ETV Bharat / entertainment

ଜ୍ୟାକଲିନଙ୍କ ସ୍ବପ୍ନର ରାଜକୁମାର କିଏ ? ଖୁଲାସା କଲେ ସିଂହଳ ସୁନ୍ଦରୀ

author img

By

Published : Sep 17, 2022, 12:29 PM IST

ଠକ ସୁକେଶଙ୍କୁ ନେଇ ଜ୍ୟାକଲିନ ଖୁଲାସା । ସୁକେଶ ତାଙ୍କ ସ୍ୱପ୍ନର ରାଜକୁମାର ଏବଂ ସେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଅଧିକ ପଢନ୍ତୁ

ଜ୍ୟାକଲିନଙ୍କ ସ୍ୱପ୍ନର ରାଜକୁମାର ଥିଲା ଠକ ସୁକେଶ ଚନ୍ଦ୍ରଶେଖର, କରିବାକୁ ଚାହୁଁଥିଲେ ବିବାହ
ଜ୍ୟାକଲିନଙ୍କ ସ୍ୱପ୍ନର ରାଜକୁମାର ଥିଲା ଠକ ସୁକେଶ ଚନ୍ଦ୍ରଶେଖର, କରିବାକୁ ଚାହୁଁଥିଲେ ବିବାହ

ହାଇଦ୍ରାବାଦ: ମହାଠକ ସୁକେଶ ଚନ୍ଦ୍ରଶେଖର ମାମଲାରେ ବିବାଦୀୟ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ଜ୍ୟାକଲିନ୍ କହିଛନ୍ତି ଯେ, ସୁକେଶ ତାଙ୍କ ସ୍ୱପ୍ନର ରାଜକୁମାର ଥିଲେ ଏବଂ ସେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଇଡି ଚାର୍ଜସିଟରେ ଖୁଲାସା ହୋଇଛି କି, ସୁକେଶ ଜ୍ୟାକଲିନଙ୍କୁ ଅନେକ ଦାମୀ ଉପହାର, ୧୫ ହଳ ଦାମୀ କାନଫୁଲ, ଲଗଜୁରୀ କାର, ରୋଲେକ୍ସ ଓ ଦାମୀ ଘଣ୍ଟା, ୫୭ଲକ୍ଷ ଟଙ୍କାର ଏକ ଦାମୀ ଘୋଡା, ୯ ଲକ୍ଷ ଟଙ୍କାର ଏକ ପାର୍ସିି ବିଲେଇ ଏବଂ ପାଖାପାଖି ୧୦ କୋଟି ଟଙ୍କାର ଉପହାର ଦେଇଛନ୍ତି । ବର୍ତ୍ତମାନ ସୁକେଶ-ଜ୍ୟାକଲିନଙ୍କ ବ୍ୟକ୍ତିଗତ ତଥ୍ୟରୁ ପରଦା ଉଠୁଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜ୍ୟାକଲିନ୍ 200 କୋଟି ଠକ ସୁକେଶଙ୍କଠୁ ବହୁତ ପ୍ରଭାବିତ ଥିଲେ ଏବଂ ତାଙ୍କୁ ତାଙ୍କ ସ୍ୱପ୍ନର ରାଜକୁମାର ବୋଲି କହିଥିଲେ । କେବଳ ଏତିକି ନୁହେଁ, ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଜ୍ୟାକଲିନ୍ ସୁକେଶଙ୍କୁ ବିବାହ କରିବାକୁ ମଧ୍ୟ ଚିନ୍ତା କରୁଥିଲେ । ଏଥିସହିତ, EOW (ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ୍) କହିବାନୁସାରେ, ଜ୍ୟାକଲିନ୍ ଏହି ପ୍ରସଙ୍ଗରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି । କାରଣ ସୁକେଶଙ୍କ ଅପରାଧିକ ରେକର୍ଡ ଜାଣିବା ପରେ ମଧ୍ୟ ସେ ତାଙ୍କ ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ସମ୍ପର୍କ ରଖିଥିଲେ ଏବଂ ତାଙ୍କ ଟଙ୍କାରେ ଖୁବ୍‌ ମସ୍ତି କରିଥିଲେ ।

ଏଥି ସହିତ, EOW ଏହା ମଧ୍ୟ କହିଛି ଯେ ଯେତେବେଳେ ନୋରା ତାଙ୍କ ବକ୍ତବ୍ୟରେ କହିଥିଲେ ଯେତେବେଳେ ସେ ଠକ ସୁକେଶଙ୍କ ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ସେ ତାଙ୍କଠାରୁ ନିଜକୁ ଦୂରେଇ ରଖିଥିଲେ । ନିକଟରେ EOW ନୋରା ଫତେହିଙ୍କୁ ମଧ୍ୟ ଜେରା କରିଥିଲା ।

ଏହା ବି ପଢନ୍ତୁ: କେବଳ ଜ୍ୟାକଲିନ୍-ନୋରା ନୁହେଁ, ଏହି ଅଭିନେତ୍ରୀଙ୍କ ସହ ମଧ୍ୟ ସମ୍ପର୍କରେ ଥିଲା ସୁକେଶ

ନୋରାଙ୍କୁ ପାଞ୍ଚ ଘଣ୍ଟାରୁ ଅଧିକ ସମୟ EOW ଦ୍ୱାରା ପଚରାଯାଇଥିଲା । ଏଥି ସହିତ, ଏହା ପୂର୍ବରୁ EOW ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଡକାଇ 100ରୁ ଅଧିକ ପ୍ରଶ୍ନ ପଚାରିଥିଲେ । ଏହା ବ୍ୟତୀତ ନିକଟରେ ଏହି ମାମଲାରେ ଅଭିନେତ୍ରୀ ଚାହତ ଖାନ୍ନା, ନିକ୍କି ତମ୍ବୋଲି, ଅରୁଶା ପାଟିଲ ଏବଂ ସୋଫିଆ ସିଂଙ୍କ ନାମ ସାମ୍ନାକୁ ଆସିଥିଲା । ଏହି ସମସ୍ତଙ୍କୁ ସୁକେଶଙ୍କ ସହ ପିଙ୍କି ଇରାନୀ ଭେଟ କରାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.