ETV Bharat / international

ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ତୁର୍କୀ-ଗ୍ରୀସ: 6 ମୃତ, 100ରୁ ଊର୍ଦ୍ଧ୍ବ ଆହାତ

author img

By

Published : Oct 30, 2020, 8:01 PM IST

Updated : Oct 30, 2020, 10:08 PM IST

ତୁର୍କୀ ଓ ଗ୍ରୀସରେ 7.0 ତୀବ୍ରତାର ଭୂମିକମ୍ପ । ବ୍ୟାପକ କ୍ଷୟକ୍ଷତି ନେଇ ସୂଚନା । ଅଧିକ ପଢନ୍ତୁ...

ଭୂମିକମ୍ପର ଝଟକାରେ ଥରିଲା ତୁର୍କୀ ଓ ଗ୍ରୀସ, ବ୍ୟାପକ କ୍ଷୟକ୍ଷତି
ଭୂମିକମ୍ପର ଝଟକାରେ ଥରିଲା ତୁର୍କୀ ଓ ଗ୍ରୀସ, ବ୍ୟାପକ କ୍ଷୟକ୍ଷତି

ଅଙ୍କାରା: ତୁର୍କୀ ଓ ଗ୍ରୀସରେ ବଡ ଧରଣର ଭୂମିକମ୍ପ ନେଇ ଖବର ସାମ୍ନାକୁ ଆସିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ରହିଛି 7.0 । ୟୁଏସ ଜିୟୋଲୋଜିକାଲ ସର୍ଭେ ଅନୁଯାୟୀ ପଶ୍ଚିମ ଇଜମିର ରାଜ୍ୟର ସମୁଦ୍ର ଉପକୂଳରୁ ପ୍ରାୟ 17 କିଲୋମିଟର ଦୂରରେ ଏହି ଭୂମିକମ୍ପର ଝଟକା ଅନୁଭୂତ ହୋଇଛି ।

ଭୂମିକମ୍ପ ଝଟକାରେ ଥରିଲା ତୁର୍କୀ ଓ ଗ୍ରୀସ, ବ୍ୟାପକ କ୍ଷୟକ୍ଷତି

ଭୂମିକମ୍ପ ଯୋଗୁଁ ତୁର୍କୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ଚିତ୍ର ସାମ୍ନାକୁ ଆସିଛି । ଭୂମିକମ୍ପର ଝଟକା ଏତେ ତୀବ୍ର ଥିଲା ଯେ, ଏହା ପ୍ରଭାବରେ ଅନେକ ଘର ଭାଙ୍ଗି ନଷ୍ଟ ହୋଇଯାଇଛି । ଶକ୍ତିଶାଳୀ ଭୂକମ୍ପରେ 6 ମୃତାହତ ହୋଇଥିବା ବେଳେ 100ରୁ ଊର୍ଦ୍ଧ୍ବ ଆହାତ ହୋଇଛନ୍ତି ।

ଗ୍ରୀସ ଓ ତୁର୍କୀରେ ହୋଇଥିବା ଭୂମିକମ୍ପ ଯୋଗୁଁ ସାମୋସ ବନ୍ଦରରେ ସୁନାମୀ ନେଇ ଆଲର୍ଟ ଜାରି କରାଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତାହତ ନେଇ କୌଣସି ଖବର ହସ୍ତଗତ ହୋଇନାହିଁ ।

ଗତ ବର୍ଷ ଜାନୁଆରୀରେ ମଧ୍ୟ ତୁର୍କୀରେ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା । ଏଥିରେ 30 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 1600ରୁ ଅଧିକ ଆହତ ହୋଇଥିଲେ । ସେହିପରି 1999 ମସିହାରେ ହୋଇଥିବା ଭୂମିକମ୍ପରେ ତୁର୍କୀରେ 17,000 ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ 250,000 ପ୍ରଭାବିତ ହୋଇଥିଲେ ।

Last Updated : Oct 30, 2020, 10:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.