ETV Bharat / international

Russia Ukraine War: ମାରିଅପୋଲ୍‌ରୁ ଉଦ୍ଧାର ହେବେ ୧ ଲକ୍ଷରୁ ଊର୍ଦ୍ଧ୍ବ ଲୋକେ

author img

By

Published : Mar 13, 2022, 9:50 PM IST

ଋଷ ସେନା ଦ୍ବାରା ୟୁ୍କ୍ରେନ ବନ୍ଦର ସହର ମାରିଅପୋଲରେ ଲଗାତାର ଜାରି ରହିଛି ଆକ୍ରମଣ । ଗୋଟିଏ ପରେ ଗୋଟିଏ ମିସାଇଲ ମାଡ ସହ ଋଷ ସେନା ଜାରି ରଖିଛନ୍ତି ତାଣ୍ଡବ ଲୀଳା । ଅଧିକ ପଢନ୍ତୁ

Russia Ukraine War: ମାରିଅପୋଲ୍‌ରୁ ଉଦ୍ଧାର ହେବ ୧ ଲକ୍ଷ ୨୫ ହଜାର ଲୋକ
Russia Ukraine War: ମାରିଅପୋଲ୍‌ରୁ ଉଦ୍ଧାର ହେବ ୧ ଲକ୍ଷ ୨୫ ହଜାର ଲୋକ

କିଭ୍‌: ଋଷ ସେନା ଦ୍ବାରା ୟୁ୍କ୍ରେନ ବନ୍ଦର ସହର ମାରିଅପୋଲରେ ଲଗାତାର ଜାରି ରହିଛି ଆକ୍ରମଣ । ଗୋଟିଏ ପରେ ଗୋଟିଏ ମିସାଇଲ ମାଡ ସହ ଋଷ ସେନା ଜାରି ରଖିଛନ୍ତି ତାଣ୍ଡବ ଲୀଳା । ତେବେ ମାରିଅପୋଲ୍‌ରୁ ଲୋକଙ୍କୁ ଉଦ୍ଧାର କରିବା ଲାଗି ୟୁକ୍ରେନ କରିବ ମାନବୀୟ କରିଡର ।

ସେହିପରି ଏହି ମାନବୀୟ କରିଡରରେ ପ୍ରାୟ ୧ ଲକ୍ଷ ୨୫ ହଜାର ଲୋକଙ୍କୁ ଉଦ୍ଧାର କରିବା ଲାଗି ଲକ୍ଷ୍ୟ ରଖିଛି ୟୁକ୍ରେନ ବୋଲି କହିଛନ୍ତି ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି । ମାରିଅପୋଲ୍‌ର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଆମର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି । ଏଥିସହ ଆମର କୂଟନୈତିକ ସହାୟତାରେ ସହର ଭିତରେ ପହଞ୍ଚିବା ସହ ଲୋକଙ୍କୁ ଉଦ୍ଧାର କରିବୁ ବୋଲି ଜେଲେନ୍‌ସ୍କି କହିଛନ୍ତି ।

ଅନ୍ୟପଟେ ଋଷ ସେନା ମାରିଅପୋଲ୍‌ର ବିଭିନ୍ନ ସ୍ଥାନରେ ଘମାଘୋଟ ଆକ୍ରମଣ ଜାରି ରଖିଛି । ତେବେ ଦେଶର ନାଗରିକଙ୍କୁ ଉଦ୍ଧାର କରିବା ଲାଗି ଜେଲେନ୍‌ସ୍କି ଏହି ପଦକ୍ଷେପ ନେଇଛନ୍ତି । ଏପଟେ ଋଷ ଓ ୟୁ୍କ୍ରେନ ମଧ୍ୟରେ ଜାରି ରହିଥିବା ଯୁ୍ଦ୍ଧକୁ ଆଜି ୧୮ ଦିନ ପୁରି ଥିବା ବେଳେ ଏହା ପ୍ରଶମିତ ହେବାର କୌଣସି ସ୍ଥିତି ଦେଖା ଯାଉନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.