ETV Bharat / entertainment

ବଲିଉଡରୁ ସାଉଥ୍‌ ଏହି ତାରକା ଓଟିଟିରେ କରିଥିଲେ ଡେବ୍ୟୁ, ଦର୍ଶକଙ୍କ ଜିତିଥିଲେ ମନ

author img

By ETV Bharat Odisha Team

Published : Dec 27, 2023, 12:11 PM IST

Updated : Dec 27, 2023, 12:56 PM IST

Actors OTT Debut and Hit Web Series In 2023: ବଲିଉଡରୁ ସାଉଥ୍‌ ତାରକା ବଡ଼ ପରଦାରେ ଧମାକା କରିବା ସହ ଏବେ ଓଟିଟିରେ ଜଲୱା ଦେଖାଉଛନ୍ତି । ତେବେ ଚଳିତ ବର୍ଷ ଅନେକ ବଲିଉଡ୍‌ ଏବଂ ସାଉଥ୍‌ ତାରକା ଓଟିଟିରେ ଡେବ୍ୟୁ କରି ଦର୍ଶକଙ୍କ ମନ ଜିତିଛନ୍ତି । ତେବେ ଏହି ତାଲିକାରେ କେଉଁ ତାରକା ରହିଛନ୍ତି ଏବଂ ତାଙ୍କର ସିରିଜ କ'ଣ ରହିଛି ? ଜାଣନ୍ତୁ

ବଲିଉଡରୁ ସାଉଥ ଏହି ତାରକା ଓଟିଟିରେ କରିଥିଲେ ଡେବ୍ୟୁ, ଦର୍ଶକଙ୍କ ଜିତିଥିଲେ ମନ
ବଲିଉଡରୁ ସାଉଥ ଏହି ତାରକା ଓଟିଟିରେ କରିଥିଲେ ଡେବ୍ୟୁ, ଦର୍ଶକଙ୍କ ଜିତିଥିଲେ ମନ

ହାଇଦ୍ରାବାଦ: ଆଉ ୪ ଦିନ ପରେ ଅପସରିଯିବା ୨୦୨୩ ବର୍ଷ । ଆସିବ ନୂଆବର୍ଷ ୨୦୨୪ । ତେବେ ଚଳିତ ବର୍ଷ ଫିଲ୍ମ ଷ୍ଟାରଙ୍କ ପାଇଁ ବେଶ ଖାସ୍ ରହିଥିଲା । କାରଣ କୋରୋନାର କରାଳ ସ୍ଥିତି ପରେ ବି ୨୦୨୨ରେ ଫିଲ୍ମ ଚାଲିଥିଲେ ସୁଦ୍ଧା ଏତେଟା ସଫଳ ହୋଇନଥିଲା । ତେବେ ବର୍ତ୍ତମାନ ୨୦୨୩ରେ ସ୍ଥିତି ସ୍ବଭାବିକ ରହିଥିବା ବେଳେ ଅନେକ ଫିଲ୍ମ ଚାଲିବା ସହ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ମଧ୍ୟ ଭିନ୍ନ କ୍ରେଜ ଦେଖିବାକୁ ମିଳିଥିଲା । ତେବେ ଏହି ତାରକା ମାନେ ପରଦାରେ ଧମକା କରିଛନ୍ତି ତାହା ନୁହେଁ ବରଂ ଓଟିଟିରେ ଡେବ୍ୟୁ କରକି ଦର୍ଶକଙ୍କ ମନ ଜିତିଛନ୍ତି । ବଲିଉଡ ଅଭିନେତ୍ରୀ କରୀନା କପୁର, ସାହିଦ କପୁର, ଧର୍ମେନ୍ଦ୍ରଙ୍କ ଠାରୁ ଆରମ୍ଭ କରି ସାଉଥ ଷ୍ଟାର ବିଜୟ ସେଥୁପଥୀ ତାରକା ଚଳିତ ବର୍ଷ ଓଟିଟିରେ ଡେବ୍ୟୁ କରିଛନ୍ତି ।

  • " class="align-text-top noRightClick twitterSection" data="">

ଚଳିତ ବର୍ଷ ଓଟିଟରେ ଡେବ୍ୟୁ କରିଥିବା ତାରକା ଏବଂ ହିଟ୍ ସିରିଜ:

  • ବିଜୟ ସେଥୁପଥୀ ଏବଂ ସାହିଦ କପୁର-ଫର୍ଜି

ଜବ୍‌ ୱି ମେଟ୍, କବୀର ସିଂ ଭଳି ହିଟ୍ ଫିଲ୍ମ ଦେଇଥିବା ବଲିଉଡ ଅଭିନେତା ସାହିଦ କପୁର ଏବଂ ସାଉଥ ତାରକା ବିଜୟ ସେଥୁପଥୀ ଚଳିତ ବର୍ଷ 'ଫର୍ଜି' ସହ ଓଟିଟିରେ ପାଦ ଦେଇଥିଲେ । ଏହି ସିରିଜ୍‌ରେ ତାଙ୍କ ବିପକ୍ଷରେ ସାଉଥ୍‌ ଅଭିନେତ୍ରୀ ରାଶି ଖନ୍ନା ମଧ୍ୟ ନଜର ଆସିଥିଲେ । ଏହି ସିରିଜ୍‌ ଫେବୃଆରୀ ୧୦, ୨୦୨୩ରେ ଷ୍ଟ୍ରିମିଂ ହୋଇଥିଲା । ଏବଂ ଏହାକୁ ନିର୍ଦ୍ଦେଶକ ରାଜ୍‌ ଆଣ୍ଡ୍‌ ଡିକେ ନିର୍ଦ୍ଦେଶନା ଦେଇଥିଲେ । ତେବେ ଚଳିତ ବର୍ଷର ସବୁଠାରୁ ଅଧିକ ଦେଖାଯିବା ସିରିଜ ମଧ୍ୟରେ ସିରିଜ ଭାବେ ସଫଳତା ସହ ଲୋକପ୍ରିୟତା ହାସଲ କରିଛି । ଏହି ସିରିଜ ପେବୃଆରୀ ୧୦, ୨୦୨୩ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ହୋଇଥିଲା ।

  • " class="align-text-top noRightClick twitterSection" data="">
  • ଅନୀଲ କପୁର ଏବଂ ଆଦିତ୍ୟ ରୟ କପୁର- ଦ ନାଇଟ ମ୍ୟାନେଜର

ବଲିଉଡ ଲୋକପ୍ରିୟ ଅଭିନେତା ଅନୀଲ କପୁର ଏବଂ ଆଦିତ୍ୟ ରୟ କପୁର ଥିଏଟର ପରେ ଓଟିଟିରେ ମଧ୍ୟ ଡେବ୍ୟୁ କରିଛନ୍ତି । ଉଭୟ 'ଦ ନାଇଟ ମ୍ୟାନେଜର' ଫିଲ୍ମ ସହ ଓଟିଟିରେ ପାଦ ଦେଇଥିଲେ । ଏହି ଫିଲ୍ମରେ ୬୬ ବର୍ଷ ବୟସରେ ଅନୀଲ ବେଡ୍‌ମ୍ୟାନ ଭୂମିକାରେ ନଜର ଆସିଥିଲେ । ଏବଂ ଆଦିତ୍ୟ ପୂର୍ବତନ ନୌସେନା ଅଫିସରର ସିକ୍ରେଟ୍‌ ଏଜେଣ୍ଟ୍‌ ଭାବେ ନଜର ଆସିଥିଲେ । ଏହି ସିରିଜ ଦର୍ଶକ ବେଶ ପସନ୍ଦ କରିଥିଲେ । ଏହି ସିରିଜ ୧୬ ଫେବୃଆରୀ ୨୦୨୩ରେ ଡିଜ୍‌ନି ପ୍ଲସ ହଟଷ୍ଟାରରେ ଷ୍ଟ୍ରିମିଂ ହୋଇଥିଲା ।

  • " class="align-text-top noRightClick twitterSection" data="">
  • ଧର୍ମେନ୍ଦ୍ର- ତାଜ: ଡିଭାଇଡେଡ ଦ ବ୍ଲଡ

୭୦-୮୦ ଦଶକର ସୁପରଷ୍ଟାର ଧର୍ମେନ୍ଦ୍ର ୮୮ ବର୍ଷ ବୟସରେ ଡିଜିଟାଲ ଦୁନିଆରେ ପାଦ ରଖିଥିଲେ । ସେ 'ତାଜ: ଡିଭାଇଡେଡ ଦ ବ୍ଲଡ' ଫିଲ୍ମ ସହ ଓଟିଟିରେ ମଧ୍ୟ ଡେବ୍ୟୁ କରିଛନ୍ତି । ଏହି ଫିଲ୍ମରେ ସେ ଶେଖ ସଲିମ ଚିସ୍ତି ଭୂମିକାରେ ନଜର ଆସିଥିଲେ । ତେବେ ଦୀର୍ଘ ଦଶନ୍ଧି ଧରି ପରଦାରେ ଧମାକା କରିଆସୁଥିବା ଏହି ଅଭିନେତା ଓଟିଟିରେ ମଧ୍ୟ ଦମଦାର ଅଭିନୟ କରି ଫ୍ୟାନ୍ସଙ୍କ ମନ ଜିତିଛନ୍ତି । ଏହି ସିରିଜ ୩ ମାର୍ଚ୍ଚ ୨୦୨୩ରେ ଜି୫ରେ ଷ୍ଟ୍ରିମିଂ ହୋଇଥିଲା ।

  • " class="align-text-top noRightClick twitterSection" data="">
  • ସୋନାକ୍ଷୀ ସିହ୍ନା-ଦାହାଡ଼

ୱେବ୍ ସିରିଜ୍ 'ଦାହାଡ଼' ସହ ଓଟିଟିରେ ପ୍ରଥମ ଥର ପାଇଁ ନଜର ଆସିଥିଲେ ଦବଙ୍ଗ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ଏହି ସିରିଜରେ ସବ୍ ଇନ୍ସପେକ୍ଟର ଅଞ୍ଜଳି ଭାଟିଆ ଭୂମିକାରେ ସୋନାକ୍ଷୀ ସିହ୍ନା ନଜର ଆସିଥିଲେ । ଏହି ସିରିଜର ପୁରା କାହାଣୀରେ ଜଣେ ଅଫିସର କିପରି 27 ଝିଅଙ୍କ ହତ୍ୟା ମାମଲାର ସମାଧାନ କରିଛନ୍ତି । ଏହି ସିରିଜରେ ସୋନାକ୍ଷୀ ସିହ୍ନାଙ୍କ ବ୍ୟତୀତ ଗୁଲଶନ ଦେବୈୟା, ବିଜୟ ବର୍ମା ଏବଂ ସୋହମ ଶାହଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ମେ' ୧୨ରେ ସିରିଜ ରିଲିଜ ହୋଇଥିଲା ।

  • " class="align-text-top noRightClick twitterSection" data="">
  • କରୀନା କପୁର ଖାନ-ଜାନେ ଜାନ

କରୀନା କପୁର 'ଜାନେ ଜାନ୍‌' ସହ ଓଟିଟିରେ ପାଦ ଦେଇଥିଲେ । ଏହି ଫିଲ୍ମର କାହାଣୀ କହିବାକୁ ଗଲେ, ଏହା ଏକ ମର୍ଡର ମିଷ୍ଟ୍ରି ଫିଲ୍ମ ଅଟେ । ଯେଉଁଥିରେ କରୀନା କପୁର ଖାନ୍‌ ସିଙ୍ଗଲ ମଦର ଭୂମିକାରେ ନଜର ଆସିଛନ୍ତି । ଏବଂ ଏକ ହତ୍ୟା ମାମଲାରେ ତାଙ୍କୁ ନେଇ ସନ୍ଦେହ କରାଯାଉଛି । ଫିଲ୍ମରେ ଜୟଦୀପ ଅହଲବତ ଜଣେ ଶିକ୍ଷକ ଭୂମିକାରେ ଏବଂ ବିଜୟ ବର୍ମା ଧର୍ମେନ୍ଦ୍ରଙ୍କ ଚରିତ୍ର ସହ ଏକ ପୋଲିସ ଅଧିକାରୀ ଭୂମିକାରେ ନଜର ଆସିଥିଲେ । ୨୧ ସେପ୍ଟେମ୍ବର ୨୦୨୩ କରୀନାଙ୍କ ଜନ୍ମଦିନରେ ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା ।

  • " class="align-text-top noRightClick twitterSection" data="">
  • ଭେଙ୍କଟେଶ ଏବଂ ରାଣା ଡଗ୍ଗୁବତୀ- ରାଣା ନାଇଡୁ

ସାଉଥ ସୁପରଷ୍ଟାର ଭେଙ୍କଟେଶ ଏବଂ ରାଣା ଡଗ୍ଗୁବତୀ 'ରାଣା ନାଇଡୁ' ସିରିଜ ସହ ପ୍ରଥମ ଥର ଓଟିଟିରେ ପାଦ ଦେଇଥିଲେ । ଏହି ସିରିଜ ମାର୍ଚ୍ଚ ୧୦, ୨୦୨୩ରେ ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ଭେଙ୍କଟେଶ ରାଣା, ସୁଶାନ୍ତ ସିଂହ, ଅଭିଷେକ ବାନାର୍ଜୀଙ୍କ ପିତା ଭୂମିକାରେ ନଜର ଆସିଥିବା ବେଳେ ଏଥିରେ ତାଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ବି ଦର୍ଶକଙ୍କ ମନ ଜିତିଥିଲା ।

  • " class="align-text-top noRightClick twitterSection" data="">
  • ଅସୁର-୨

ବମ୍ବେ ଫେବଲ୍ସ ଦ୍ବାରା ନିର୍ମିତ 'ଅସୁର ୨'ରେ ଅର୍ଶଦ ୱାସି, ବରୁଣ ସୋବତୀ, ରିଦ୍ଧି ଡୋଗ୍ରା ସମେତ ଅନେକ କଳାକାର ନଜର ଆସିଥିଲେ । ଏହି ସିରିଜର ପ୍ରଥମ ସିଜନ ବୁଟରେ ଷ୍ଟ୍ରିମିଂ ହୋଇଥିଲା । ତେବେ ଦ୍ୱିତୀୟ ଭାଗ ୧ ଜୁନ, ୨୦୨୩ରେ ଜିଓ ସିନେମାରେ ରିଲିଜ ହୋଇଥିଲା । ଏହି ସିରିଜ ଇଂରାଜୀ ସବ ଟାଇଟଲ ସହ ହିନ୍ଦୀ, ବଙ୍ଗଳା, ତାମିଲ, ତେଲୁଗୁ, ମାଲାୟାଲମ, କନ୍ନ ଏବଂ ମରାଠି, ଭୋଜପୁରୀ ଭାଷାରେ ଉପଲବ୍ଧ । ପୂର୍ବରୁ ଏହି ସିରିଜ ଲୋକପ୍ରିୟତା ହାସଲ କରିଥିବା ବେଳେ ୨ୟ ସିଜନ ମଧ୍ୟ ବେଶ ଦର୍ଶକଙ୍କ ମନ ଜିତିଛି ।

  • " class="align-text-top noRightClick twitterSection" data="">
  • ଗନ୍ସ ଏବଂ ଗୁଲାବ୍ସ

ଏହି ସିରିଜ ୧୮, ଅଗଷ୍ଟ ୨୦୨୩ରେ ନେଟଫ୍ଲିକ୍ସରେ ରିଲିଜ୍‌ ହୋଇଥିଲା । ଏହି ସିରିଜରେ ରାଜକୁମାର ରାଓ, ଗୁଲସନ ଦେବେୟା, ଦୁଲକର ସଲମାନ ସମେତ ଷ୍ଟାର ନଜର ଆସିଥିଲେ । ରାଜ ଏବଂ ଡିକେ ଦ୍ବାରା ନିର୍ମିତ ଏହି ସିରିଜ ହିନ୍ଦୀ, ମାଲାୟାଲମ ଏବଂ ତେଲୁଗୁ ଭାଷାରେ ରିଲିଜ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ୨୩ରେ ଚମକିଲା ଏହି ଷ୍ଟାରଙ୍କ ଭାଗ୍ୟ, ଲୋକପ୍ରିୟତା ସହ ବମ୍ପର କଲେକ୍ସନ କଲା ଫିଲ୍ମ

  • " class="align-text-top noRightClick twitterSection" data="">
  • ଖୋ ଗୟେ ହମ କାହାଁ

ଏହି ଫିଲ୍ମ ଡିସେମ୍ବର ୨୬, ୨୦୨୩ରେ ନେଟଫ୍ଲିକ୍ସରେ ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରର ଟାଇଟଲ୍ 'ଖୋ ଗୟେ ହମ କାହାଁ' ୨୦୧୬ ଚଳଚ୍ଚିତ୍ର 'ବାର ବାର ଦେଖୋ'ର ଏକ ଗୀତ ଉପରେ ଆଧାରିତ, ଯେଉଁଥିରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କ୍ୟାଟ୍ରିନା କୈଫ ଅଭିନୟ କରିଥିଲେ । ଅର୍ଜୁନ ବାରେନ୍ ସିଂଙ୍କ ଏହି ଫିଲ୍ମ ସହ ନିର୍ଦ୍ଦେଶନାରେ ଡେବ୍ୟୁ କରିଥବା ବେଳେ ତିନିଜଣ ସାଙ୍ଗଙ୍କ କାହାଣୀକୁ ଏହି ଫିଲ୍ମରେ ସୁନ୍ଦର ଭାବେ ଦର୍ଶାଯାଇଛି । ଏହି ଫିଲ୍ମରେ ଅନନ୍ୟା ପାଣ୍ଡେ ଏବଂ ସିଦ୍ଧାର୍ଥ ଚତୁର୍ବେଦୀଙ୍କ ବ୍ୟତୀତ ଆଦର୍ଶ ଗୌରବ ବି ନଜର ଆସିଛନ୍ତି।

Last Updated : Dec 27, 2023, 12:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.