ETV Bharat / international

Ukraine War: NATOକୁ ପୁଟିନଙ୍କ ଚ୍ୟାଲେଞ୍ଜ, ପୋଲାଣ୍ଡ ଆକାଶରେ ଋଷ ଫାଇଟର ଜେଟ୍

author img

By

Published : Mar 21, 2022, 9:39 PM IST

ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି । ତେବେ ଏହି ମହାଯୁଦ୍ଧ କ'ଣ ତୃତୀୟ ବିଶ୍ବଯୁଦ୍ଧ ପାଇଁ କାରଣ ସାଜିବ । ଏହି ଯୁଦ୍ଧକୁ ନେଇ ଦେଖା ଗଲାଣି ଏଭଳି ପରିସ୍ଥିତ । ଅଧିକ ପଢନ୍ତୁ

Russia Ukraine War: ପୋଲାଣ୍ଡ ଆକାଶରେ ଋଷ ଯୁଦ୍ଧବିମାନ
Russia Ukraine War: ପୋଲାଣ୍ଡ ଆକାଶରେ ଋଷ ଯୁଦ୍ଧବିମାନ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି । ତେବେ ଏହି ମହାଯୁଦ୍ଧ କ'ଣ ତୃତୀୟ ବିଶ୍ବଯୁଦ୍ଧ ପାଇଁ କାରଣ ସାଜିବ । ଏହି ଯୁଦ୍ଧକୁ ନେଇ ଦେଖା ଗଲାଣି ଏଭଳି ପରିସ୍ଥିତ ।

ସେହିପରି ଗୋଟିଏ ଯୁଦ୍ଧ ଚାଲିଥିବା ବେଳେ ଋଷର ଯୁଦ୍ଧବିମାନ ନାଟୋ ଦେଶ ବାୟୁ ସୀମାରେ ଦେଖିବାକୁ ମିଳିଛି । ଆଜି ଋଷର ଯୁଦ୍ଧବିମାନ ପୋଲାଣ୍ଡ ଆକାଶରେ ଦେଖିବାକୁ ମିଳିଛି । ତେବେ ସାଧାରଣ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ୟୁକ୍ରେନରେ ପୋଲାଣ୍ଡର ଶାନ୍ତି ରକ୍ଷାକାରୀଙ୍କ ସମ୍ଭାବ୍ୟ ନିୟୋଜନ ବିଷୟରେ ପୋଲାଣ୍ଡ ନେତୃତ୍ବଙ୍କୁ ଘୋଷଣା କରିବା ପରେ ଋଷର ଯୁଦ୍ଧବିମାନ ପୋଲାଣ୍ଡ ଆକାଶରେ ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ:Ukraine Crisis: ମାର୍ଚ୍ଚ ୨୫ରେ ପୋଲାଣ୍ଡ ଗସ୍ତ କରିବେ ବାଇଡେନ

ସେହିଭଳି ଋଷୀୟ ସେନା ୟୁ୍କ୍ରେନର ଖେର୍ଶନ ସହରରେ ବିକ୍ଷୋଭକାରୀଙ୍କ ଉପରେ ଗୁଳିମାଡ କରିଛି । ତେବେ ଋଷର ଆକ୍ରମଣ ବିରୋଧରେ ଏହି ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ଋଷ ସେନା ପକ୍ଷରୁ ଗୁଳିମାଡ କରାଯାଇଛି । ଏହି ଆକ୍ରମଣରେ ଶତାଧିକ ବିକ୍ଷୋଭକାରୀ ଆହତ ହୋଇଥିବା ସୂଚାନା ମିଳିଛି ।

ଅନ୍ୟପଟେ ଗୁଳିମାଡ ସହ ଗ୍ରେନଡ୍‌ ମଧ୍ୟ ମାଡ କରାଯାଇଛି ବୋଲି ଅଭିଯୋଗ ହୋଇଛି । ଏହା ସହିତ ଋଷୀୟ ସେନା ୟୁକ୍ରେନ ଉପରେ ଆକ୍ରମଣ ପରେ ବିଭିନ୍ନ ସ୍ଥାନରେ ଋଷ ବିରୋଧରେ ବିକ୍ଷୋଭ କରାଯାଉଛି । ଏହା ସହିତ ୟୁକ୍ରେନର ଯେଉଁ ସବୁ ସହର ଋଷ ଦଖଲ କରିଛି ସେଠାରେ ଆନ୍ଦୋଳନ ଦେଖିବାକୁ ମିଳିଥିବା ବେଳେ ଋଷ ଯୁଦ୍ଧ ବିମାନ ପୋଲଣ୍ଡ ଆକାଶରେ ଉଡିବା ପରେ ଏହା କ'ଣ ତୃତୀୟ ବିଶ୍ବଯୁଦ୍ଧ ଆଡକୁ ଗତି କରୁଛି ବୋଲି ଆଶାଙ୍କା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.