ETV Bharat / international

ପୁଣି ବନ୍ଧୁକଧାରୀର ତାଣ୍ଡବ: ଏଥର ଟାର୍ଗେଟରେ ୱାଶିଂଟନ୍‌, 2 ମୃତ

author img

By

Published : Mar 28, 2019, 11:33 AM IST

ପ୍ରଥମେ ନ୍ୟୁଜିଲାଣ୍ଡ, ପରେ ନେଦରଲାଣ୍ଡ ଆଉ ଏବେ ଆମେରିକା। ଆତତାୟୀଙ୍କ ଗୁଳିମାଡର ଶିକାର ହେଉଛନ୍ତି ସାଧାରଣ ଜନତା।

ଘଟଣାସ୍ଥଳର ଦୃଶ୍ୟ(ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@ଟ୍ବିଟର)

ୱାଶିଂଟନ୍‌: ବିଦେଶ ରାଷ୍ଟ୍ର ପାଇଁ ମାର୍ଚ୍ଚ କଳା ମାସ ପାଲଟିଛି। ନ୍ୟୁଜିଲାଣ୍ଡ, ନେଦରଲାଣ୍ଡ ପରେ ଏବେ ଆମେରିକାରେ ବନ୍ଧୁକଧାରୀ ଆତତାୟୀଙ୍କ ତାଣ୍ଡବ ଦେଖିବାକୁ ମିଳିଛି। ୱାଶିଂଟନ୍‌ର ଜନଗହଳିପୂର୍ଣ୍ଣ ସ୍ଥାନରେ ଜଣେ ବନ୍ଧୁକଧାରୀର ଗୁଳି ଚାଳନା ଯୋଗୁଁ 2 ଜଣ ଲୋକଙ୍କ ମୃତ୍ୟୁ ହୋଇଛି।

ରିପୋର୍ଟ ଅନୁସାରେ ସିଟଲ୍‌ ସହରରେ ଆମେରିକା ସମୟ ବୁଧବାର ଅପରାହ୍ନ(ଭାରତୀୟ ସମୟ ଗୁରୁବାର ଭୋର)ରେ ଏହି ଘଟଣା ଘଟିଛି। ଜଣେ ବନ୍ଧୁକଧାରୀ ଦୁଇଜଣ ଗାଡି ଚାଳକ ଏବଂ ଗୋଟିଏ ମେଟ୍ରୋ ବସ ଉପରକୁ ଗୁଳି ଚଳାଇବାରୁ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏଥିରେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଗୋଟିଏ କାରରେ ଖସି ଯାଉଥିବାବେଳେ ପୋଲିସ ତାକୁ ଗିରଫ କରିଛି।

ରିପୋର୍ଟ ଅନୁସାରେ ଅଜ୍ଞାତ ଆତତାୟୀର ଏପର୍ଯ୍ୟନ୍ତ ପରିଚୟ ମିଳିପାରିନାହିଁ। ସିଟଲ୍‌ର ଏକ ବସଷ୍ଟପ୍‌ ନିକଟରେ ଏହି ଘଟଣା ଘଟିଛି। ବନ୍ଧୁକଧାରୀ ପ୍ରଥମେ ଗୋଟିଏ ଗାଡି ନିକଟରେ ପହଞ୍ଚି ସେଥିରେ ଥିବା ମହିଳା ଡ୍ରାଇଭରଙ୍କ କାଚ ଭାଙ୍ଗିବାକୁ ଚେଷ୍ଟା କରିଥିଲା। ଏହିକ୍ରମରେ ସେ ତାଙ୍କ ଉପରକୁ ଗୁଳି ଚଳାଇଥିଲା । ଗୁଳିମାଡରେ ଉକ୍ତ ମହିଳା ଜଣକ ସାଙ୍ଘାତିକ ଆହତ ହୋଇଛନ୍ତି।

ପରେ ସେ ରାସ୍ତା ଉପରକୁ ଯାଇ ସେଠାରେ ଯାଉଥିବା ଏକ ମେଟ୍ରୋ ବସକୁ ଗୁଳି ଚଳାଇଥିଲା । ଏଥିରେ ବସର ଡ୍ରାଇଭର ଆହତ ହୋଇଥିଲା । ତେବେ ଗୁଳିମାଡ ଖାଇ ମଧ୍ୟ ସେ ବସକୁ ଅନ୍ୟ ଦିଗକୁ ନେଇଯାଇଥିଲା । ଫଳରେ ସେଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିଲେ । ଏହାପରେ ଆତତାୟୀ ପାଖରେ ଯାଉଥିବା ଏକ ପ୍ରିୟସ କାର ଉପରକୁ ଗୁଳି ଚଳାଇଥିଲା । ଏଥିରେ ଜଣେ 50 ବର୍ଷିୟ ଡ୍ରାଇଭରର ମୃତ୍ୟୁ ହୋଇଥିଲା ।

ତେବେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ବନ୍ଧୁକଧାରୀ ଜଣକ ଉକ୍ତ ପ୍ରିୟସ କାରରେ ପଳାଇବାକୁ ଚେଷ୍ଟା କରିଥିଲା । ଅତି ଦ୍ରୁତ ବେଗରେ ସେ ଗାଡି ଚଳାଇ ଖସି ପଳାଉଥିଲା । ଏହି ସମୟରେ ସେ ଆଉ ଏକ କାରକୁ ଧକ୍କା ଦେଇଥିଲା । ଯେଉଁଥିରେ ଜଣେ 70 ବର୍ଷିୟ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ତେବେ କିଛି ସମୟ ପରେ ପୋଲିସ ଆତତାୟୀକୁ ଧରିବାରେ ସଫଳ ହୋଇଥିଲା । ଏହାପରେ ତାକୁ ହାଜତକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହି ଘଟଣାରେ ସିଟଲ୍‌ ମେୟର ଜେନି ଡୁର୍କାନ ଶୋକପ୍ରକାଶ କରିବା ସହ ଗୁଳିମାଡକୁ ନିନ୍ଦା କରିଛନ୍ତି । ଏହାସହ ଆତତାୟୀକୁ କଠୋର ଦଣ୍ଡ ଦିଆଯିବା ସହ ଘଟଣାରେ ଆତଙ୍କବାଦୀ ସମ୍ପୃକ୍ତି ନେଇ ତଦନ୍ତ କରାଯିବ ବୋଲି ସେ କହିଛନ୍ତି । ପୂର୍ବରୁ ଏମାସରେ ନ୍ୟୁଜିଲାଣ୍ଡର 2ଟି ମସଜିଦ୍‌ରେ ଜଣେ ଆତଙ୍କବାଦୀ ଆଖିବୁଜା ଗୁଳିବର୍ଷଣ କରିଥିଲା । ଏଥିରେ 50 ଜଣଙ୍କ ଜୀବନ ଯାଇଥିଲା । ଏହାସହ ନେଦରଲାଣ୍ଡରେ ମଧ୍ୟ ଏକ ଚଳନ୍ତା ଟ୍ରାମ ଉପରକୁ ଆତତାୟୀର ଗୁଳିଚାଳନା ଯୋଗୁଁ 3 ଜଣଙ୍କ ମୃତ୍ୟୁ ହୋଇଥିଲା ।

Intro:Body:

New Delhi: Arjun Kapoor and Varun Dhawan have started a new fan club #WeLoveKK dedicated to Katrina Kaif.

Katrina Kaif, is a popular B-town celebrity who is loved and appreciated by her fans and fellow Bollywood actors including Alia Bhatt and Anushka Sharma.However Arjun and Varun claimed to have started a club called ‘We hate Katrina Kaif’ during Katrina’s early Bollywood career. They made the admission in an episode of 'Koffee with Karan'.However, it seems things have gotten better since then and all is good in the hood. Arjun Kapoor recently posted a picture that features Varun and Katrina along with him.

 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.