ETV Bharat / entertainment

Made In Heaven 2: ଜୋୟା ଅଖତରଙ୍କ ଆଗାମୀ ସିରିଜର ପ୍ରଥମ ପୋଷ୍ଟର ଆଉଟ, ଏହି ପ୍ଲାଟଫର୍ମରେ ହେବ ଷ୍ଟ୍ରିମିଂ

author img

By

Published : Jul 7, 2023, 8:05 AM IST

ଜୋୟା ଅଖତର ଏବଂ ରିମା କାଗତିଙ୍କ ଆଗାମୀ ୱେବସିରିଜ 'ମେଡ୍ ଇନ୍ ହେୱେନ-୨' ଘୋଷଣା ହୋଇଛି । ସୋସିଆଲ ମିଡିଆରେ ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରି 'ମେଡ୍ ଇନ୍ ହେୱେନ'ର ସ୍ବିକେଲ ନେଇ ଘୋଷଣା କରିଛନ୍ତି ଜୋୟା ଅଖ୍‌ତର । ଅଧିକ ପଢନ୍ତୁ,

ଜୋୟା ଅଖତରଙ୍କ ଆଗାମୀ ସିରିଜର ପ୍ରଥମ ପୋଷ୍ଟର ଆଉଟ, ଏହି ପ୍ଲାଟଫର୍ମରେ ହେବ ଷ୍ଟ୍ରିମିଂ
ଜୋୟା ଅଖତରଙ୍କ ଆଗାମୀ ସିରିଜର ପ୍ରଥମ ପୋଷ୍ଟର ଆଉଟ, ଏହି ପ୍ଲାଟଫର୍ମରେ ହେବ ଷ୍ଟ୍ରିମିଂ

ହାଇଦ୍ରାବାଦ: ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ । ପୁଣି 'ମେଡ୍ ଇନ୍ ହେୱେନ' ସହ କମବ୍ୟାକ୍‌ କରୁଛନ୍ତି ଶୋଭିତା ଧୂଲିପାଲା ଏବଂ ଅର୍ଜୁନ ମାଥୁର । 2019ରେ 'ମେଡ୍ ଇନ୍ ହେୱେନ' ରିଲିଜ କରିଥିଲା । ଯାହା ଫ୍ୟାନ୍ସକୁ ବେଶ ପସନ୍ଦ ଆସିଥିଲା । ତେବେ ଆଜି ସିରିଜର ନିର୍ମାତାମାନେ ଏହାର ପରବର୍ତ୍ତୀ ସିଜନର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରି ସିରିଜର ସିଜନ-2 ଘୋଷଣା କରିଛନ୍ତି।

ନିର୍ମାତାମାନେ ଏହି 'ମେଡ୍ ଇନ୍ ହେୱେନ-2' ସିରିଜର ପୋଷ୍ଟର ସେୟାର କରି ଘୋଷଣା କରିଛନ୍ତି ଯେ ଏହି ସିରିଜର ଦ୍ବିତୀୟ ଭାଗ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ପ୍ରଥମ ପୋଷ୍ଟର ସହ କେଉଁ ଓଟିଟି ପ୍ଲାଟଫର୍ମରେ ଏହି ସିରିଜ ଷ୍ଟ୍ରିମିଂ ହେବ ତାହାର ସୂଚନା ଦେଇଛନ୍ତି। ନିର୍ମାତା ଏହି ସିରିଜ ଆମାଜନ ପ୍ରାଇମରେ ଖୁବଶୀଘ୍ର ଷ୍ଟ୍ରିମିଂ ହେବ ବୋଲି କହିଛନ୍ତି । ଏହା ଜୋୟା ଅଖତର ଏବଂ ରିମା କାଗତିଙ୍କ ଦ୍ୱାରା ନିର୍ମିତ ଏବଂ ରିତେଶ ସିଦ୍ଧୱାନୀ, ଜୋୟା ଅଖତର, ରିମା କାଗି ଏବଂ ଫରହାନ ଅଖତର ପ୍ରଯୋଜକ ଅଟନ୍ତି । ସେପଟେ ପ୍ରାଇମ୍ ଭିଡିଓ ମଧ୍ୟ ଏହାର ଇନଷ୍ଟାଗ୍ରାମରେ ସିରିଜର ପୋଷ୍ଟର ସେୟାର କରି 'ମେଡ୍ ଇନ୍ ହେୱେନ-2' ଖୁବ୍‌ଶୀଘ୍ର ପ୍ରିମିୟର ହେବ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଫିଲ୍ମର ନୂଆ ପୋଷ୍ଟର ରିଲିଜ, ଓଟିଟିରେ ଡେବ୍ୟୁ କରିବେ ଷ୍ଟାର କିଡ୍ସ

ଏକ୍ସେଲ୍ ମିଡିଆ ଆଣ୍ଡ୍ ଏଣ୍ଟରଟେନମେଣ୍ଟ ଏବଂ ଟାଇଗର ବେବିଙ୍କ ବ୍ୟାନରରେ ନିର୍ମିତ ଏହି ସିରିଜ୍ ଦୁଇ ୱେଡିଂ ପ୍ଲାନର କରଣ ଏବଂ ତାରାଙ୍କ ପ୍ରେମକାହାଣୀକୁ ନେଇ ନିର୍ମିତ ହୋଇଥିଲା । 2019ରେ ରିଲିଜ ହୋଇଥିବା ଏହି ସିରିଜ ବେଶ ଲୋକପ୍ରିୟତା ହାସଲ କରିଥିଲା । ଏଥିରେ ତାରା ଭୂମିକାରେ ଶୋଭିତା ଧୂଲିପାଲା ଏବଂ କରଣ ଭୂମିକାରେ ଅର୍ଜୁନ ମାଥୁର ଅଭିନୟ କରିଥିଲେ । ଉଭୟଙ୍କ ଲଭ କେମେଷ୍ଟ୍ରି ଏବଂ ଦମଦାର ଅଭିନୟ ଦର୍ଶକଙ୍କୁ ଦିୱାନା କରିଥିଲା । ତେବେ 4 ବର୍ଷ ପରେ ଫିଲ୍ମ ନିର୍ମତା ଏହାର ଦ୍ବିତୀୟ ଭାଗ ଘୋଷଣା କରିଛନ୍ତି ।

ସୂଚନା ଥାଉ କି, 'ମେଡ୍ ଇନ୍ ହେୱେନ' ସିଜନ୍ ୨ ପୁଣି ଥରେ ଶୋଭିତା ଧୂଲିପାଲା, ଅର୍ଜୁନ ମଥୁର, କାଲ୍କି କେକଲା, ଶଶାଙ୍କ ଆରୋରା, ଶିବାନୀ ରଘୁଭନ୍ସି ଏବଂ ଜିମ୍ ସରଭଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହାର ରିଲିଜ୍ ତାରିଖ ଘୋଷଣା ହୋଇନଥିବା ବେଳେ 'ମେଡ୍ ଇନ୍ ହେୱେନ ସିଜନ-2' ଚଳିତ ବର୍ଷ ପ୍ରାଇମ ଭିଡିଓରେ ପ୍ରିମିୟର ହେବ ।

ସେପଟେ ରିମା କାଗତି ଏବଂ ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦ ଆର୍ଚିସ' ମଧ୍ୟ ରିଲିଜ ହେବ । ଏହି ଫିଲ୍ମରେ ବଲିଉଡ ଷ୍ଟାର କିଡ୍ସଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମ ସହ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ, ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା ଏବଂ ବୋନି କପୁର ଏବଂ ଶ୍ରୀଦେବୀଙ୍କ ଝିଅ ଖୁସି କପୁର ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମଟି ଖୁବ୍ ଶୀଘ୍ର ନେଟଫ୍ଲିକ୍ସରେ ଉପଲବ୍ଧ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.