ETV Bharat / entertainment

ନିର୍ଦ୍ଦେଶକ ଭାବେ ବଲିଉଡରେ ଏଣ୍ଟ୍ରି କରିବେ ଆର୍ଯ୍ୟନ୍ ଖାନ, ଫିଲ୍ମର ମୁଖ୍ୟ ଅଭିନେତା ରହିବେ ବବି ଦେଓଲ

author img

By ETV Bharat Odisha Team

Published : Sep 11, 2023, 5:44 PM IST

ଶାହାରୁଖ ଖାନଙ୍କ ବଡ଼ ପୁଅ ଆର୍ଯ୍ୟନ୍ ଖାନ୍ ତାଙ୍କର ୱେବ୍ ସିରିଜ୍ ପାଇଁ ମୁଖ୍ୟ ଅଭିନେତା ଚୟନ କରିଛନ୍ତି । ବଲିଉଡ ଅଭିନେତା ବବି ଦେଓଲ ତାଙ୍କର ପ୍ରଥମ ୱେବ୍ ସିରିଜରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ନେଇ ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ନିର୍ଦ୍ଦେଶକ ଭାବେ ବଲିଉଡରେ ଏଣ୍ଟ୍ରି କରିବେ ଆର୍ଯ୍ୟନ୍ ଖାନ, ମୁଖ୍ୟ ଅଭିନେତା ଭାବେ ବବି ଦେଓଲ ଆସିବେ ନଜର
ନିର୍ଦ୍ଦେଶକ ଭାବେ ବଲିଉଡରେ ଏଣ୍ଟ୍ରି କରିବେ ଆର୍ଯ୍ୟନ୍ ଖାନ, ମୁଖ୍ୟ ଅଭିନେତା ଭାବେ ବବି ଦେଓଲ ଆସିବେ ନଜର

ମୁମ୍ବାଇ: ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ବଲିଉଡରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏନେଇ ସେ ପୂର୍ବରୁ ଘୋଷଣା କରିଥିବା ବେଳେ ଆଜିକାଲି ସେ ତାଙ୍କର ପ୍ରଥମ ୱେବ୍ ସିରିଜ୍ ନିର୍ଦ୍ଦେଶନାରେ ବ୍ୟସ୍ତ ଅଛନ୍ତି । ଆର୍ଯ୍ୟନ୍ ତାଙ୍କର ପ୍ରଥମ ୱେବ୍ ସିରିଜର ମୁଖ୍ୟ ଅଭିନେତା ଚୟନ କରୁଥିଲେ । ବର୍ତ୍ତମାନ ତାଙ୍କୁ ତାଙ୍କ ସିରିଜ ପାଇଁ ଅଭିନେତା ମିଳି ଯାଇଛନ୍ତି। ବଲିଉଡ ଅଭିନେତା ବବି ଦେଓଲ ତାଙ୍କର ପ୍ରଥମ ୱେବ୍ ସିରିଜରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ବୋଲି ସୂଚନା ମିଳିଛି ।

ଗତ ବର୍ଷ ଆର୍ଯ୍ୟନ୍ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଥିଲେ ଆର୍ଯ୍ୟନ୍ । ଯେଉଁଥିରେ ତାଙ୍କର ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ସ୍କ୍ରିପ୍ଟ ଥିଲା । ଫଟୋ ସେୟାର କରିବାବେଳେ ସେ କହିଥିଲେ ଯେ ସେ ତାଙ୍କ ସ୍କ୍ରିପ୍ଟ ଶେଷ କରିଛନ୍ତି । ଯୁବ ଫିଲ୍ମ ନିର୍ମାତା ଆର୍ଯ୍ୟନ୍ ନେଟ୍‌ଫ୍ଲିକ୍ସ ପାଇଁ ଏକ ୱେବ୍ ଶୋ'ର ନିର୍ଦ୍ଦେଶନା ଦେବେ । ଖବର ଅନୁଯାୟୀ ଏହି ସିରିଜର ନାମ ହେଉଛି 'ଷ୍ଟାରଡମ୍'। ତେବେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ଘୋଷଣା କରାଯାଇ ନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ, ଆର୍ଯ୍ୟନ୍ ଡେବ୍ୟୁ ୱେବ୍ ସିରିଜରେ ମୁଖ୍ୟ ଭୂମିକା ଭାବେ ବବି ଦେଓଲ ନଜର ଆସିବେ।

ସୂଚନା ଅନୁଯାୟୀ, ଆର୍ଯ୍ୟନ୍ ଡେବ୍ୟୁ ୱେବ୍ ସିରିଜରେ ମୁଖ୍ୟ ଭୂମିକା ପାଇଁ ସେ ବବି ଦେଓଲଙ୍କ ନିକଟକୁ ଯାଇଥିଲେ । ବବି ଦେଓଲ ପୂର୍ବରୁ ରେଡ୍ ଚିଲିଜ୍ ସହ କାମ କରିଥିଲେ ଏବଂ ଆର୍ଯ୍ୟନ୍ ତାଙ୍କ ସହ କାମ କରିବାକୁ ବି ଉତ୍ସାହିତ ଥିଲେ । ତେବେ ରିପୋର୍ଟ ଅନୁସାରେ, ବବିଙ୍କୁ ଏହି ସିରିଜରେ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବ । ଏହି ଅଭିନେତା ସିରିଜର କିଛି ଅଂଶ ସୁଟ୍ କରି ସାରିଛନ୍ତି ଏବଂ କିଛି ଦିନ ମଧ୍ୟରେ ବାକି ସୁଟିଂ ଶେଷ କରିବେ । ସେପ୍ଟେମ୍ବର ମାସରେ ସିରିଜର ବାକି ଅଂଶ ସୁଟିଂ ହେବ । ଆର୍ଯ୍ୟନଙ୍କ ଏହି ଧାରାବାହିକରେ କିଛି ନୂଆ ଅଭିନେତାଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ: ଏକ ୱେବ୍ ସିରିଜ୍ ସହ ଡେବ୍ୟୁ କରିବେ ଆର୍ଯ୍ୟନ୍ ଖାନ୍‌, କଣ ରହିଛି ଟାଇଟଲ ଜାଣନ୍ତୁ

ଯଦି ମିଡିଆ ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ସିରିଜର 6ଟି ଏପିସୋଡ୍ ରହିବ। ଏବଂ ଏହି ଧାରାବାହିକ ଫିଲ୍ମ ଇଣ୍ଡଷ୍ଟ୍ରିର ପୃଷ୍ଠଭୂମି ବିରୁଦ୍ଧରେ ନିର୍ମିତ ହେବ ଏବଂ ଲେଖକ ବିଲାଲ ସିଦ୍ଦିକିଙ୍କ ସହ ଆର୍ଯ୍ୟନ୍ ଏହି ଧାରାବାହିକ ଲେଖିଛନ୍ତି । ଏହି ଶୋ' ବର୍ତ୍ତମାନ ଏହାର ପ୍ରି-ପ୍ରଡକ୍ସନ୍ ପର୍ଯ୍ୟାୟରେ ଅଛି ଏବଂ ଚଳିତ ବର୍ଷ ଶେଷରେ ରିଲିଜ ହେବାର ଆଶା କରାଯାଉଛି । ଏହା ଶାହାରୁଖ ଖାନ୍‌ଙ୍କ ପ୍ରଡକ୍ସନ୍ ହାଉସ୍ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ଦ୍ବାରା ନିର୍ମିତ ହୋଇଛି । ଆର୍ଯ୍ୟନ୍ ଖାନ୍ ମଧ୍ୟ ତାଙ୍କର ଡେବ୍ୟୁ ୱେବ୍ ସିରିଜ୍ ପାଇଁ ବହୁତ ଉତ୍ସାହିତ ଅଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.