ETV Bharat / international

Russia Ukraine War: ଯୁଦ୍ଧଭୂମିରେ ପଡୋଶୀ ରାଷ୍ଟ୍ରର ୩ ପ୍ରଧାନମନ୍ତ୍ରୀ

author img

By

Published : Mar 15, 2022, 10:00 PM IST

ୟୁକ୍ରେନର ଯୁଦ୍ଧଭୂମିରେ ପହଞ୍ଚିଲେ ୩ଟି ରାଷ୍ଟ୍ରର ପ୍ରଧାନମନ୍ତ୍ରୀ । ପୋଲାଣ୍ଡ ପ୍ରଧାନମନ୍ତ୍ରୀ ମେଟେଜ୍ ମୋରାଓକିକ୍‌ ଓ ଉପପ୍ରଧାନମନ୍ତ୍ରୀ ଜାରୋସ୍ଲାଭ କାଞ୍ଚିନସ୍କି, ଜେଚ୍‌ ପ୍ରଧାନମନ୍ତ୍ରୀ ପେଟ୍ର ଫିଆଲା ଏବଂ ସ୍ଲୋଭେନିଆର ପ୍ରଧାନମନ୍ତ୍ରୀ ଜାନେଜ୍ ଜନସା ଯୁଦ୍ଧତ୍ରସ୍ତ ୟୁକ୍ରେନରେ ପହଞ୍ଚଛନ୍ତି । ଅଧିକ ପଢନ୍ତୁ

Russia Ukraine War: ଯୁ୍ଦ୍ଧ ଭୂମିରେ ପଡୋଶୀ ରାଷ୍ଟ୍ରର ୩ ପ୍ରଧାନମନ୍ତ୍ରୀ
Russia Ukraine War: ଯୁ୍ଦ୍ଧ ଭୂମିରେ ପଡୋଶୀ ରାଷ୍ଟ୍ରର ୩ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୟୁକ୍ରେନର ଯୁଦ୍ଧଭୂମିରେ ପହଞ୍ଚିଲେ ୩ଟି ରାଷ୍ଟ୍ରର ପ୍ରଧାନମନ୍ତ୍ରୀ । ପୋଲାଣ୍ଡ ପ୍ରଧାନମନ୍ତ୍ରୀ ମେଟେଜ୍ ମୋରାଓକିକ୍‌ ଓ ଉପପ୍ରଧାନମନ୍ତ୍ରୀ ଜାରୋସ୍ଲାଭ କାଞ୍ଚିନସ୍କି, ଜେଚ୍‌ ପ୍ରଧାନମନ୍ତ୍ରୀ ପେଟ୍ର ଫିଆଲା ଏବଂ ସ୍ଲୋଭେନିଆର ପ୍ରଧାନମନ୍ତ୍ରୀ ଜାନେଜ୍ ଜନସା ଯୁଦ୍ଧତ୍ରସ୍ତ ୟୁକ୍ରେନରେ ପହଞ୍ଚଛନ୍ତି । ତେବେ ଏହି ୩ ଦେଶର ପ୍ରଧାନମନ୍ତ୍ରୀ ୟୁକ୍ରେନ ପହଞ୍ଚିବା ପରେ ରାଜଧାନୀ କିଭ୍‌ ଅଭିମୁଖେ ଯାତ୍ର ଆରମ୍ଭ କରିଥିବା ପୋଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚାନ ଦିଆଯାଇଛି ।

ତେବେ ଏହି ତିନି ଦେଶର ପ୍ରଧାନମନ୍ତ୍ରୀ ୟୁକ୍ରେନରେ ଲାଗି ରହିଥିବା ଯୁ୍ଦ୍ଧ ଭୂମିରେ ପରିଦର୍ଶନ କରିବା ସହ ସ୍ଥିତ ସମୀକ୍ଷା କରିବେ ବୋଲି ଜଣାପଡିଛି । ଏପଟେ ୟୁକ୍ରେନ ଓ ଋଷ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୨୦ ଦିନ ପୂରି ଥିବା ବେଳେ ଶାନ୍ତି ପାଇଁ କୌଣସି ବାଟ ଫିଟି ପାରି ନାହିଁ । ଗତକାଲି ଭର୍ଚ୍ଚୁଆଲ ମାଧ୍ୟାମରେ ହୋଇଥିବା ଶାନ୍ତି ବୈଠକରେ କୌଣସି ନିଷ୍କର୍ସ ବାହାରି ପାରି ନାହିଁ ।

ଅନ୍ୟପଟେ ଋଷର ଘନ ଘନ ଆକ୍ରମଣ ରାଜଧାନୀ କିଭ୍‌ ଉପରେ ଜାରି ରହିଛି । ମାତ୍ର ଆସନ୍ତା ମଙ୍ଗଳବାର ପୁଣି ଏକ ଶାନ୍ତି ବୈଠକ ହେବା ନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.