ETV Bharat / entertainment

ଅଯୋଧ୍ୟାରେ ହେମା ମାଲିନୀ, ରାମାୟଣ ଉପରେ ନୃତ୍ୟନାଟକ କରିବେ ପରିବେଶଣ

author img

By ETV Bharat Odisha Team

Published : Jan 17, 2024, 3:35 PM IST

Hema Malini In Ayodhya: ଆଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ଅଯୋଧ୍ୟାରେ ପହଞ୍ଚିଛନ୍ତି ହେମା ମାଲିନୀ । ସେ ଏଠାରେ ଆୟୋଜିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ରାମାୟଣ ଉପରେ ନୃତ୍ୟନାଟକ ପରିବେଶଣ କରିବାକୁ ଯାଉଥିବା ବେଳେ ଏନେଇ ବେଶ ଖୁସି ଥିବା କହିଛନ୍ତି ।

ଅଯୋଧ୍ୟାରେ ପହଞ୍ଚିଲେ ହେମା ମାଲିନୀ, ରାମାୟଣ ଉପରେ ନୃତ୍ୟନାଟକ କରିବେ ପରିବେଶଣ

ହାଇଦ୍ରାବାଦ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଉତ୍ସାହିତ ଦେଶବାସୀ । ଏହି ସମାରୋହରେ ସାମିଲ ହେବାକୁ ବର୍ତ୍ତମାନ ଅଯୋଧ୍ୟାକୁ ଛୁଟୁଛନ୍ତି ସେଲିବ୍ରିଟି । ପୂର୍ବରୁ ରାମାୟଣ ଫେମ ତାରକା ଅରୁଣ ଗୋଭିଲ, ଦୀପିକା ଚିଖଲିଆ ଏବଂ ସୁନୀଲ ଲହରୀ ଅଯୋଧ୍ୟା ପହଞ୍ଚିଥିବା ବେଳେ ବର୍ତ୍ତମାନ ବଲିଉଡ ଅଭିନେତେରୀ ତଥା ବିଜେପି ସାଂସଦ ହେମା ମାଲିନୀ ଅଯୋଧ୍ୟାରେ ପହଞ୍ଚିଛନ୍ତି । ସେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବା ସହ ସେ ରାମାୟଣ ଉପରେ ଆଧାରିତ ନୃତ୍ୟନାଟକ ପରିବେଶଣ କରିବାକୁ ଯାଉଛନ୍ତି । ତେବେ ସେ ଏହି ପରଫରମାନ୍ସ ଦେଉଥିବାରୁ ଏହା ତାଙ୍କ ପାଇଁ ସୌଭାଗ୍ୟ କଥା ବୋଲି ସେ କହିଛନ୍ତି ।

ଅଯୋଧ୍ୟାରେ ସେ ତାଙ୍କ ପ୍ରଦର୍ଶନ ନେଇ ହେମା ମାଲିନୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ମୁଁ ପ୍ରଥମ ଥର ପାଇଁ ଅଯୋଧ୍ୟାକୁ ଆସିଛି । ମୁଁ ସୀତା ଭାବରେ ରାମାୟଣରେ ଅଭିନୟ କରିବାକୁ ଯାଉଛି । ଏହି କାର୍ଯ୍ୟକ୍ରମ ସ୍ବାମୀ ରାମଭଦ୍ରାଚାର୍ଯ୍ୟଙ୍କ ଦ୍ବାରା ଆୟୋଜିତ ହୋଇଛି । ଏହା ୧୦ଦିନ ପାଇଁ ଆୟୋଜିତ ହୋଇଛି । ମୁଁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ଏହା ମୋ ପାଇଁ ସୌଭାଗ୍ୟ କଥା । ସେ ଏହି ସମୟରେ ରାମ ମନ୍ଦିର ପ୍ରତିଷ୍ଠା ନେଇ ବଲିଉଡ ଉତ୍ସାହିତ ଥିବା ମଧେୟ କହିଛନ୍ତି । ସେ କହିଛନ୍ତି, ପୁରା ବଲିଉଡ ତାରକା ଏନେଇ ଉତ୍ସାହିତ ଥିବା ବେଳେ ଇଣ୍ଡଷ୍ଟ୍ରିରେ ରାମମୟ ପରିବେଶ ସୃଷ୍ଟି ହୋଇଛି । ଗାୟକମାନେ ରାମଙଘ୍କ ଉପରେ ଅନେକ ଭଜନ ଗାଇଥିବା ବେଳେ ତାରକାମାନେ ବିଭିନ୍ନ ପ୍ରଦର୍ଶନ କରୁଥିବା ନଜର ଆସିଛନ୍ତି ।

ଏହି ସମୟରେ ହେମା ମାଲିନୀ ରାମ ମନ୍ଦିର ପ୍ରାଣ ମନ୍ଦିର ପ୍ରତିଷ୍ଠାକୁ ବିଜେପି କାର୍ଯ୍ୟକେରମ କହି ବିରୋଧକୁ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ବିରୋଧୀ ଲୋକେ ଏପରି କହିବେ । ସେମାନେ ରାମ ମନ୍ଦିରକୁ ମଧ୍ୟ ବିରୋଧ କରିବାକୁ ପ୍ରସ୍ତୁତ । କିନ୍ତୁ ସେମାନେ ଏପରି କରିବା ଉଚିତ ନୁହେଁ । ଆମେ ସମସ୍ତେ ଭାରତୀୟ ଏବଂ ଆମେ ଏନେଇ ଗର୍ବ ଅନୁଭବ କରିବା ଉଚିତ । ଏହାକୁ ନେଇ ରାଜନୀତିକରଣ କରିବା ଉଚିତ ନୁହେଁ । ସମସ୍ତେ ଏକଜୁଟ ହୋଇ ଏହାକୁ ସ୍ବାଗତ କରିବା ଦରକାର । ଯଦି ସେମାନେ ଆସୁନାହାଁନ୍ତି ତେବେ ଏହା ସେମାନଙ୍କର କ୍ଷତି । ଯେଉଁମାନେ ଆସୁଛନ୍ତି ସେମାନଙ୍କ ପାଇଁ ଭଲ କଥା । ଯେଉଁମାନେ ଏଥିରେ ସାମିଲ ହେବା ନାହିଁ ସେମାନଙ୍କପାଇଁ ଏହା କ୍ଷତି ଅଟେ ।

ଏହା ମଧ୍ୟ ପଢନ୍ତୁ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ନୃତ୍ୟ ନାଟକ ପ୍ରଦର୍ଶନ କରିବେ ହେମା ମାଲିନୀ

ଏଥିସହ ସେ ଉତ୍ତରପ୍ରଦେଶର ଶ୍ରୀକୃଷ୍ଣ ଜନ୍ମଭୂମୀ ବିବାଦ ମାମଲାକୁ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ମଥୁରାର କୃଷ୍ଣ ଜନ୍ମସ୍ଥଳରେ ବୃହତ୍ କୃଷ୍ଣ ମନ୍ଦିର ରହିବା ଉଚିତ କି ବୋଲି ପଚାରିବାରୁ ହେମା ମଲିନୀ କହିଛନ୍ତି, ଏହା ନିଶ୍ଚିତ ଭାବରେ ସେଠାରେ ରହିବା ଉଚିତ୍ । ମଥୁରା ଏବଂ ବୃନ୍ଦାବନ ମନ୍ଦିରର ସହର ଅଟେ । ସେଠାରେ ଅନେକ ମନ୍ଦିର ଅଛି କିନ୍ତୁ ବର୍ଷେ ପୂର୍ବରୁ କୃଷ୍ଣ ଜନ୍ମସ୍ଥଳ ନଷ୍ଟ ହୋଇଯାଇଥିଲା । ଏବଂ ସେଠାରେ ଏକ ମସଜିଦ୍ ନିର୍ମାଣ କରାଯାଇଥିଲା । ତେଣୁ ଲୋକଙ୍କ ମଧ୍ୟରେ ଏକ ଆପତ୍ତି ଅଛି । ଯଦି ଏହା ସମାଧାନ ହୁଏ ତେବେ ଏହା ଭଲ ହେବ କାରଣ ଏହା ଭଗବାନ କୃଷ୍ଣଙ୍କର ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.