ETV Bharat / entertainment

ଫସିଲେ ଜ୍ୟାକଲିନ, ଠକେଇ ମାମଲାରେ ଚାର୍ଜସିଟ୍‌ ଦାଖଲ କଲା ED

author img

By

Published : Aug 17, 2022, 1:16 PM IST

ପୁଣି ବଢିଲା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ । 200 କୋଟି ଟଙ୍କା ବଟି ଆଦାୟ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଡିଜ୍‌ଙ୍କୁ ଅଭିଯୁକ୍ତ ଦର୍ଶାଇଛି । ଅଧିକ ପଢନ୍ତୁ

ବଢିଲା ଅଡୁଆ, 200 କୋଟି ଟଙ୍କା ବଟି ଆଦାୟ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଅଭିଯୁକ୍ତ କଲା ଇଡି
ବଢିଲା ଅଡୁଆ, 200 କୋଟି ଟଙ୍କା ବଟି ଆଦାୟ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଅଭିଯୁକ୍ତ କଲା ଇଡି

ନୂଆଦିଲ୍ଲୀ: ପୁଣି ବଢିଲା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ । ଜ୍ୟାକଲିନଙ୍କ ନାମରେ ଚାର୍ଜସିଟ ଦାଖଲ କରିଛି ଇଡି । 200 କ‌ୋଟି ଟଙ୍କା ବଟି ଆଦାୟ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଡିଜ୍‌ଙ୍କୁ ଅଭିଯୁକ୍ତ ଦର୍ଶାଇଛି ।

ଇଡି ମୁତାବକ, ‘କୋନ୍‌ମ୍ୟାନ୍‌’ ସୁକେଶ ଜଣେ ଅପରାଧୀ ଏବଂ ବଟି ଆଦାୟକାରୀ ବୋଲି ଜ୍ୟାକଲିନ ଜାଣିଥିଲେ । ବଟି ଆଦାୟ ଅର୍ଥରୁ ଜାକ୍‌ଲିନ୍‌ ଫର୍ଣ୍ଣାଡିଜ୍‌ ଭାଗ ପାଉଥିଲେ । ଯେବେଠୁ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କର ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କ ସାମ୍ନାକୁ ଆସିଛି, ସେବେଠୁ ସେ ଆଇନଗତ ମାମଲାରେ ଛନ୍ଦି ହୋଇଥିଲେ । ଏପର୍ଯ୍ୟନ୍ତ ଅଭିନେତ୍ରୀ ଫର୍ଣ୍ଣାଣ୍ଡିଜ୍‌ଙ୍କୁ କେବଳ ପଚରାଉଚରା କରାଯାଇଥିଲା । ବର୍ତ୍ତମାନ ଇଡି ଅଭିନେତ୍ରୀଙ୍କୁ 200 କୋଟି ଟଙ୍କା ବଟି ଆଦାୟ ମାମଲାରେ ଅଭିଯୁକ୍ତ କରିଛି । ତେବେ ଅଭିଯୁକ୍ତ ନାମିତ ହୋଇଥିଲେ ସୁଦ୍ଧା ତାଙ୍କୁ ଗିରଫ କରାଯିବ କି, ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ସୁକେଶ ଫର୍ଣ୍ଣାଡିଜ୍‌ଙ୍କୁ ୧୦ କୋଟି ଟଙ୍କାର ଉପହାର ଦେଇଥିଲେ ବୋଲି ପୂର୍ବରୁ ଇଡି ଜାଣିବାକୁ ପାଇଥିଲା । ବର୍ତ୍ତମାନ ସୁଦ୍ଧା ଇଡି ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କର ୭ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ସମ୍ପତ୍ତି ଜବତ କରିଛି । ସିଜ୍‌ ହୋଇଥିବା ସମ୍ପତ୍ତି ମଧ୍ୟରେ ରହିଛି ଫର୍ଣ୍ଣାଡିଜ୍‌ ନାମରେ ‘ଫିକ୍ସ୍‌ଡ୍‌ ଡିପୋଜିଟ୍‌’ ହୋଇଥିବା ୭.୧୨ କୋଟି ଟଙ୍କା । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବଟି ଆଦାୟ ଅର୍ଥରେ ସୁକେଶ ଚନ୍ଦ୍ରଶେଖର ଫର୍ଣ୍ଣାଡିଜ୍‌ଙ୍କୁ ୫.୭୧ ଟଙ୍କା ମୂଲ୍ୟର ଉପହାର ଦେଇଛନ୍ତି । ଏହାଛଡ଼ା, ସେ ଫର୍ଣ୍ଣାଡିଜ୍‌ଙ୍କ ପରିବାର ଲୋକଙ୍କୁ ପ୍ରାୟ ୧୭୩,୦୦୦ ଆମେରିକୀୟ ଏବଂ ୨୭,୦୦୦ ଅଷ୍ଟ୍ରେଲୀୟ ଡଲାର୍‌ ପାଣ୍ଠି ଆକାରରେ ଦେଇଛନ୍ତି ବୋଲି ଇଡି ଜାଣିବାକୁ ପାଇଛି ।

ଜ୍ୟାକଲିନ୍ ଦୀର୍ଘ ଦିନ ଧରି ଇଡି ରାଡାରରେ ରହିଆସୁଥିଲେ । ଏହି ମାମଲାର ଯାଞ୍ଚ ପରେ ଇଡି ଜ୍ୟାକଲିନଙ୍କ ଉପରେ କଡା ଆଭିମୁଖ୍ୟ ରଖି ତାଙ୍କୁ ଅଭିଯୁକ୍ତ ବୋଲି କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.