ETV Bharat / international

Russia Ukraine War: ମାରିଅପୋଲ୍‌ରେ ୨୧ ଶହ ଲୋକ ମୃତ

author img

By

Published : Mar 13, 2022, 9:54 PM IST

ଋଷ ଓ ୟୁ୍କ୍ରେନ ମଧ୍ୟରେ ଚାଲିଥିବା ମହାଯୁଦ୍ଧ ଦିନକୁ ଦିନ ଜଟିଳ ହେବାର ଲାଗିଛି । ଯୁଦ୍ଧ କ୍ରମଶଃ ବଢିବାରେ ଲାଗିଛି । ଏଥିସହ ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲୁଥିବା ଯୁଦ୍ଧ 18 ଦିନରେ ପହଞ୍ଚିଛି । ଅଧିକ ପଢନ୍ତୁ

Russia Ukraine War: ମାରିଅପୋଲ୍‌ରେ ୨୧ ଶହ ଲୋକ ମୃତ
Russia Ukraine War: ମାରିଅପୋଲ୍‌ରେ ୨୧ ଶହ ଲୋକ ମୃତ

କିଭ୍‌: ଋଷ ଓ ୟୁ୍କ୍ରେନ ମଧ୍ୟରେ ଚାଲିଥିବା ମହାଯୁଦ୍ଧ ଦିନକୁ ଦିନ ଜଟିଳ ହେବାର ଲାଗିଛି । ଯୁଦ୍ଧ କ୍ରମଶଃ ବଢିବାରେ ଲାଗିଛି । ଏଥିସହ ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲୁଥିବା ଯୁଦ୍ଧ 18 ଦିନରେ ପହଞ୍ଚିଛି ।

  • Over 2,100 Mariupol residents killed since invasion began, reports AFP quoting mayor#Ukraine

    — ANI (@ANI) March 13, 2022 " class="align-text-top noRightClick twitterSection" data=" ">

ସେହିପରି ଯୁ୍ଦ୍ଧ ଆରମ୍ଭ ହେବା ଦିନ ଠାରୁ ୟୁ୍କ୍ରେନର ବନ୍ଦର ସହର ମାରିଅପୋଲ୍‌ ସହରରେ ଏଯାବତ୍‌ ୨୧ ଶହ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଖବର ପ୍ରକାଶ ପାଇଛି । ଏହା ସହିତ ୟୁକ୍ରେନରୁ 2.5 ମିଲିୟନରୁ ଅଧିକ ଲୋକ ଦେଶ ଛାଡି ପଳେଇବାକୁ ବାଧ୍ୟ ହୋଇଛନ୍ତି । ଏପଟେ ଫେବୃଆରୀ 24ରେ ଋଷର ଆକ୍ରମଣ ପର ଠାରୁ ୟୁକ୍ରେନର ୭୯ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ୟୁ୍କ୍ରେନର ମୁଖ୍ୟ ଓକିଲଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଏହା ବି ପଢନ୍ତୁ:Russia Ukraine War: ସାମରିକ ଘାଟିରେ ରକେଟ୍‌ ମାଡ, ୩୫ ମୃତ

ସେହିଭଳି ପଶ୍ଚିମ ୟୁକ୍ରେନର ନାଟୋ ଦେଶ ସଦସ୍ୟ ପୋଲାଣ୍ଡ ଏବଂ ରୋମାନିଆ ସୀମାରେ ଋଷର ଆକ୍ରମଣ ଦେଖିବାକୁ ମିଳିଛି । ତେବେ ମାରଅପୋଲ୍‌ରେ ୨୧ ଶହ ଲୋକଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ମାରିଅପୋଲ୍‌ ମେୟର । ଏପଟେ ମାରିଅପୋଲ୍‌ରୁ ନାଗରିକଙ୍କୁ ଉଦ୍ଧାର କରିବା ଲାଗି ୟୁ୍କ୍ରେନ ଆରମ୍ଭ କରିଛି ମାନବୀୟ କରିଡର ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.