ETV Bharat / entertainment

Drugs Case: ପୁଣି ବଢିପାରେ ଭାରତୀ-ହର୍ଷଙ୍କ ମୁସ୍କିଲ, ଚାର୍ଜସିଟ୍ ଦାଖଲ କଲା NCB

author img

By

Published : Oct 29, 2022, 11:26 AM IST

Bharti Singh-Harsh Drugs Case: ଏନସିବି ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି । ଅଧିକ ପଢନ୍ତୁ

ପୁଣି ବଢିପାରେ ଭାରତୀ ସିଂ ଏବଂ ହର୍ଷଙ୍କ ମୁସ୍କିଲ, ଚାର୍ଜସିଟ୍ ଦାଖଲ କଲା ଏନସିବି
ପୁଣି ବଢିପାରେ ଭାରତୀ ସିଂ ଏବଂ ହର୍ଷଙ୍କ ମୁସ୍କିଲ, ଚାର୍ଜସିଟ୍ ଦାଖଲ କଲା ଏନସିବି

ମୁମ୍ବାଇ: ଅଡୁଆରେ ଲିମ୍ବାଚିଆ ଦମ୍ପତି । ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାର ପୁଣି ପେଡି ଖୋଲିଛି ଏନସିବି । କୋର୍ଟରେ କମେଡି କୁଇନ ଭାରତୀ ସିଂ ଓ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ ବିରୋଧରେ 200 ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି ଏନସିବି । ଏହି ମାମଲାରେ ପୂର୍ବରୁ ଏହି ଦମ୍ପତି ଗିରଫ ହୋଇଥିଲେ । ଏବେ ଏନସିବି ଫାଇଲ ଖୋଲିବା ପରେ ଉଭୟଙ୍କ ମୁସ୍କିଲ ବଢିପାରେ ।

ଘରୁ ମିଳିଥିଲା ସନ୍ଦେହଜନକ ସାମଗ୍ରୀ

21 ନଭେମ୍ବର 2020 ରେ, NCB ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀଙ୍କ ପ୍ରଡକ୍ସନ ହାଉସ୍‌ ଏବଂ ତାଙ୍କ ଘରେ ଚଢାଉ କରି 86.5 ଗ୍ରାମ ଗଞ୍ଜେଇ ଜବତ କରିଥିଲା । ଏହା ପରେ ଏହି ଦମ୍ପତିଙ୍କୁ ଗିରଫ କରାଯାଇଥିଲା । ପରେ ଉଭୟଙ୍କୁ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା ଯାହା ସେମାନଙ୍କୁ ଡିସେମ୍ବର 4 ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିଲା । ପ୍ରକାଶ ଥାଉକି, ଏହି ଦମ୍ପତି ପ୍ରତ୍ୟେକଙ୍କୁ 15,000 ଟଙ୍କା ଜମା କରିବା ପରେ ନଭେମ୍ବର 23ରେ ଅତିରିକ୍ତ ମୁଖ୍ୟ ମହାନଗର ମାଜିଷ୍ଟ୍ରେଟ କୋର୍ଟ ଜାମିନ ଦେଇଥିଲେ ।

ଏହା ବି ପଢନ୍ତୁ: ବଲିଉଡ ଡ୍ରଗ୍ସ ଲିଙ୍କ: ଆଜି ଭାରତୀ-ହର୍ଷଙ୍କ ଜାମିନ ଆବେଦନର ଶୁଣାଣି

ସୂଚନାଯୋଗ୍ୟ ଯେ, 2020 ଜୁନ୍ 14ରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ନିଜ ଫ୍ଲାଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଯାହା ପରେ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ରାକେଟ୍‌ର ଖୁଲାସା ହେଲା । ଏହି ମାମଲାରେ ଏନସିବି ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏହା ବ୍ୟତୀତ ସାରା ଅଲି ଖାନ ଏବଂ ଶ୍ରଦ୍ଧା କପୁରଙ୍କ ପରି ଅନେକ ଲୋକପ୍ରିୟ ତାରକାଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଥିଲା । ଏହି କ୍ରମରେ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଥିଲା ​​। ଏନ୍‌ସିବିର ଚଢାଉ ବେଳେ ସେମାନଙ୍କ ଘରୁ ଡ୍ରଗ୍ସ ଜବତ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.