ETV Bharat / entertainment

ବିବାହ କଲେ ତମନ୍ନା ବ୍ୟାସ, ସିଦ୍ଧାର୍ଥ ଅଗ୍ରୱାଲଙ୍କ ସହ ପଡିଲା ହାତଗଣ୍ଠି

author img

By ETV Bharat Odisha Team

Published : Jan 17, 2024, 5:29 PM IST

Tamanna Vyas Marriage: ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ ନାୟିକା ତମନ୍ନା ବ୍ୟାସ । ଲୋକପ୍ରିୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ପୁଅ ସିଦ୍ଧାର୍ଥ ଅଗ୍ରୱାଲଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି ତମନ୍ନା ।

ବିବାହ କଲେ ତମନ୍ନା ବ୍ୟାସ, ସିଦ୍ଧାର୍ଥ ଅଗ୍ରୱାଲଙ୍କ ସହ ପଡିଲା ହାତଗଣ୍ଠି
ବିବାହ କଲେ ତମନ୍ନା ବ୍ୟାସ, ସିଦ୍ଧାର୍ଥ ଅଗ୍ରୱାଲଙ୍କ ସହ ପଡିଲା ହାତଗଣ୍ଠି

ହାଇଦ୍ରାବାଦ: ଓଲିଉଡ ଅଭିନେତ୍ରୀ ତମନ୍ନା ବ୍ୟାସଙ୍କ ପଡିଲା ହାତଗଣ୍ଠି । ଅଭିନେତ୍ରୀ ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ସୀତାରାମ ଅଗ୍ରୱାଲ ଏବଂ ପ୍ରସିଦ୍ଧ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ପୁଅ ସିଦ୍ଧାର୍ଥ ଅଗ୍ରୱାଲଙ୍କୁ ଜୀବନ ସାଥୀ କରିଛନ୍ତି । ସାଙ୍ଗସାଥୀ, ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଦମ୍ପତି । ବର୍ତ୍ତମାନ ଉଭୟଙ୍କ ବିବାହ ନେଇ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟୁଛି ।

ତମନ୍ନା ବ୍ୟାସ ସିଦ୍ଧାର୍ଥ ଅଗ୍ରୱାଲଙ୍କ ବିବାହ ଫଟୋ

ଜାନୁଆରୀ ୧୬ ଅର୍ଥାତ ଗତ ମଙ୍ଗଳବାର ଦିନ ତମନ୍ନା ବ୍ୟାସ ଏବଂ ସିଦ୍ଧାର୍ଥ ଅଗ୍ରୱାଲ ବିବାହ କରିଛନ୍ତି । ବ୍ରହ୍ମପୁରର ମେଫେୟାର ହୋଟେଲରେ ଏହି ଦମ୍ପତି ଗ୍ରାଣ୍ଡ ସମାରୋହରେ ପରିବାର ଏବଂ ସାଙ୍ଗସାଥୀଙ୍କ ଉପସ୍ଥିତିରେ ହିନ୍ଦୁ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ହୋଟେଲରେ ଉଭୟଙ୍କ ପ୍ରି-ୱେଡିଂ ସାମରୋହ ହଲଦୀ, ମେହେନ୍ଦୀ ଏବଂ ସଙ୍ଗୀତ ସେରମନି ବି ହୋଇଥିଲା । ତେବେ ବିବାହରେ ତମନ୍ନା ଏକ ଗୋଲ୍ଡେନ ଏବଂ ମେରୁନ ରଙ୍ଗର ଲେହେଙ୍ଗାରେ ନଜର ଆସିଥିବା ବେଳେ ସିଦ୍ଧାର୍ଥ ଶେରୱାନିରେ ନଜର ଆସିଥିଲେ । ଏହି ଦମ୍ପତି ପାରମ୍ପରିକ ଲୁକରେ ଖୁବ ସୁନ୍ଦର ଦେଖାଯାଉଥିଲେ ।

ତମନ୍ନା ଏବଂ ସିଦ୍ଧାର୍ଥଙ୍କ ବିବାହ ସମାରୋହର ଅନେକ ଭିଡିଓ ଏବଂ ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିବା ବେଳେ ଏହି ବିବାହର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଏହି ବିବାହରେ ଅନେକ ଓଲିଉଡ କଳାକାର ଯୋଗ ଦେଇଥିଲେ । ଅଭିନେତ୍ରୀ ପ୍ରକୃତି ମିଶ୍ର, ପ୍ରିୟା ଚୌଧୁରୀ ସମେତ ଅନେକ ସେଲିବ୍ରିଟି ହୋଇଥିବା ବେଳେ ଉଭୟଙ୍କୁ ବିବାହ ଶୁଭକାମନା ଜଣାଇଛନ୍ତି । ସୂଚନା ଥାଉ କି, ଆସନ୍ତାକାଲି ତମନ୍ନା ଏବଂ ସିଦ୍ଧାର୍ଥଙ୍କ ୱେଡିଂ ରିସେପସନ ଆସନ୍ତାକାଲି କଟକରେ ହେବ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: ବିବାହ କରିବେ ତମନ୍ନା ବ୍ୟାସ, ଜାନୁଆରୀରେ ପଡିପାରେ ହାତଗଣ୍ଠି

ତମନ୍ନାଙ୍କ ବିଷୟରେ କହିବାକୁ ଗଲେ, ସେ ଓଲିଉଡର ଜଣେ ଆଗଧାଡିର ଅଭିନେତ୍ରୀ । ୨୦୧୬ରେ ସେ ଭାଇନା କଣ କଲା ସେ ଫିଲ୍ମ ସହ ଓଲିଉଡରେ ପାଦ ଦେଇଥିଲେ । ପରେ ନିଝୁମ ରାତିର ସାଥୀ, ବ୍ଲାକମେଲ, ପ୍ରମେ କୁମାର, ଗୋଲମାଲ ଲଭ, ରୋମିଓ ରାଜା, ଲଗାମ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଛନ୍ତି । ସେପଟେ ସିଦ୍ଧାର୍ଥ ଅଗ୍ରୱାଲ ହେଉଛନ୍ତି ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ସୀତାରାମ ଅଗ୍ରୱାଲ ଏବଂ ପ୍ରସିଦ୍ଧ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ପୁଅ ।

ତମନ୍ନା ବ୍ୟାସ ସିଦ୍ଧାର୍ଥ ଅଗ୍ରୱାଲଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରକୃତି-ପ୍ରିୟା

ବିବାହ ଫଟୋ ସେୟାର କଲେ ସିଦ୍ଧାର୍ଥ ଅଗ୍ରୱାଲ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.