନ ଓସେନ ଆଇଲାଣ୍ଡ ଗେମ୍ସର ଆୟୋଜନ କରାଯାଇଛି । 1977 ମସିହାରୁ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ପକ୍ଷରୁ ଏହା ଆରମ୍ଭ ହୋଇଥିଲା । ଏଥିରେ ମରିସିଅସ୍, ସିସେଲ୍ସ, କୋମୋରୋସ୍, ମାଡାଗାସ୍କର, ମାୟୋଟ, ରେୟୁନିଅନ୍ ଏବଂ ମାଲଦ୍ୱୀପର ଆଥଲେଟ୍ସମାନେ ସାମିଲ ହୋଇଥାନ୍ତି ।

ଏହା ମଧ୍ୟ ପଢନ୍ତୁ-ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଷ୍ଟାଡିୟମରେ ଦଳାଚକଟା, ୯ ମୃତ ଏକାଧିକ ଆହତ

ଉଦଘାଟନୀ ସମାରୋହରେ ଉପସ୍ଥିତ ଥିବା ମାଡାଗାସ୍କାର ରାଷ୍ଟ୍ରପତି ଆଣ୍ଡ୍ରି ରାଜୋଲିନା ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଏକ ମିନିଟ୍ ନୀରବ ପ୍ରାର୍ଥନା କରିବାକୁ ସମସ୍ତଙ୍କୁ କହିଥିଲେ । ଷ୍ଟାଡିୟମ ଭିତରେ ପ୍ରବେଶ ସମୟରେ ଏକ ଦୁଃଖଦ ଘଟଣା ଘଟିଛି । ସେଠାରେ ଦଳାଚକଟା ହେବାରୁ କିଛି ଦର୍ଶକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା କହିଥିଲେ ରାଷ୍ଟ୍ରପତି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ସୂଚାନକୁ ଅପେକ୍ଷା କରାଯାଇଛି । 2019 ମସିହାରେ କିଆଞ୍ଜା ବାରିଆ ମହାମାସିନା ଷ୍ଟାଡିୟମରେ ଦଳାଚକଟା ପରିସ୍ଥିତି ଉପୁଜିବାରୁ 15 ଜଣଙ୍କର ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-Stampede In Yemen Capital: ଆର୍ଥିକ ସହାୟତା ବଣ୍ଟନ ବେଳେ ଦଳାଚକଟା, 85 ମୃତ

ମେ' 21 ତାରିଖରେ ମଧ୍ୟ ଆମେରିକୀୟ ଦେଶ ଇଆ ସାଲଭାଡୋରର ଏକ ଷ୍ଟାଡିୟମରେ ଦଳାଚକଟା ହେବାରୁ 9 ଜଣଙ୍କର ମୃତ୍ୟୁ ହୋଇଥିଲା । ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଷ୍ଟାଡିୟମରେ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ ଦର୍ଶକ । ଏହି ସମୟରେ ଦଳାଚକଟା ହେବାରୁ 9 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିଲେ । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.