ETV Bharat / international

Covid Scare: ଇସ୍ରାଏଲରେ କୋରୋନାର ନୂଆ ଭାରିଆଣ୍ଟ ଚିହ୍ନଟ

author img

By

Published : Mar 17, 2022, 4:47 PM IST

ଇସ୍ରାଏଲରେ ଚିହ୍ନଟ ହେଲା କୋରୋନା ଭାଇରସର ନୂଆ ଭାରିଆଣ୍ଟ । ଏନେଇ ଇସ୍ରାଏଲର ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ଇସ୍ରାଏଲରେ କୋରୋନାର ନୂଆ ଭାରିଆଣ୍ଟ ଚିହ୍ନଟ
ଇସ୍ରାଏଲରେ କୋରୋନାର ନୂଆ ଭାରିଆଣ୍ଟ ଚିହ୍ନଟ

ଇସ୍ରାଏଲ: ପୁଣି ଡରାଇଲା କୋରୋନା । ଇସ୍ରାଏଲରେ ଚିହ୍ନଟ ହେଲା କୋରୋନା ଭାଇରସର ନୂଆ ଭାରିଆଣ୍ଟ । ଏନେଇ ଇସ୍ରାଏଲର ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି । ସୂଚନା ପ୍ରଦାନ କରି କୁହାଯାଇଛି ଯେ ଗତକାଲି କୋଭିଡ ଭାରିଆଣ୍ଟର ଦୁଇଟି ନୂଆ ମାମଲା ପଞ୍ଜିକୃତ କରାଯାଇଛି, କିନ୍ତୁ ଅଧିକାରୀମାନେ ଏନେଇ ଚିନ୍ତିତ ନାହାନ୍ତି ।

ଇସ୍ରାଏଲର ବେନ ଗୁରିଅନ ବିମାନବନ୍ଦରରେ ପହଞ୍ଚିଥିବା ଦୁଇଜଣ ଯାତ୍ରୀଙ୍କ କୋରୋନା ପରୀକ୍ଷଣରେ ନୂଆ ଭାରିଆଣ୍ଟ ଚିହ୍ନଟ କରାଯାଇଛି । ଏହି ଭାରିଆଣ୍ଟ ଓମିକ୍ରନ୍ ର ଦୁଇଟି ସବ୍-ଭାରିଆଣ୍ଟ BA 1 ଏବଂ BA 2 ଷ୍ଟ୍ରେନରୁ ଆସିଥିବା ସୂଚନା ମିଳିଛି । ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତ ବର୍ତ୍ତମାନ ଶରୀରରେ ଯନ୍ତ୍ରଣା ଅନୁଭବ କରୁଛନ୍ତି।

ଇସ୍ରାଏଲର ଏପିଡେମିକ୍ ରେସପନ୍ସ ମୁଖ୍ୟଙ୍କୁ ସଲମାନ ଜାର୍କା କହିଛନ୍ତି ଯେ ଆମେ ଏହା ବିଷୟରେ ଚିନ୍ତିତ ନୁହଁ। ଏଥି ସହିତ, ଇସ୍ରାଏଲର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବିଶ୍ବର କୌଣସି ସ୍ଥାନରେ ଏହି ପ୍ରକାର ଭାରିଆଣ୍ଟ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.