ETV Bharat / international

ଉଗାଣ୍ଡାରେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ଭେଟିଲେ ଜୟଶଙ୍କର

author img

By ETV Bharat Odisha Team

Published : Jan 20, 2024, 7:36 PM IST

Jaishankar calls on Lankan President Wickremesinghe: କମ୍ପାଲାରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେଙ୍କୁ ଭେଟିଲେ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର । ଅଧିକ ପଢନ୍ତୁୁ

ଉଗାଣ୍ଡାରେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ଭେଟିଲେ ଜୟଶଙ୍କର
ଉଗାଣ୍ଡାରେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ଭେଟିଲେ ଜୟଶଙ୍କର

ହାଇଦ୍ରାବାଦ: ‘ନନ-ଆଲାଇଣ୍ଡ ମୁଭମେଣ୍ଟ’ ବା ‘ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ’ର 19ତମ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଉଗାଣ୍ଡା ଗସ୍ତରେ ଥିବା ବିଦେଶ ମନ୍ତ୍ରୀ ଜୟଶଙ୍କର ଆଜି ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେଙ୍କୁ ସାକ୍ଷାତ କରିଛନ୍ତି । ଉଗାଣ୍ଡା ରାଜଧାନୀ କମ୍ପାଲାରେ ମୁଖ୍ୟ କାର୍ଯ୍ୟକ୍ରମର ପାର୍ଶ୍ବ କାର୍ଯ୍ୟକ୍ରମ ଭାବେ ଉଭୟଙ୍କ ମଧ୍ୟରେ ସାକ୍ଷାତ ଓ ଆଲୋଚନା ହୋଇଛି । ଭାରତ-ଶ୍ରୀଲଙ୍କା ଦ୍ବିପାକ୍ଷିକ ପ୍ରସଙ୍ଗ ସହ ଅନ୍ୟ ବୈଶ୍ବିକ ପ୍ରସଙ୍ଗ ଉପରେ ଉଭୟ ଆଲୋଚନା କରିବା ସହ ମତ ବିନିମୟ କରିଛନ୍ତି । ଏନେଇ ଜୟଶଙ୍କର ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ।

ଟ୍ବିଟରରେ ଜୟଶଙ୍କର ଲେଖିଛନ୍ତି, କାମ୍ପାଲାରେ NAM ଶିଖର ସମ୍ମିଳନୀରେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ସାକ୍ଷାତକାର ଓ ଆଲୋଚନା ହୋଇଛି । ଆମର (ଭାରତ-ଶ୍ରୀଲଙ୍କା) ଦ୍ୱିପାକ୍ଷିକ ପଦକ୍ଷେପଗୁଡ଼ିକର ଅଗ୍ରଗତି ପାଇଁ ତାଙ୍କର ନିରନ୍ତର ମାର୍ଗଦର୍ଶନକୁ ପ୍ରଶଂସା କରୁଛୁ । ଭାରତର ପ୍ରତିବଦ୍ଧତା ତଥା ‘ପଡ଼ୋଶୀ ପ୍ରଥମ ନୀତି’ ଏବଂ ‘ସାଗର ନୀତି’ (SAGAR policy)ରେ ପ୍ରତିଫଳିତ ହୋଇଛି ।’’

ଉଗାଣ୍ଡାରେ ଆୟୋଜିତ ଏକି ଶିଖର ସମ୍ମିଳନୀରେ ଭାରତକୁ ବିଦେଶ ମନ୍ତ୍ରୀ ଜୟଶଙ୍କର ପ୍ରତିନିଧିତ୍ବ କରୁଛନ୍ତି । ଗତକାଲି (ଶୁକ୍ରବାର) ଓ ଆଜି ସେ ଏକାଧିକ ରାଷ୍ଟ୍ରର ବିଦେଶ ମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଗତକାଲି ନିଜ ବୋଲିଭିଓ, ଆଜେରବାଇଜନ ଓ ଭେନିନଜୁଲାର ପ୍ରତିପକ୍ଷଙ୍କ ସହ ଆଲୋଚନା କରିଥିଲେ ଜୟଶଙ୍କର । ପରେ ସେ ବାହାରିନର ବିଦେଶ ମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ପରେ ସେ ସେଠାରେ ମାଳଦ୍ବୀର ବିଦେଶ ମନ୍ତ୍ରୀ ମୋସା ଜମିରଙ୍କ ସହ ମଧ୍ୟ ସାକ୍ଷାତ ଓ ଆଲୋଚନା କରିଥିଲେ । ସୈନ୍ୟ ଅପସାରଣକୁ ନେଇ ଭାରତ-ମାଳଦ୍ବୀପ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରକ୍ରିୟା ସମ୍ପର୍କରେ ଉଭୟ ନେତା ଆଲୋଚନା କରିଥିଲେ । ଏହି ପ୍ରସଙ୍ଗରେ ଉଭୟ ଦେଶ ମିଳିତ ଉଚ୍ଚସ୍ତରୀୟ କମିଟି ଗଠନ କରି ଆଲୋଚନା ଜାରି ରଖିଛନ୍ତି । ଏହି ବୈଠକର ଅଗ୍ରଗତି ସମ୍ପର୍କରେ ଉଭୟ ଦେଶର ବିଦେଶ ପ୍ରତିପକ୍ଷ ଆଲୋଚନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଗଣମାଧ୍ୟମକୁ ସରକାରୀ ନିର୍ଦ୍ଦେଶାନାମା: ରାମ ମନ୍ଦିର ସମ୍ପର୍କିତ ମିଥ୍ୟା ଖବର ପ୍ରସାରଣରୁ କ୍ଷାନ୍ତ ରୁହ

ଗୁରୁବାର ଉଗାଣ୍ଡା ଗସ୍ତ କରିବା ପୂର୍ବରୁ 2ଦିନିଆ ଇରାନ ଗସ୍ତ କରିଥିଲେ ବିଦେଶମନ୍ତ୍ରୀ ଜୟଶଙ୍କର । ଲୋହିତ ସାଗରରେ ‘ହୁତି’ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ହେବା ମଧ୍ୟରେ ଜୟଶଙ୍କରଙ୍କ ଇରାନ ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଇଥିଲା । ସେଠାରେ ନିଜ ଇରାନୀ ପ୍ରତିପକ୍ଷ ତଥା ସ୍ଥାନୀୟ ବିଦେଶ ମନ୍ତ୍ରୀ ଡ.ହୁସେନ ଅମିର ଅବଦୁଲ୍ଲାଏନଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ । ଗସ୍ତର ଶେଷ ଭାଗରେ ସେ ସୋମବାର ଦିନ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଦୁଇ ଦେଶ ମଧ୍ୟରେ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଉଭୟ ନେତା ଆଲୋଚନା କରିଥିଲେ । ବହୁଚର୍ଚ୍ଚିତ ଚବାହାର ବନ୍ଦରର ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.