ETV Bharat / international

US କଂଗ୍ରେସକୁ ମୋଦିଙ୍କ ସମ୍ବୋଧନ, କହିଲେ ମାନବିକତାର ଶତ୍ରୁ ଆତଙ୍କବାଦ

author img

By

Published : Jun 23, 2023, 10:46 AM IST

ୟୁଏସ ସଂସଦର ମିଳିତ ଅଧିବେଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି । ଭାରତ ଆମେରିକା ମଧ୍ୟରେ ସମ୍ପର୍କ ଅଧିକ ନିବିଡ ହୋଇଛି ବୋଲି କହିଛନ୍ତି ମୋଦି । ଅଧିକ ପଢନ୍ତୁ

pm modi at joint session of US Congress
US ସଂସଦରେ ମୋଦିଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ତିନିଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟୁଏସ କଂଗ୍ରେସ ବା ଆମେରିକା ସଂସଦ ସଂଯୁକ୍ତ ସଭାକୁ ସମ୍ବୋଧନ କରିଛନ୍ତି । ସମ୍ବୋଧନରେ ମୋଦି କହିଛନ୍ତି ଭାରତ ଆମେରିକା ସମ୍ପର୍କ ନିବିଡ ହୋଇଛି । ମୋଦିଙ୍କ ସମ୍ବୋଧନ ସମୟରେ କରତାଳି ଭାରତ ମାତା କି ଜୟ ବନ୍ଦେ ମାତରମ୍ ଧ୍ବନିରେ କମ୍ପିଥିଲା ୟୁଏସ ସଂସଦ । 7 ବର୍ଷରେ ବହୁତ କିଛି ବଦଳିଛି ମାତ୍ର ଆମ ସମ୍ପର୍କ ଆହୁରି ମଜବୁତ ହୋଇଛି । ଉଭୟ ରାଷ୍ଟ୍ର ଗଣତନ୍ତ୍ର ଉପରେ ବିଶ୍ବାସ ରଖନ୍ତି । ଭାରତରେ ଭେଦଭାବ ନାହିଁ । ବର୍ତ୍ତମାନ ଭାରତ ଆମେରିକା କାନ୍ଧକୁ କାନ୍ଧକୁ ମିଶାଇ ଆଗକୁ ବଢୁଛନ୍ତି । ଆତଙ୍କବାଦକୁ ନେଇ ଚିନ୍ତାପ୍ରକଟ କରି ମୋଦି କହିଛନ୍ତି ମାନବିକତାର ଶତ୍ରୁ ଆତଙ୍କବାଦ ।

  • Terrorism is an enemy of humanity and there can be no ifs and buts in dealing with it. We must overcome all such forces sponsoring and exporting terror: Prime Minister Narendra Modi addressing the joint sitting of the US Congress pic.twitter.com/mxfKyg6E1U

    — ANI (@ANI) June 22, 2023 " class="align-text-top noRightClick twitterSection" data=" ">

ଆମେରିକା ସଂସଦରେ ସମ୍ବୋଧନ କରି ମୋଦି କହିଛନ୍ତି, ''2016ରେ ମୁଁ ଯେବେ ଏଠାରେ ଥିଲି କହିଥିଲି ଆମ ସମ୍ପର୍କ ଆଗାମୀ ଭବିଷ୍ୟତ ପାଇଁ ପ୍ରଧାନ୍ୟ ରହିବ । ଆଜି ସେହି ଭବିଷ୍ୟତ ଆସିଛି । ଆକାଶର କୌଣସି ଅନ୍ତ ନାହିଁ ଭାରତ ଓ ଆମେରିକା ମଧ୍ୟରେ ସେହିପରି ସମ୍ପର୍କ । ସବକା ସାଥ, ସବକା ବିକାଶ, ସବକା ବିଶ୍ବାସ ଓ ସବକା ପ୍ରୟାସ ଆମର ମୁଖ୍ୟ ଭିଜନ । ଭିତ୍ତିଭୂମି ବିକାଶ ଏହାର ମୁଖ୍ୟ ଲକ୍ଷ୍ୟ । ଜାତି, ଧର୍ମ, ବୟସ ଆଦିକୁ ନେଇ ଭାରତରେ କୌଣସି ଭେଦଭାବ ନାହିଁ ଲୋକତନ୍ତ୍ର ଆମ ଆତ୍ମାରେ ରକ୍ତରେ ଅଛି । ଆମେ ପାଖାପାଖି 150 ମିଲିୟନ ଲୋକଙ୍କ ମୁଣ୍ଡକୁ 40ମିଲିୟନ ଘର ଦେଇଛୁ । ଅତୀତରେ ପ୍ରତ୍ୟେକ ଭାରତୀୟ ପ୍ରଧାନମନ୍ତ୍ରୀ ଓ ଆମେରିକା ରାଷ୍ଟ୍ରପତି ଆମ ସମ୍ପର୍କକୁ ଆହୁରି ଆଗକୁ ନେଇଛନ୍ତି । ମାତ୍ର ଆମ ପିଢି ଏହାକୁ ନେଇ ଗର୍ବିତ ମନେ କରୁଛନ୍ତି । ଆଜି ଆମେରିକା ଆମର ସବୁଠୁ ବଡ ପ୍ରତିରକ୍ଷା ସହଯୋଗୀ ରାଷ୍ଟ୍ର ହୋଇଛି । ଶାନ୍ତି ପ୍ରତିଷ୍ଠା ପାଇଁ ଦୁଇ ଦେଶ କାର୍ଯ୍ୟ କରୁଛନ୍ତି ।''

ଆତଙ୍କବାଦ ମାନବିକତାର ଶତ୍ରୁ: 9/11, 26/11କୁ ମନେ ପକାଇ ସନ୍ଦେଶ ଦେଇ ଆତଙ୍କବାଦକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ''ଆତଙ୍କବାଦ ମଣିଷ ସମାଜର ଶତ୍ରୁ ଏନେଇ ମିଳିତ ଲଢେଇ ଆବଶ୍ୟକ । ଆତଙ୍କବାଦ ମାନବିକତାର ଶତ୍ରୁ ଏହି ବିରୋଧରେ ଲଢେଇ ଜରୁରୀ । ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଶକ୍ତିଙ୍କ ବିରୋଧରେ ଲଢେଇ ଜରୁରୀ । ଭାରତ ଓ ଆମେରିକା ଆତଙ୍କବାଦ ବିରୋଧରେ ଲଢେଇ କରିବାକୁ ପ୍ରତିଶ୍ରୁତିବଦ୍ଧ । ଉଭୟ ଦେଶ ଗଣତନ୍ତ୍ର ମୂଲ୍ୟ ଉପରେ ବିଶ୍ବାସ ରଖନ୍ତି । ଆତଙ୍କବାଦ ସହ ଲଢିବାକୁ ଭାରତ ଓ ଆମେରିକା ଏକାଠି ଛିଡା ହୋଇଛନ୍ତି । ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି ପ୍ରତିଷ୍ଠା ଆମର ପ୍ରଥମ ପ୍ରାଥମିକତା । ''

ଏହା ବି ପଢନ୍ତୁ...ହ୍ବାଇଟ୍ ହାଉସରେ ମୋଦିଙ୍କ ରାତ୍ରଭୋଜନ, ବନ୍ଧୁତ୍ବକୁ ସେଲିବ୍ରେସନ କଲେ ଦୁଇ ରାଷ୍ଟ୍ରମୁଖ୍ୟ

ଏହା ବି ପଢନ୍ତୁ...ଦିନେ ବାହାରୁ ହ୍ବାଇଟ ହାଉସ ଦେଖିଥିଲେ ମୋଦି, ଆଜି ଅତିଥି

ସେହିପରି ଋଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ମୋଦି କହିଛନ୍ତି, ''ଋଷ ୟୁକ୍ରେନ ଧ୍ବଂସର ଲୀଳା ବନ୍ଦ ହେବା ଦରକାର । ଆପୋସ ବୁଝାମଣା ଆଲୋଚନା ଦ୍ବାରା ଯୁଦ୍ଧକୁ ବିରାମ ଦେବାର ଆବଶ୍ୟକତା ରହିଛି । ଶାନ୍ତି ବଜାୟ ପାଇଁ ଭାରତ ଏକାଧିକ ଥର ଅପିଲ କରିଛି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.