ETV Bharat / entertainment

ମହଙ୍ଗା ପଡିଲା ପାନ ମସଲା ବିଜ୍ଞାପନ, ଶାହାରୁଖ-ଅକ୍ଷୟ-ଅଜୟଙ୍କୁ ସରକାରୀ ନୋଟିସ୍

author img

By ETV Bharat Odisha Team

Published : Dec 10, 2023, 11:07 AM IST

Government Notice To ShahRukh-Akshay and Ajay: ଅଭିନେତା ଅକ୍ଷୟ କୁମାର, ଶାହାରୁଖ ଖାନ ଏବଂ ଅଜୟ ଦେବଗନଙ୍କୁ ସରକାରଙ୍କ ଦ୍ବାରା କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଏଥିସହ ବିଗ୍ ବିଙ୍କ ନାମ ମଧ୍ୟ ଏହି ମାମଲାରେ ସାମିଲ ଅଛି । ପାନ ମସଲା ବିଜ୍ଞାପନ ମାମଲାରେ ଏହି ନୋଟିସ୍ ଜାରି କରାଯାଇଛି । ଅଧିକ ପଢନ୍ତୁ

ମହଙ୍ଗା ପଡିଲା ପାନ ମସଲା ବିଜ୍ଞାପନ, ଶାହାରୁଖ-ଅକ୍ଷୟ-ଅଜୟଙ୍କୁ ସରକାରଙ୍କ ନୋଟିସ୍
ମହଙ୍ଗା ପଡିଲା ପାନ ମସଲା ବିଜ୍ଞାପନ, ଶାହାରୁଖ-ଅକ୍ଷୟ-ଅଜୟଙ୍କୁ ସରକାରଙ୍କ ନୋଟିସ୍

ଲକ୍ଷ୍ନୌ: ପାନ ମସଲା ବିଜ୍ଞାପନ କରି ଅଡୁଆରେ ଅକ୍ଷୟ କୁମାର, ଶାହାରୁଖ ଖାନ ଏବଂ ଅଜୟ ଦେବଗନ । କେନ୍ଦ୍ର ସରକାର ପାନ ମସଲା ବିଜ୍ଞାପନ ଘଟଣାରେ ଏହି 3 ବଲିଉଡ ଅଭିନେତାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି । ଏକ ଅବମାନନା ଆବେଦନର ଉତ୍ତରରେ କେନ୍ଦ୍ର ସରକାର ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚକୁ ଏହି ନୋଟିସ୍ ସୂଚନା ଦେଇଛନ୍ତି । ଗୁଟଖା କମ୍ପାନୀଗୁଡିକର ବିଜ୍ଞାପନ ପ୍ରସଙ୍ଗରେ ବଲିଉଡ ଅଭିନେତା ଅକ୍ଷୟ କୁମାର, ଶାହାରୁଖ ଖାନ ଏବଂ ଅଜୟ ଦେବଗନଙ୍କୁ ନୋଟିସ ଜାରି କରାଯାଇଥିବା ସରକାର କୋର୍ଟକୁ ଜଣାଇଛନ୍ତି ।

ଏହି ମାମଲାରେ ଶୁକ୍ରବାର କେନ୍ଦ୍ର ସରକାରଙ୍କ ଓକିଲ ହାଇକୋର୍ଟଙ୍କୁ କହିଛନ୍ତି ଯେ, ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାର ଶୁଣାଣି କରୁଛନ୍ତି । ତେଣୁ ଏହି ଆବେଦନକୁ ଖାରଜ କରାଯିବା ଉଚିତ । ଏହି ଆଦେଶ ଜଷ୍ଟିସ ରାଜେଶ ସିଂ ଚୌହାନଙ୍କ ଏକ ବେଞ୍ଚ ଦ୍ୱାରା ଅବମାନନା ଆବେଦନ ଉପରେ ପାରିତ ହୋଇଛି । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୯, ୨୦୨୪ରେ କରାଯିବ । ଜଷ୍ଟିସ ରାଜେଶ ସିଂ ଚୌହାନଙ୍କ ବେଞ୍ଚ ଆବେଦନକାରୀଙ୍କ ପ୍ରତିନିଧିତ୍ୱ ଉପରେ ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସୂଚନା ଅନୁସାରେ, ପାନ୍ ମସଲାକୁ ପ୍ରୋତ୍ସାହିତ କରୁଥିବା ଅଭିନେତା ଶାହାରୁଖ ଖାନ, ଅକ୍ଷୟ କୁମାର ଏବଂ ଅଜୟ ଦେବଗନ ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଏଭଳି ପରିସ୍ଥିତିରେ ପିଟିସନ ଦାଖଲ କରିଥିବା ଓକିଲ ମୋତିଲାଲ ଯାଦବ କହିଛନ୍ତି ଯେ, ଏହି ଅଭିନେତାମାନଙ୍କ ପାନ୍ ମସଲା ପ୍ରଚାର କରିବା ପଦକ୍ଷେପ ଯୁବକମାନଙ୍କ ପାଇଁ ଠିକ ନୁହେଁ । ତାରକାମାନେ ଏହା କରିବା ଦ୍ବାରା ଲୋକେ ଦ୍ୱନ୍ଦ୍ୱରେ ପଡୁଛନ୍ତି ବୋଲି ସେ କହିଛନ୍ତି । ଗତ ଅଗଷ୍ଟ ୨୦୨୩ରେ ହାଇକୋର୍ଟ କ୍ୟାବିନେଟ ସଚିବ, ମୁଖ୍ୟ କମିଶନର ତଥା ଉପଭୋକ୍ତା ସୁରକ୍ଷା ପ୍ରାଧିକରଣକୁ ଏହି ଆବେଦନ ଉପରେ ଉତ୍ତର ନହେବା ନେଇ ଅବମାନନା ନୋଟିସ ଜାରି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ପାନ ମସାଲା ବିଜ୍ଞାପନ କରି ପୁଣି ଫସିଲେ 3 ସୁପରଷ୍ଟାର, ଲୋକଙ୍କ ରାଗ ଦେଖି ଡିଲ୍‌ରୁ ଓହରିଲେ ଅକ୍ଷୟ

ଆବେଦନକାରୀ କହିଛନ୍ତି ଯେ, ଅକ୍ଟୋବର ୨୨ରେ ସରକାରଙ୍କୁ ଏକ ରିପୋର୍ଟ ଦିଆଯାଇଥିଲା କିନ୍ତୁ ଏ ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯାଇନାହିଁ । ଏହା ପରେ ଅବମାନନା ଆବେଦନ ଶୁଣାଣି ବେଳେ ହାଇକୋର୍ଟ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ସଚିବଙ୍କୁ ନୋଟିସ ଜାରି କରିଛନ୍ତି । ଶୁକ୍ରବାର ଏହି ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ଡେପୁଟି ସଲିସିଟର ଜେନେରାଲ ଏସ.ବି ପାଣ୍ଡେ କହିଛନ୍ତି ଯେ ଅକ୍ଷୟ କୁମାର, ଶାହାରୁଖ ଖାନ ଏବଂ ଅଜୟ ଦେବଗନଙ୍କୁ କେନ୍ଦ୍ର କାରଣ ଦର୍ଶାଅ ନୋଟିସ ଜାରି କରି ସେମାନଙ୍କୁ ଜବାବ ତଲବ କରାଯାଇଛି । ଏଥିସହ ଚୁକ୍ତିନାମାକୁ ବାତିଲ କରିବା ପରେ ମଧ୍ୟ ଅଭିନେତା ଅମିତାଭ ବଚ୍ଚନ ବିଜ୍ଞାପନରେ ଦେଖାଯିବା ପାଇଁ ସମ୍ପୃକ୍ତ ଗୁଟଖା କମ୍ପାନୀକୁ ଏକ ଆଇନଗତ ନୋଟିସ ପଠାଇଛନ୍ତି ବୋଲି କୋର୍ଟଙ୍କୁ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.