ETV Bharat / entertainment

Taali: ପରଦାରେ ଟ୍ରାନ୍ସଜେଣ୍ଡରଙ୍କ ସଂଘର୍ଷ କାହାଣୀ

author img

By

Published : Aug 16, 2023, 7:28 AM IST

ସ୍ୱାଧୀନତା ଦିବସ ଅବସରରେ ରିଲିଜ୍ ହୋଇଛି ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ନୂଆ ୱେବ୍ ସିରିଜ୍ 'ତାଲି' । ଜିଓ ସିନେମାରେ ଏହା ଷ୍ଟ୍ରିମିଂ ହୋଇଛି । ଫିଲ୍ମରେ ଟ୍ରାନ୍ସଜେଣ୍ଡରଙ୍କ ସଂଗ୍ରାମର କାହାଣୀ ଦେଖିବାକୁ ମିଳିବ । ଅଧିକ ପଢନ୍ତୁ

ସ୍ବାଧୀନତା ଦିବସରେ ରିଲିଜ ହେଲା ସୁସ୍ମିତା ସେନଙ୍କ ଫିଲ୍ମ, ଟ୍ରାନ୍ସଜେଣ୍ଡରଙ୍କ ସଂର୍ଘର୍ଷ କାହାଣୀ ଦେଖିବେ ଦର୍ଶକ
ସ୍ବାଧୀନତା ଦିବସରେ ରିଲିଜ ହେଲା ସୁସ୍ମିତା ସେନଙ୍କ ଫିଲ୍ମ, ଟ୍ରାନ୍ସଜେଣ୍ଡରଙ୍କ ସଂର୍ଘର୍ଷ କାହାଣୀ ଦେଖିବେ ଦର୍ଶକ

ମୁମ୍ବାଇ: ଫ୍ୟାନ୍ସଙ୍କ ଅପେକ୍ଷାର ହେଲା ଅନ୍ତ । ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ୱେବ୍ ସିରିଜ୍ 'ତାଲି' ଗତକାଲି (15 ଅଗଷ୍ଟ)ରେ ମୁକ୍ତିଲାଭ କରିଛି । ଜିଓ ସିନେମାରେ ଏହି ଫିଲ୍ମ ଷ୍ଟ୍ରିମିଂ ହୋଇଥିବା ବେଳେ ଫିଲ୍ମରେ ଟ୍ରାନ୍ସଜେଣ୍ଡରଙ୍କ ସଂଘର୍ଷ କାହାଣୀ ଦର୍ଶକ ଦେଖିବାକୁ ପାଇବେ । ନିକଟରେ ଟ୍ରେଲରକୁ ପ୍ରଶଂସକଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ମିଳିଥିଲା । ତେବେ ଏବେ ସିରିଜକୁ ମଧ୍ୟ ଲୋକେ ବେଶ ପସନ୍ଦ କରିବ ବୋଲି ଆଶା କରାଯାଉଛି ।

  • " class="align-text-top noRightClick twitterSection" data="">

ନିକଟରେ ସୁସ୍ମିତା ସେନ୍ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ, ଯାହାର କ୍ୟାପସନ୍ ସେ ଲେଖିଥିଲେ, 'ଗୌରୀ ଆ ଗହି'। ବାସ୍ତବରେ ସୁସ୍ମିତା ସେନ୍ ଏହି ଚଳଚ୍ଚିତ୍ରରେ ଟ୍ରାନ୍ସଜେଣ୍ଡର ଭୂମିକାରେ ଅଭିନୟ କରୁଛନ୍ତି ଏବଂ ସ୍ବାଧୀନତା ଅବସରରେ ଏହି ଚଳଚ୍ଚିତ୍ରଟି OTT ପ୍ଲାଟଫର୍ମ ଜିଓ ସିନେମାରେ ପ୍ରସାରିତ ହୋଇଛି । ବାସ୍ତବ ଜୀବନ ଉପରେ ଆଧାରିତ ଏହି ଫିଲ୍ମର କାହାଣୀ ଟ୍ରାନ୍ସଜେଣ୍ଡରର ସଂଗ୍ରାମକୁ ଦର୍ଶାଉଛି । ଏହା ହେଉଛି ଏକ ଯୁବକର କାହାଣୀ ଯିଏ ପରେ ଟ୍ରାନ୍ସଜେଣ୍ଡରର ଲାଇଫକୁ ଆପଣାଇଥାଏ । ପରେ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ । ଟ୍ରାନ୍ସଜେଣ୍ଡରଙ୍କୁ ସମାଜରେ ପରିଚୟ ତଥା ତୃତୀୟ ଲିଙ୍ଗର ଆଖ୍ୟା ଦେବା ପାଇଁ ସେ ଶେଷ ପର୍ଯ୍ୟନ୍ତ ଲଢେଇ କରେ ।

ସୂଚନା ଥାଉ କି, ତାଲିରେ ମିସ୍ ୟୁନିଭର୍ସ ତାଲିରେ ଟ୍ରାନ୍ସଜେଣ୍ଡର କାର୍ଯ୍ୟକର୍ତ୍ତା ଗୌରୀ ସାୱନ୍ତଙ୍କ ଭୂମିକାରେ ନଜର ଆସିଛନ୍ତି । ଯିଏ ଟ୍ରାନ୍ସଜେଣ୍ଡରଙ୍କୁ ସମାଜରେ ପରିଚୟ ତଥା ତୃତୀୟ ଲିଙ୍ଗର ଆଖ୍ୟା ଦେବା ପାଇଁ ସେ ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲେ । ମୁମ୍ବାଇର ଟ୍ରାନ୍ସଜେଣ୍ଡର କାର୍ଯ୍ୟକର୍ତ୍ତା ଗୌରୀ ସାୱନ୍ତ ଗଣେଶ ଭାବରେ ଜନ୍ମଗ୍ରହଣ କରି ପୁନେରେ ବଢିଥିଲେ । ସେ 2013ରୁ ନ୍ୟାସନାଲ ଲିଗାଲ୍ ସର୍ଭିସେସ୍ ଅଥୋରିଟି (NALSA) ମକଦ୍ଦମାରେ ଆବେଦନକାରୀଙ୍କ ମଧ୍ୟରୁ ଜଣେ ଥିଲେ ଯେଉଁଥିରେ ସୁପ୍ରିମକୋର୍ଟ ଟ୍ରାନ୍ସଜେଣ୍ଡର ଲୋକଙ୍କୁ ତୃତୀୟ ଲିଙ୍ଗ ଭାବରେ ସ୍ୱୀକୃତି ଦେଇଥିଲେ । 2014ରେ ଏହି ଐତିହାସିକ ରାୟ ପ୍ରଦାନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଆସିଲା ଟ୍ରେଲର, ଟ୍ରାନ୍ସଜେଣ୍ଡର ଗୌରୀ ସାୱନ୍ତଙ୍କ ସଂଘର୍ଷର କାହାଣୀ କହିବେ ସୁସ୍ମିତା ସେନ

ଅର୍ଜୁନ ସିଂ ବାରନ ଏବଂ କର୍ତ୍ତକ ଡି ନିଶାନ୍ଦରଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ରବି ଯାଦବ ନିର୍ଦ୍ଦେଶନା ଦେଇଛନ୍ତି । ଏହା କିତିଜ୍‌ ପଟୱର୍ଦ୍ଦନଙ୍କ ଦ୍ୱାରା ଲିଖିତ ଏବଂ ଅର୍ଜୁନ ସିଂ ବାରନ, କର୍ତ୍ତକ ଡି ନିଶାନ୍ଦର (ଜିଏସଏମଏସ ପ୍ରଡକ୍ସନ୍) ଏବଂ ଆଫିଫା ନାଡିଆଡୱାଲା ଦ୍ୱାରା ନିର୍ମିତ ଫିଲ୍ମ । 'ତାଲି'ରେ ସୁସ୍ମିତା ସେନ୍, ନୀତୀଶ ରାଠୋର, ଅଙ୍କୁର ଭାଟ୍ଟିଆ, ଐଶ୍ୱର୍ଯ୍ୟା ନାର୍କ, କ୍ରିତିକା ଦେବ, ଶାନ କକ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମ ବ୍ୟତୀତ ସୁସ୍ମିତା ଡିଜନି +ହଟଷ୍ଟାରରେ ଷ୍ଟ୍ରିମିଂ ହେବାକୁ ଥିବା ଆର୍ଯ୍ୟ ସିଜନ-3 ରେ ମଧ୍ୟ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.