ETV Bharat / international

ଭାରତ ମହାସାଗରରେ ବୁଡିଗଲା ଚୀନ ମାଛଧରା ଡଙ୍ଗା, ୩୯ ନିଖୋଜ

author img

By

Published : May 17, 2023, 3:57 PM IST

ଭାରତ ମହାସାଗରରେ ଚୀନର ମାଛଧରା ଡଙ୍ଗାବୁଡି ୩୯ ଜଣ ନିଖୋଜ । ଅଧିକ ପଢ଼ନ୍ତୁ

fishing boat capsizes in indian ocean
ଭାରତ ମହାସାଗରରେ ବୁଡିଗଲା ଡଙ୍ଗା

ବେଜିଂ: ଭାରତ ମହାସାଗରରେ ଅଘଟଣ । ଚୀନର ଏକ ମାଛଧରା ଡଙ୍ଗା ବୁଡିଯିବାରୁ ୩୯ ଜଣ ନିଖୋଜ ଥିବା ରାଷ୍ଟ୍ରାୟାତ ଗଣମାଧ୍ୟମରେ ପ୍ରକାଶ ପାଇଛି । ଡଙ୍ଗାରେ ଚୀନ, ଇଣ୍ଡୋନେସିଆ ଓ ଫିଲିପାଇନ୍ସର ଲୋକଥିଲେ । ନିଖୋଜଙ୍କୁ ଉଦ୍ଧାର ପାଇଁ ଯୁଦ୍ଧାକାଳୀନ ଅପରେସନ ଆରମ୍ଭ କରାଯାଇଛି । ଏହି ଘଟଣାର ତଦନ୍ତ ପାଇଁ ଚୀନ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଛନ୍ତି ।

ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ୩ଟା ସମୟରେ ଭାରତ ମହାସାଗରରେ ଚଳାଚଳ କରୁଥିବା ସମୟରେ ଡଙ୍ଗାଟି ବୁଡି ଯାଇଥିଲା । ଉକ୍ତ ଡଙ୍ଗାରେ ଥିବା କ୍ରୁ ମାନଙ୍କ ମଧ୍ୟରୁ ଚୀନରୁ ୧୭ ଜଣ, ଇଣ୍ଡୋନେସିଆରୁ ୧୭ ଜଣ ଥିବାବେଳେ ଫିଲିପାଇନ୍ସରୁ ୫ ଜଣ ଥିଲେ । ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ପାଇଁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ଲି କିରାଙ୍ଗ ବିଦେଶରେ ଉପସ୍ଥିତ କୂଟନୀତିଜ୍ଞ ତଥା କୃଷି ଓ ପରିବହନ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ଚୀନ ବୀଶ୍ବରେ ସବୁଠୁ ଅଧିକା ମାଛଧରା ଡଙ୍ଗା ଚଳାଏ ବୋଲି କୁହାଯାଏ । ଚୀନର ରାଷ୍ଟ୍ରାୟତ୍ତ ସାମୁଦ୍ରିକ ନିରାପତ୍ତା ଏଜେନ୍ସି ଏବଂ ଜାହାଜର ନେଟୱାର୍କ ସହଯୋଗରେ ମାସ ମାସ ଧରି ସମୁଦ୍ରରେ ରହି ମାଛ ଧରିଥାନ୍ତି । ତେବେ ଡଙ୍ଗା ବୁଡିବାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ନିକଟରେ ଟୁନିସିଆ ଉପକୂଳରେ ଡଙ୍ଗାବୁଡି ୨୮ ଜଣଙ୍କ ମୃତ୍ୟୁ ଘଟିଥିଲା । ଭୂମଧ୍ୟସାଗର ଦେଇ ଇଟାଲୀ ଯାଉଥିବାବେଳେ ଡଙ୍ଗାଟି ବୁଡି ଯାଇଥିଲା । ସେହିପରି ଗତ ମାର୍ଚ୍ଚ ମାସରେ ଆମେରିକାର କାର୍ଲିଫର୍ଣ୍ଣିଆ ସମୁଦ୍ରରେ ଦୁଇଟି ମତ୍ସ୍ୟଜୀବୀ ଜାହାଜ ବୁଡି ଯାଇଥିଲା । ଫଳରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା । ସେହିପରି ଫେବୃୟାରୀ ମାସରେ ଦକ୍ଷିଣ ଇଟାଲିର ସମୁଦ୍ରରେ ଏକ ଜାହାଜ ବୁଡି ଅତି କମରେ ୪୦ ଜଣଙ୍କ ମୃତ୍ୟୁ ଘଟିଥିଲା । କୂଳରେ ଲାଗୁଥିବା ସମୟରେ ଭାରସାମ୍ୟ ହରାଇ ଜାହାଜଟି ବୁଡ଼ି ଯାଇଥିଲା । କାଲବେରିଆ ଉପକୂଳବର୍ତ୍ତୀ ସହର କ୍ରୋଟୋନର ସମୁଦ୍ର କୂଳରେ ଲାଗୁଥିବା ସମୟରେ ହଠାତ୍‌ ଜାହାଜଟି ଭାଙ୍ଗି ଯାଇଥିଲା । ଏଥିରେ 100ରୁ ଅଧିକ ପ୍ରବାସୀ ଥିଲେ । ତେବେ ଯାହାଜରେ ଥିବା ସମସ୍ତ ପ୍ରବାସୀ ଇରାନ, ଇରାକ, ସିରିଆ, ଆଫଗାନିସ୍ତାନ, ପାକିସ୍ତାନ ଏବଂ ସୋମାଲିଆରୁ ହୋଇଥିବା ଜଣାପଡିଥିଲା । ସେହିପରି ଗତବର୍ଷ ବାଂଲାଦେଶରେ ଏକ ଯାତ୍ରୀବାହୀ ଡଙ୍ଗାବୁଡ଼ି 25 ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଏହି ଯାତ୍ରୀବାହୀ ଡଙ୍ଗାରେ ପ୍ରାୟ 70 ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ କୌଣସି କାରଣରୁ ଡଙ୍ଗାଟି ନଦୀ ଗର୍ଭରେ ବୁଡ଼ି ଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.