ETV Bharat / international

Russia Ukraine War: ୟୁକ୍ରେନର ୧୯୧ ଶିଶୁ ମୃତ, ୯୫୭ ଶିକ୍ଷାନୁଷ୍ଠାନ କ୍ଷତିଗ୍ରସ୍ତ

author img

By

Published : Apr 13, 2022, 7:36 PM IST

ଦିନକୁ ଦିନ ବଢୁଛି ୟୁକ୍ରେନ ନାଗରିକଙ୍କ ଦୁର୍ଦ୍ଦଶା । ଋଷିଆ ଓ ୟୁକ୍ରେନ ଯୁଦ୍ଧକୁ ୫୦ ଦିନ ପୁରିଥିବାବେଳେ ୟୁକ୍ରେନର ସାଧାରଣ ନାଗରିକଙ୍କ ଦୁର୍ଦ୍ଦଶା ବଢିଯାଇଛି । ସେପଟେ ଋଷ ସେନା ଆକ୍ରମଣରେ ଏଯାବତ୍‌ ୧୯୧ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ୟୁକ୍ରେନ ପକ୍ଷରୁ ଦାବି କରାଯାଇଛି । ଅଧିକ ପଢନ୍ତୁ

Russia Ukraine War: ୟୁକ୍ରେନର ୧୯୧ ଜଣ ଶିଶୁ ମୃତ, ୯୫୭ ଶିକ୍ଷାନୁଷ୍ଠାନ କ୍ଷତିଗ୍ରସ୍ତ
Russia Ukraine War: ୟୁକ୍ରେନର ୧୯୧ ଜଣ ଶିଶୁ ମୃତ, ୯୫୭ ଶିକ୍ଷାନୁଷ୍ଠାନ କ୍ଷତିଗ୍ରସ୍ତ

ନୂଆଦିଲ୍ଲୀ: ଦିନକୁ ଦିନ ବଢୁଛି ୟୁକ୍ରେନ ନାଗରିକଙ୍କ ଦୁର୍ଦ୍ଦଶା । ଋଷିଆ ଓ ୟୁକ୍ରେନ ଯୁଦ୍ଧକୁ ୫୦ ଦିନ ପୁରିଥିବାବେଳେ ୟୁକ୍ରେନର ସାଧାରଣ ନାଗରିକଙ୍କ ଦୁର୍ଦ୍ଦଶା ବଢିଯାଇଛି । ଏପଟେ ଋଷିଆ ସେନା ଆକ୍ରମଣରେ ୟୁକ୍ରେନର ଅନେକ ସହର ଧ୍ବଂସ ହୋଇଗଲାଣି ।

ସେହିପରି ଋଷ ସେନା ଆକ୍ରମଣରେ ଏଯାବତ୍‌ ୧୯୧ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ୟୁକ୍ରେନ ପକ୍ଷରୁ ଦାବି କରାଯାଇଛି । ଏଥିସହ ୩୫୦ରୁ ଅଧିକ ଶିଶୁ ମଧ୍ୟ ଆହତ ହୋଇଥିବା କହିଛି ୟୁକ୍ରେନ । ତେବେ ଏହି ସଂଖ୍ୟା ଅଧିକ ହୋଇ ପାରେ ବୋଲି ୟୁକ୍ରେନର ନାବାଳକଙ୍କ ସରକାରୀ ଓକିଲ ଏହା କହିଛନ୍ତି ।

ସେହିଭଳି ବିଭିନ୍ନ ସ୍ଥାନରେ ଏବେ ଲୋକ ଫସି ରହିଥିବାବେଳେ ଉଦ୍ଧାର କାର୍ଯ୍ୟ କରାଯାଇଛି । ତେବେ ଅଧିକାଂଶ ଶିଶୁ ପ୍ରଭାବିତ ହୋଇଥିବା ଅଞ୍ଚଳ ହେଉଛି, ଡୋନେଟସ୍କ - ୧୧୩, କିଭ- ୧୦୨, ଖାର୍କିଭ -୭୯, ଚେର୍ନିଭିଭ - ୫୪, ମାଇକୋଲାଇଭ -୪୦, ଖେରସନ - ୩୮, ଲୁହାନସ୍କ - ୩୬, ଜାପୋରିଜିଆ - ୨୩, ସୁମି - ୧୬, ଜାଇଟୋମିର - ୧୬ ଏକ ରିପୋର୍ଟରେ ପ୍ରକାଶ ପାଇଛି ।

ଅପରପକ୍ଷରେ ୟୁକ୍ରେନ୍ରର ଓକିଲ ଜେନେରାଲ ଏକ ରିପୋର୍ଟରେ ପ୍ରକାଶ କରି କହିଛନ୍ତି ଯେ, କିଭର ବୋରୋଡିଆନ୍କା ଏବଂ କୋରୋଲିଭ୍କାରେ ଋଷର ଦଖଲକାରୀଙ୍କ ଦ୍ୱାରା କରାଯାଇଥିବା ଅପରାଧିକ ଅପରାଧର ରେକର୍ଡିଂ ସମୟରେ ୧୬ବର୍ଷର ବାଳିକା ଏବଂ ୧୦ ବର୍ଷର ବାଳକର ମୃତଦେହ ମିଳିଥିଲା । ସେହିପରି ଅପ୍ରେଲ ୧୧ ତାରିଖରେ ଋଷୀୟ ସେନା ସାଧାରଣ ନାଗରିକ ରହୁଥିବା ସ୍ଥାନ ଖାର୍କିଭରେ ଆକ୍ରମଣ କରିଛି । ତେବେ ଏହି ଆକ୍ରମଣରେ ଜଣେ ଦେଢ ମାସର ଶିଶୁର ମୃତ୍ୟୁ ହୋଇଥିବାବେଳେ ୧୨ ବର୍ଷର ଜଣେ ନାବାଳକର ମଧ୍ୟ ମୃତ୍ୟୁ ହୋଇଛି । ଏହା ସହିତ ଆକ୍ରମଣରେ ୧ ବର୍ଷ ଠାରୁ ଆରମ୍ଭ କରି ୯ ବର୍ଷ ପର୍ଯ୍ୟନ୍ତ ଶିଶୁ ଆହତ ହୋଇଛନ୍ତି ।

ଅନ୍ୟପଟେ ସେହିଦିନ ଖେର୍ସନ ଅଞ୍ଚଳରେ ଥିବା ଏକ ଘର ଉପରେ ଋଷୀୟ ସେନା ଆକ୍ରମଣରେ ୧୫ ବର୍ଷର ନାବାଳିକା ଗୁରୁତର ଆହତ ହୋଇଥିଲା । ତେବେ ୟୁକ୍ରେନ ବିଭିନ୍ନ ସହରେ ହୋଇଥିବା ବୋମା ମାଡ ଏବଂ ଆକ୍ରମଣରେ ୯୫୭ଟି ଶିକ୍ଷାନୁଷ୍ଠାନ କ୍ଷତିଗ୍ରସ୍ତ ହୋଇଛି । ଏଥିମଧ୍ୟରୁ ୮୮ଟି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି ବୋଲି ୟୁକ୍ରେନ କହିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.