ETV Bharat / entertainment

'ମେଁ ଅଟଲ୍ ହୁଁ' ରିଲିଜ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କୁ ଭେଟିଲେ ପଙ୍କଜ ତ୍ରିପାଠୀ

author img

By ETV Bharat Odisha Team

Published : Jan 18, 2024, 11:30 AM IST

Pankaj Tripathi meets Nitin Gadkari: ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ ତାଙ୍କର ଆଗାମୀ ଫିଲ୍ମ 'ମେଁ ଅଟଲ୍ ହୁଁ'ର ପ୍ରମୋସନ ପାଇଁ ବ୍ୟସ୍ତ ଅଛନ୍ତି । ଏହାରି ଭିତରେ ଅଭିନେତା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ

Pankaj Tripathi meets Nitin Gadkari
ଫିଲ୍ମ ମେଁ ଅଟଲ୍ ହୁଁ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ 'ମେଁ ଅଟଲ୍ ହୁଁ' ଆସନ୍ତାକାଲି (ଶୁକ୍ରବାର) ରିଲିଜ ହେବାକୁ ଯାଉଛି । ଯେଉଁଥିରେ ପଙ୍କଜ ତ୍ରିପାଠୀ ଅଟଳ ବିହାରୀ ବାଜପେୟୀ ଭାବରେ ନଜର ଆସିବେ । ଏହି ଫିଲ୍ମରେ ଅଟଳ ବିହାରୀ ବାଜପେୟୀଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟ ବିଷୟରେ ଜାଣିବାକୁ ମିଳିବ । ତେବେ ଏହାରି ଭିତରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଦିଲ୍ଲୀରେ ଭେଟିଛନ୍ତି ଅଭିନେତା ପଙ୍କଜ ତ୍ରିପାଠୀ । ତାଙ୍କ ସହ ପତ୍ନୀ ମ୍ରିଦୁଲା ତ୍ରିପାଠୀ, ଚଳଚ୍ଚିତ୍ର ନିର୍ମାତା ବିନୋଦ ଭାନୁଶାଳୀ ଏବଂ ନିର୍ଦ୍ଦେଶକ ରବି ଯାଦବ ମଧ୍ୟ ଥିଲେ ।

  • 📍नई दिल्ली

    विख्यात अभिनेता श्री @TripathiiPankaj जी, उनकी पत्नी श्रीमती मृदुला त्रिपाठी जी तथा फिल्म निर्माता श्री @vinodbhanu जी और निर्देशक श्री @meranamravi जी ने आज मेरे दिल्ली आवास पर भेंट की। श्रद्धेय अटल बिहारी वाजपेयी जी के जीवन पर आधारित उनकी जल्द ही प्रदर्शित होने… pic.twitter.com/0dV3UEbLqI

    — Nitin Gadkari (@nitin_gadkari) January 17, 2024 " class="align-text-top noRightClick twitterSection" data=" ">

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ତାଙ୍କ ବାସଭବନକୁ ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ ଏବଂ ତାଙ୍କ ପତ୍ନୀଙ୍କୁ ସ୍ୱାଗତ କରିଥିଲେ । ଏଥିସହ ଫିଲ୍ମ 'ମେଁ ଅଟଲ୍ ହୁଁ' ବିଷୟରେ କେନ୍ଦ୍ରମନ୍ତ୍ରୀ ଅଭିନେତାଙ୍କ ସହ ଆଲୋଚନା କରିଥିଲେ । ବାୟୋପିକ୍ 'ମେଁ ଅଟଲ୍ ହୁଁ'ରେ ପଙ୍କଜ ତ୍ରିପାଠୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି ।

ଫିଲ୍ମରେ ଅଟଳ ବିହାରୀ ବାଜପେୟୀଙ୍କ ଚରିତ୍ରରେ ଅଭିନୟ କରିବା ନେଇ ପଙ୍କଜ ତ୍ରିପାଠୀ ନ୍ୟୁଜ ଏଜେନ୍ସିକୁ କହିଥିଲେ ଯେ, ଫିଲ୍ମ ଅପେକ୍ଷା ଅଟଳ ବିହାରୀ ବାଜପେୟୀଙ୍କ ଚରିତ୍ରରେ ଅଭିନୟ କରିବାର ଯାତ୍ରା ମୋ ହୃଦୟର ନିକଟତର । ତାଙ୍କ ବ୍ୟକ୍ତିତ୍ୱ ପ୍ରକୃତରେ ମହାନ ଏବଂ ତାଙ୍କର ପ୍ରେରଣାଦାୟକ କାହାଣୀକୁ ଦୁନିଆ ସାମ୍ନାକୁ ଆଣିଥିବାରୁ ଗୌରବ ଅନୁଭବ କରୁଛି । ଆଶା କରୁଛି ଯେ, ଅଟଳ ବିହାରୀଙ୍କ ବାୟୋପିକକୁ ବଡ଼ ପରଦାରେ ଆଣିବା ପାଇଁ ଆମର ପ୍ରୟାସକୁ ଦର୍ଶକମାନେ ପ୍ରଶଂସା କରିବେ ।

ଏହା ମଧ୍ୟ ପଢନ୍ତୁ - 'ମେଁ ଅଟଲ୍ ହୁଁ'ର ଟ୍ରେଲର ରିଲିଜ, ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ପଙ୍କଜ ତ୍ରିପାଠୀ

'ମେଁ ଅଟଲ୍ ହୁଁ'ର ନିର୍ଦ୍ଦେଶନା ଦେଇଛନ୍ତି ରବି ଯାଦବ । ଫିଲ୍ମକୁ ଋଷି ବିରମାନୀ ଓ ରବି ଯାଦବ ଲେଖିଛନ୍ତି । ଏହି ଫିଲ୍ମ ଆସନ୍ତାକାଲି ଅର୍ଥାତ ୧୯ ତାରିଖରେ ପ୍ରେକ୍ଷାଳୟରେ ରିଲିଜ ହେବାକୁ ପ୍ରସ୍ତୁତ ଅଛି । ଯେଉଁଥିରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଦିନରୁ ଆରମ୍ଭ କରି ଯୁବାବସ୍ଥା, ରାଜନୈତିକ କ୍ୟାରିୟର ତଥା ଭାରତକୁ ଏକ ମହାନ ରାଷ୍ଟ୍ରରେ ପରିଣତ କରିବା ପାଇଁ ତାଙ୍କର ଅବଦାନ ବିଷୟରେ ଦର୍ଶାଯାଇଛି । ଏହି ଫିଲ୍ମରେ ତାଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟ ବିଷୟରେ ଜାଣିବାକୁ ମିଳିବ । ଯାହା ହୁଏତ ଦେଶର ଅଧିକାଂଶଙ୍କୁ ଜଣାନଥିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.