ETV Bharat / international

ପାକିସ୍ତାନରେ ନିରପେକ୍ଷ ନିର୍ବାଚନ ପାଇଁ ୭ ଜଣିଆ ସମିତି ଗଠିତ

author img

By ETV Bharat Odisha Team

Published : Jan 21, 2024, 4:38 PM IST

Pakistan polls: ଆସନ୍ତା ଫେବୃଆରୀ 8 ତାରିଖରେ ପାକିସ୍ତାନରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ନିରପେକ୍ଷ ନିର୍ବାଚନ ପାଇଁ ପାକ୍ ପ୍ରଧାନମନ୍ତ୍ରୀ ଗଠନ କଲେ ୭ ଜଣିଆ କମିଟି । ଅଧିକ ପଢନ୍ତୁ

ପାକିସ୍ତାନରେ ନିରପେକ୍ଷ ନିର୍ବାଚନ ପାଇଁ ୭ ଜଣିଆ ସମିତି ଗଠିତ
ପାକିସ୍ତାନରେ ନିରପେକ୍ଷ ନିର୍ବାଚନ ପାଇଁ ୭ ଜଣିଆ ସମିତି ଗଠିତ

ଇସଲାମାବାଦ: ଆସନ୍ତା ଫେବୃଆରୀ 8 ତାରିଖରେ ପାକିସ୍ତାନରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ଏଥିପାଇଁ ପାକିସ୍ତାନର ସମସ୍ତ ରାଜନୈତିକ ଦଳ ଏବେ ଠାରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକଡ଼ ଦେଶରେ ସାଧାରଣ ନିର୍ବାଚନ ପ୍ରକ୍ରିୟାରେ ନିରପେକ୍ଷ ନିର୍ବାଚନକୁ ସୁନିଶ୍ଚିତ କରିବା ପାଇଁ ଏକ ସାତ ସଦସ୍ୟ ବିଶିଷ୍ଟ ସମିତି ଗଠନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ .... ପାକିସ୍ତାନର ପାଲଟା ଜବାବ, ଇରାନର ଆତଙ୍କୀ ଠିକଣା ଉପରେ ଏୟାର ଷ୍ଟ୍ରାଇକରେ 9 ମୃତ

ପାକ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି ହୋଇଥିବା ଏକ ଅଧିସୂଚନା ମୁତାବକ, ସଂଚାର, ରେଲୱ ତଥା ସମୁଦ୍ର ମାମଲାର ଅନ୍ତରୀଣ ମନ୍ତ୍ରୀ ଶାହିଦ ଅସରଫ ତରାରଙ୍କୁ ଏହି ସମିତିର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ଏଥି ସହିତ ଏହି ସମିତିରେ ରାଷ୍ଟ୍ରର ଗୃହ ସଚିବ, ଚାରି ଜଣ ପ୍ରାନ୍ତୀୟ ମୁଖ୍ୟ ସଚିବ ସାମିଲ ଅଛନ୍ତି ।

ଏହି ଅଧିସୂଚନା ମୁତାବକ ଏହି ସମିତି ଆଗାମୀ ସାଧାରଣ ନିର୍ବାଚନରେ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ ସହିତ ତାହାର ନିରୀକ୍ଷଣ କରିବା, ନିର୍ବାଚନକୁ ସୁଚାରୁ ରୂପେ ପରିଚାଳନା ପାଇଁ ବ୍ୟାପକ ପ୍ରଶାସନିକ ବ୍ୟବସ୍ଥା କରିବା ଓ ସମନ୍ବୟ ସମ୍ବନ୍ଧିତ ମାମଲାର ସମୀକ୍ଷା ଓ ସମାଧାନ କରିବା ଭଳି ଗୁରୁ ଦାୟିତ୍ବ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ ... ଭାରତର ବିମାନକୁ ଅନୁମତି ଦେଲେନି ମାଳଦ୍ବୀପ ରାଷ୍ଟ୍ରପତି, ଆଖି ବୁଜିଲା ଅସୁସ୍ଥ ବାଳକ

କାମଚଳା ପ୍ରଧାନମନ୍ତ୍ରୀ କାକଡ଼ଙ୍କ ଉପରେ ଦେଶରେ ନିରପେକ୍ଷ ଓ ସ୍ବତନ୍ତ୍ର ନିର୍ବାଚନ କରିବା ପାଇଁ ଦାୟିତ୍ବ ରହିଛି , କିନ୍ତୁ ତାଙ୍କ ଉପରେ ସେନା ସମର୍ଥିତ ରାଜନୈତିକ ଦଳମାନଙ୍କ ପକ୍ଷରେ କାମ କରିବାର ଲଗାତାର ଅଭିଯୋଗ ହୋଇ ଆସୁଛି । ନିର୍ବାଚନ ପୂର୍ବରୁ ଦୁର୍ନୀତିର ଅଭିଯୋଗ ମଧ୍ୟ ତାଙ୍କ ଉପରକୁ ଆସିଛି । ଏହାସହ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜେଲରେ ଅଛନ୍ତି ଓ ତାଙ୍କ ଉପରେ ନିର୍ବାଚନ ଲଢିବା ପାଇଁ ରୋକ ମଧ୍ୟ ଲାଗିଛି । ସୂଚନାଯୋଗ୍ୟ ଯେ ପାକିସ୍ତାନର ମାନବାଧିକାର ଆୟୋଗ ଏହି ମାସ ଆରମ୍ଭରୁ କହିଥିଲେ ଯେ ନିର୍ବାଚନ ପୂର୍ବରୁ ଦୁର୍ନୀତି କାରଣରୁ ଦେଶରେ ସ୍ବତନ୍ତ୍ର ଓ ନିରପେକ୍ଷ ନିର୍ବାଚନ ହେବାର ଆଶା କ୍ଷୀଣ ଅଟେ ।

ସେହିପରି ନିକଟ ଅତୀତରେ ପାକିସ୍ତାନ ଆର୍ଥିକ ଓ ରାଜନୈତିକ ଅସ୍ଥିରତା ଦେଇ ଗତି କରିଆସୁଛି । ଏହାରି ମଧ୍ୟରେ ସାଧାରଣ ନିର୍ବାଚନକୁ ନେଇ ଅନିଶ୍ଚିତତା ଦେଖିବାକୁ ମିଳିଛି । ନିର୍ଦ୍ଦଳୀୟ ସାଂସଦ ଦିଲାୱର ଖାନ ସାଧାରଣ ନିର୍ବାଚନକୁ ଘୁଞ୍ଚାଇବା ଲାଗି ସଂସଦରେ ପ୍ରସ୍ତାବ ଆଗତ କରିଥିଲେ । ଯାହାକୁ ସଂସଦର ଉଚ୍ଚ ସଦନ ସିନେଟ୍‌ରେ ବିପୁଳ ସମର୍ଥନ ମିଳିଥିଲା । କିନ୍ତୁ ଶାସକ ଦଳ ଏହାକୁ ବିରୋଧ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.