ETV Bharat / entertainment

Sam Bahadur: ଟ୍ରେଲର ଲଞ୍ଚ ପାଇଁ ଦିଲ୍ଲୀରେ ପହଞ୍ଚିଲେ ବିକି, ମେଘନା ଏବଂ ସାନିଆ

author img

By ETV Bharat Odisha Team

Published : Nov 7, 2023, 10:20 AM IST

ଆଜି ବହୁ ପ୍ରତିକ୍ଷୀତ ଫିଲ୍ମ ସାମ ବାହାଦୂରର ଟ୍ରେଲର ରିଲିଜ ହେବ । ଏହି ଟ୍ରେଲର ଲଞ୍ଚ୍‌ ଇଭେଣ୍ଟରେ ସାମିଲ ହେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି ବିକି କୌଶଲ, ମେଘନା ଗୁଲଜାର ଏବଂ ସାନିଆ ମଲହୋତ୍ରା । ଅଧିକ ପଢନ୍ତୁ

Sam Bahadur: ଟ୍ରେଲର ଲଞ୍ଚ ପାଇଁ ଦିଲ୍ଲୀରେ ପହଞ୍ଚିଲେ ବିକି, ମେଘନା ଏବଂ ସାନିଆ
Sam Bahadur: ଟ୍ରେଲର ଲଞ୍ଚ ପାଇଁ ଦିଲ୍ଲୀରେ ପହଞ୍ଚିଲେ ବିକି, ମେଘନା ଏବଂ ସାନିଆ

ହାଇଦ୍ରାବାଦ: ମେଘନା ଗୁଲଜାରଙ୍କ ଦ୍ୱାରା ନିର୍ଦ୍ଦେଶିତ ବହୁ ପ୍ରତିକ୍ଷୀତ ଫିଲ୍ମ ସାମ ବାହାଦୂରର ଡିସେମ୍ବର ୧ରେ ରିଲିଜ ହେବ । ଏହି ଫିଲ୍ମରେ ବଲିଉଡ୍‌ ଅଭିନେତା ବିକି କୌଶଲ, ଅଭିନେତ୍ରୀ ସାନ୍ୟା ମଲହୋତ୍ରା, ଫାତିମା ସାନା ସେକ୍ ପ୍ରମୁଖ ନଜର ଆସିବେ । ତେବେ ଆଜି ଫିଲ୍ମର ଟ୍ରେଲର ରିଲିଜ ହେବାକୁ ଯାଉଛି । ଦିଲ୍ଲୀରେ ଟ୍ରେଲର ଲଞ୍ଚ୍‌ ଇଭେଣ୍ଟ ଆୟୋଜିତ ହେବାକୁ ଥିବା ବେଳେ ଏଥିରେ ସାମିଲ ହେବାକୁ ରାଜଧାନୀ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ବିକି କୌଶଲ, ମେଘନା ଗୁଲଜାର ଏବଂ ସାନ୍ୟା ମଲହୋତ୍ରା । ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଅଭିନେତା ଏବଂ ଅଭିନେତ୍ରୀ ଏହି ସୂଚନା ଦେଇଛନ୍ତି ।

ରିପୋର୍ଟ ଅନୁସାରେ, ନୂଆଦିଲ୍ଲୀର ମାନିତଶାହ ସେଣ୍ଟରରେ ସାମ ବାହାଦୂର ଫିଲ୍ମର ଟ୍ରେଲର ଲଞ୍ଚ ଇଭେଣ୍ଟ ଅନୁଷ୍ଠିତ ହେବ । ଏହି ଗ୍ରାଣ୍ଡ୍‌ ଲଞ୍ଚ୍‌ ପାଇଁ ଫିଲ୍ମର ନିର୍ଦ୍ଦେଶକ ମେଘନା ଏବଂ ଷ୍ଟାର୍‌ କାଷ୍ଟ ବିକି ଏବଂ ସାନ୍ୟା ଦିଲ୍ଲୀରେ ପହଞ୍ଚିଛନ୍ତି । ବିକି କୌଶଲ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ସେୟାର ହୋଇଥିବା ଏହି ଫଟୋରେ ବିକିଙ୍କ ସହ ମେଘନାଙ୍କୁ ଦେଖିବାକୁ ମିଳିଛି । ଏହାକୁ ସେୟାର କରି ବିକି ଲେଖିଛନ୍ତି, 'ସାମ ବାହାଦୂର ଟ୍ରେଲର ଲଞ୍ଚ୍‌ ଡେ ପାଇଁ ଦିଲ୍ଲୀ ପହଞ୍ଚିଛୁ, ଖୁବଶୀଘ୍ର ଦେଖାହେବା ।'

ବିକି କୌଶଲଙ୍କ ପୋଷ୍ଟ
ବିକି କୌଶଲଙ୍କ ପୋଷ୍ଟ

ସେହିପରି ସାନ୍ୟା ମଲହୋତ୍ରା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି, 'ଦିଲ୍ଲୀ ଆସିଗଲା । ଗୁଗୁଲ ମ୍ୟାପ୍ ଉପରେ ଅନ୍ଧବିଶ୍ବାସ କରି ଦିଲ୍ଲୀରେ ପହଞ୍ଚି ସାରିଛି । ସାମ ବାହାଦୂର ଟ୍ରେଲର ଲଞ୍ଚ ଡେ ।' ସୂଚନା ଥାଉ କି, ବିକି କୌଶଲ ଗତକାଲି (ଅକ୍ଟୋବର ୬) ସାମ ବାହାଦୂରର ଏକ ନୂଆ ପୋଷ୍ଟର ରିଲିଜ କରି ଟ୍ରେଲର ରିଲିଜ ନେଇ ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: କ୍ୟାଟ୍ରିନା କୈଫଙ୍କ ସହ ସମ୍ପର୍କକୁ ନେଇ ବିକିଙ୍କ ଖୁଲାସା, ଏମିତି କ୍ୟାଟ୍ରିନାଙ୍କ ପ୍ରେମରେ ପଡିଥିଲେ

'ସାମ ବାହାଦୂର'ର କାହାଣୀ ବିଷୟରେ କହିବାକୁ ଗଲେ, ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ତଥା ସୈନ୍ୟ ପରାକ୍ରମୀ ସାମ୍‌ ମାନିକଶାହଙ୍କ ଜୀବନ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ବିକି ସାମ ମାନିକଶାହଙ୍କ ଭୂମିକାରେ ଅଭିନୟ କରିଥିବାବେଳେ ଫାତିମା ସାନା ଶେଖଙ୍କୁ ଇନ୍ଦିରା ଗାନ୍ଧୀ ଏବଂ ସାନ୍ୟା ମାଲହୋତ୍ରାଙ୍କୁ ସାମ ମାନିକଶାହଙ୍କ ପତ୍ନୀ ସିଲୁଙ୍କ ଭୂମିକାରେ ଦେଖିବାକୁ ମିଳିବ । ମେଘନା ଗୁଲଜାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁ'ଭାଲାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରଟି ଡିସେମ୍ବର ୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଯାହା ରଣବୀର କପୁରଙ୍କ ଆନିମଲ ସହ କଡ଼ା ଟକ୍କର ଦେବ । କାରଣ ଡିସେମ୍ବର ୧ରେ ଆନିମଲ ମଧ୍ୟ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.