ETV Bharat / international

Russia Ukraine War: ମାରିଓପୁଲରେ ୧୦ ହଜାରରୁ ଅଧିକ ମୃତ

author img

By

Published : Apr 11, 2022, 4:24 PM IST

ଥମିବାର ନାଁ ଧରୁନି ଋଷ ଓ ୟୁକ୍ରେନ ମହାଯୁଦ୍ଧ । ତେବେ ୟୁକ୍ରେନର ବନ୍ଦର ନଗରୀ ତଥା ମାରିଓପୁଲରେ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି ଆଜି ଏହା କହିଛନ୍ତି । ଅଧିକ ପଢନ୍ତୁ

Russia Ukraine War: ମାରିଓପୁଲରେ ୧୦ ହଜାରରୁ ଅଧିକ ମୃତ
Russia Ukraine War: ମାରିଓପୁଲରେ ୧୦ ହଜାରରୁ ଅଧିକ ମୃତ

ନୂଆଦିଲ୍ଲୀ: ଥମିବାର ନାଁ ଧରୁନି ଋଷ ଓ ୟୁକ୍ରେନ ଯୁଦ୍ଧ । ବେଳକୁ ବେଳ ଜଟିଳ ହେବାର ଲାଗିଛି ଏହି ଯୁଦ୍ଧ । ଏପଟେ ଋଷ ଓ ୟୁକ୍ରେନ ଯୁଦ୍ଧକୁ ୪୮ ଦିନ ପୂରିଥିବା ବେଳେ ଏହାର ପ୍ରଭାବ ସାରା ବିଶ୍ବରେ ପରିଲିକ୍ଷିତ ହୋଇଛି ।

ସେପଟେ ଯୁଦ୍ଧ କାରଣରୁ ୟୁକ୍ରେନ ନାଗରିକଙ୍କ ଜୀବନ ଦୁଃର୍ବିସହ ହୋଇପଡିଲାଣି । ୟୁକ୍ରେନର ବନ୍ଦର ନଗରୀ ତଥା ମାରିଓପୁଲରେ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି ଆଜି ଏହା କହିଛନ୍ତି । ଋଷୀୟ ସେନା ଆକ୍ରମଣରେ ସର୍ବାଧିକ ଲୋକ ମାରିଓପୁଲରେ ପ୍ରାଣ ହରାଇଥିବା କୁହାଯାଉଛି ।

ସେହିଭଳି ଦକ୍ଷିଣ କୋରିଆର ଆଇନ ବିଶାରଦ ଏକ ଭର୍ଚ୍ଚୁଆଲ ବୈଠକରେ କହିଛନ୍ତି ଯେ, ମାରିଓପୁଲ ସହର ସମ୍ପର୍ଣ୍ଣ ଧୂଂସସ୍ତୂପ ପରିଣତ ହେବା ସହ ୧୦ ହଜାରରୁ ଅଧିକ ଲୋକେ ଯୁଦ୍ଧ କାରଣରୁ ପ୍ରାଣ ହରାଇଛନ୍ତି । ଏଥିସହ ଆଜି ଋଷ ଓ ୟୁକ୍ରେନ ମଧ୍ୟରେ ଆଉ ଏକ ବୁଝାମଣା ହୋଇଛି । ୟୁକ୍ରେନର ସାଧାରଣ ଲୋକଙ୍କୁ ଉଦ୍ଧାର କରିବା ଲାଗି ଆହୁରି ୯ ଟି ମାନବୀୟ କରିଡର ହେବ ।

ତେବେ ଏହା ୟୁକ୍ରେନର ପୂର୍ବାଞ୍ଚାଳରେ ମାନବୀୟ କରିଡର କରାଯିବ ସହିତ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯିବ ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି । ଏହି ସବୁ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଲାଗି ଉଭୟ ରାଷ୍ଟ୍ରର ବୁଝାମଣାରେ ଏହି କରିଡର କରାଯାଇଛି । ଏହି ୯ଟି ରୁଟ୍‌ ମଧ୍ୟରେ ମାରିଓପୁଲ ୟୁକ୍ରେନରେ ଦକ୍ଷିଣଞ୍ଚାଳରେ ଥିବା ସହର ଜାପୋରିଜିଆ ଏବଂ ଲୁହାଂସ୍କ ସହିତ ବାଖମୁଟରୁ ଲୋକଙ୍କୁ ଉଦ୍ଧାର କରାଯିବ ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.