ETV Bharat / international

‘ଆମେ ଜାତିଗତ ସମାନତାକୁ ସମର୍ଥନ କରୁଛୁ’

author img

By

Published : Jun 1, 2020, 12:12 PM IST

ଆମେରିକାରେ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁରେ କରାଯାଉଥିବା ବିକ୍ଷୋଭକୁ ସମର୍ଥନ କରି ଗୁଗୁଲ ଓ ୟୁଟ୍ୟୁବ ରବିବାର ନିଜ ନିଜର ହୋମ ପେଜରେ କଳା ରିବନ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

We share our support for racial equality: Sundar Pichai
‘ଆମେ ଜାତିଗତ ସମାନତାକୁ ସମର୍ଥନ କରୁଛୁ’

ସାନ୍‌ ଫ୍ରାନ୍ସିସ୍କୋ: ଆମେରିକାରେ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁରେ କରାଯାଉଥିବା ବିକ୍ଷୋଭକୁ ସମର୍ଥନ କରି ଗୁଗୁଲ ଓ ୟୁଟ୍ୟୁବ ରବିବାର ନିଜ ନିଜର ହୋମ ପେଜରେ କଳା ରିବନ ପ୍ରଦର୍ଶନ କରିଛନ୍ତି ।

ଗୁଗୁଲ ନିଜ ହୋମ ପେଜରେ ବାର୍ତ୍ତାରେ କହିଛି, ‘ଆମେ ଜାତିଗତ ସମାନତାକୁ ସମର୍ଥନ କରୁଛୁ ଓ ଯେଉଁମାନେ ଏହା ପାଇଁ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଆମର ସମର୍ଥନ ରହିବ ।’ ଏହା ସହ ସମାନ ବାର୍ତ୍ତା ମଧ୍ୟ ଗୁଗୁଲ ମାଲିକାନାରେ ଥିବା ୟୁଟ୍ୟୁବର ହୋମପେଜରେ ରଖାଯାଇଥିଲା ।

  • Today on US Google & YouTube homepages we share our support for racial equality in solidarity with the Black community and in memory of George Floyd, Breonna Taylor, Ahmaud Arbery & others who don’t have a voice. For those feeling grief, anger, sadness & fear, you are not alone. pic.twitter.com/JbPCG3wfQW

    — Sundar Pichai (@sundarpichai) May 31, 2020 " class="align-text-top noRightClick twitterSection" data=" ">

ଆଲଫାବେଟ ଓ ଗୁଗୁଲ ସିଇଓ ସୁନ୍ଦର ପିଚାଇ ଟ୍ବିଟ କରି କହିଛନ୍ତି, ‘ଆଜି ଆମେରିକାର ଗୁଗୁଲ ଓ ୟୁଟ୍ୟୁବ ହୋମ ପେଜରେ ଆମେ କଳା(ନିଗ୍ରୋ) ସମ୍ପ୍ରଦାୟ ସହିତ ଏକତା ଓ ସମର୍ଥନ ଜଣାଉଛି । ଜର୍ଜ ଫ୍ଲୋଏଡ, ବ୍ରିଓନା ଟେଲର, ଓମଡ ଆର୍ବେରୀ ଓ ଯେଉଁମାନେ ସ୍ବର ଉତ୍ତୋଳନ କରିବାରେ ବିଫଳ ହୋଇଛନ୍ତି ସେମାନଙ୍କ ପାଇଁ ଆମର ସମର୍ଥନ ଜାରି ରହିବ ।’ ପିଚାଇ ଆହୁରି ମଧ୍ୟ କହିଛନ୍ତି, ‘ଏଥିପାଇଁ ଦୁଃଖ, କ୍ରୋଧ ଓ ଭୟ ଅନୁଭବ କରୁଥିବା ବ୍ୟକ୍ତିମାନେ ଏକା ନୁହଁନ୍ତି । ଆମେ ସେମାନଙ୍କ ସହ ରହିଛୁ ।’

ସୂଚନାଯୋଗ୍ୟ, ଗତ ସପ୍ତାହରେ ଜଣେ ପୋଲିସ ଆଫ୍ରିକୀୟ-ଆମେରିକୀୟ ଜର୍ଜ ଫ୍ଲୋଏଡଙ୍କୁ ମିନିଏପଲିସରେ ବେକକୁ ଚାପି ହତ୍ୟାକରିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆମେରିକାର ଷ୍ଟେଟ ବିରୋଧ ପ୍ରଦର୍ଶନ କରିଥିଲେ । ପୂର୍ବ ଉପକୂଳରେ ନ୍ୟୁୟର୍କରୁ ଆରମ୍ଭ କରି ପଶ୍ଚିମରେ ଲସ୍ଆଞ୍ଜେଲସ୍ ପର୍ଯ୍ୟନ୍ତ ଚାଲିଥିବା ଏହି ଦଙ୍ଗା ଦେଶରେ ଆଲୋଡନ ସୃଷ୍ଟି କରିଥିଲା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.