ETV Bharat / entertainment

ଆଉ ନାହାନ୍ତି ହାସ୍ୟ ଅଭିନେତା ବିରବଲ ଖୋସଲା, ବଲିଉଡରେ ଶୋକର ଛାୟା

author img

By ETV Bharat Odisha Team

Published : Sep 13, 2023, 8:19 AM IST

ଆଉ ନାହାନ୍ତି ବଲିଉଡ ହାସ୍ୟ ଅଭିନେତା ବିରବଲ । ଦିନେ ନିଜ କମେଡିରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରି ଦେଉଥିଲେ ବଲିଉଡ ଅଭିନେତା ବିରବଲ ଖୋସଲା । ଅଧିକ ପଢନ୍ତୁ

Birbal Khosla passes away
ହାସ୍ୟ ଅଭିନେତା ବିରବଲଙ୍କ ପରଲୋକ

ମୁମ୍ବାଇ: ବଲିଉଡ ଜଗତ ପାଇଁ ପୁଣି ଏକ ଦୁଃଖଦ ଖବର । ଆଉ ନାହାନ୍ତି ବଲିଉଡ ଫିଲ୍ମର ପ୍ରସିଦ୍ଧ ହାସ୍ୟ କଳାକାର ତଥା ବରିଷ୍ଠ ଅଭିନେତା ବିରବଲ ଖୋସଲା । ମଙ୍ଗଳବାର ବିଳମ୍ବିତ ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବିରବଲ ଖୋସଲା । ତାଙ୍କୁ 84 ବର୍ଷ ବୟସ ହୋଇଥିଲା । ମୁମ୍ବାଇର ଚାର ବଙ୍ଗଳା ସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ହୋଇଛି । ହୃଦଘାତରେ ତାଙ୍କକ ଦେହାନ୍ତ ହୋଇଥିବା ପରିବାର ଲୋକ ଜଣାଇଛନ୍ତି । ଉଭୟ ଫିଲ୍ମ ଓ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଅଭିନୟର ଛାପ ଛାଡିଛନ୍ତି ବିରବଲ । ବିରବଲଙ୍କ ବିୟୋଗ ଖବର ଶୁଣି ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।

ବିରବଲ ଖୋସଲାଙ୍କ ପ୍ରକୃତ ନାମ ସତିନ୍ଦର କୁମାର ଖୋସଲା । ତାଙ୍କୁ ସମସ୍ତେ ବିରବଲ ଭାବରେ ଜାଣନ୍ତି । 1938ରେ ପଞ୍ଜାବର ଗୁରୁଦାସପୁରରେ ଜନ୍ମଗ୍ରହଣ କରିଥିଲେ ବିରବଲ । ତାଙ୍କ ବାପାଙ୍କର ଏକ ପ୍ରିଣ୍ଟିଂ ପ୍ରେସ ରହିଥିଲା । ବଡ ହେଲେ ପୁଅ ବାପାଙ୍କ ବ୍ୟବସାୟ ସମ୍ଭାଳିବେ ବୋଲି ପରିବାର ଆଶା କରିଥିଲେ । ହେଲେ ବିରବଲ ଅଭିନୟରେ ନାଁ କରିବାକୁ ସ୍ବପ୍ନ ଦେଖିଥିଲେ । 1967ରେ ଫିଲ୍ମ ମନୋଜ କୁମାରଙ୍କ ଫିଲ୍ମ 'ଉପକାର'ରେ ଡେବ୍ୟୁ କରିଥିଲେ । ଏହାପରେ ଆଉ ପଛକୁ ଫେରିନଥିଲେ । ଗୋଟିଏ ପରେ ଗୋଟିଏ ଫିଲ୍ମରେ ଅଭିନୟ ଯାଦୁ ଦେଖାଇଥିଲେ ବିରବଲ । ହିନ୍ଦୀ, ପଞ୍ଜାବୀ, ଭୋଜପୁରୀ ଓ ମରାଠୀ ଭାଷାରେ ଏକାଧିକ ଫିଲ୍ମ କରିଛନ୍ତି ସେ । ହିନ୍ଦୀ ଚଳଚ୍ଚିତ୍ର ଉପକାର, ରୋଟି କପଡା ଅର ମକାନ, ଅମୀର ଗରିବ, ରାସ୍ତେ କା ପଥର, ସୁନ ମେରି ଲୈଲା, ଇନସାନ, ଏକ ମହଲ କା ସପନା ହୈ, କ୍ରାନ୍ତି, ନସିବ, ୟାରାନା, ହମ ହେ ରାହି ପ୍ୟାର କେ, ଅନଜାମ ଭଳି ଏକାଧିକ ଫିଲ୍ମରେ କାମ କରିଛନ୍ତି । ବିରବଲ ତାଙ୍କ କ୍ୟାରିୟରରେ 500ରୁ ଅଧିକ ଫିଲ୍ମରେ ଅଭିୟନ କରିଛନ୍ତି ।

ଏହା ବି ପଢନ୍ତୁ...ଆରପାରିରେ ପଙ୍କଜ ତ୍ରିପାଠୀଙ୍କ ବାପା ପଣ୍ତିତ ବନାରସ ତିୱାରୀ

ବିରବଲ ଖୋସଲା ବିଶେଷ କରି କମେଡିଆନ ଚରିତ୍ର ପାଇଁ ପ୍ରସିଦ୍ଧି ଲାଭ କରିଥିଲେ । ତାଙ୍କ କମେଡି ଦେଖି ଦର୍ଶକ ହସି ହସି ବେଦମ ହେଉଥିଲେ । ସୋଲେ ଫିଲ୍ମରେ ତାଙ୍କ ଅଭିନୟ ଅଧିକ ପ୍ରସିଦ୍ଧି ଦେଇଥିଲା । ସୋଲେ ଫିଲ୍ମରେ ତାଙ୍କ ଲୁକ ଅଧିକ ଲୋକଙ୍କ ମନକୁ ଛୁଇଁଥିଲା । ଖାଲି ଫିଲ୍ମ ନୁହେଁ ଟିଭି ଇଣ୍ଡଷ୍ଟ୍ରିରେ ମଧ୍ୟ ତାଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଛି । ଏକାଧିକ ଫିଲ୍ମରେ ଯାଦୁ ଦେଖାଇଥିବା ବିରବଲ ଖୋସଲା ସ୍ବାସ୍ଥ୍ୟଜନିତ ସମସ୍ୟା ପାଇଁ ମୁମ୍ବାଇର ଆରୋଗ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଦେହାନ୍ତ ହୋଇଥିବା ନେଇ ଅଭିନେତା ଜନ୍ନି ଲିଭର ସୂଚନା ଦେଇଛନ୍ତି । ଆଜି (ବୁଧବାର) ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.