ETV Bharat / entertainment

ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମ ବାର୍ଷିକୀ; ଭାଇକୁ ମନେ ପକାଇ ହୃଦୟସ୍ପର୍ଶୀ ନୋଟ ଲେଖିଲେ ଶ୍ବେତା

author img

By ETV Bharat Odisha Team

Published : Jan 21, 2024, 10:30 AM IST

Sushant Singh Rajput Birth Anniversery: ଆଜି ସୁଶାନ୍ତ ସିଂ ରାଜପୁତଙ୍କ ୩୮ତମ ଜନ୍ମବାର୍ଷିକୀ । ଏହି ଖାସ ଦିନରେ ପରିବାର ସମେତ ଫ୍ୟାନ୍ସ ଅଭିନେତାଙ୍କୁ ମନେ ପକାଉଛନ୍ତି । ସୋସିଆଲ ମିଡିଆରେ ଭଉଣୀ ଶ୍ବେତା ସୁଶାନ୍ତଙ୍କ ସ୍ମୃତିରେ ଏକ ଭିଡିଓ ସେୟାର କରି ସୁନ୍ଦର ନୋଟ୍ ଲେଖିଛନ୍ତି । ଅଧିକ ପଢନ୍ତୁ

ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମବାର୍ଷିକୀ; ଭାଇକୁ ମନେ ପକାଇ ହୃଦୟସ୍ପର୍ଶୀ ନୋଟ୍ ଲେଖିଲେ ଶ୍ବେତା

ହାଇଦ୍ରାବାଦ: ସିନେମା ଜଗତର ଜଣେ ଦକ୍ଷ ଏବଂ ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଜି ଆମ ଗହଣରେ ନାହାନ୍ତି ସତ, ହେଲେ ଆଜି ବି ସ୍ମରଣୀୟ ହୋଇ ରହିଛନ୍ତି । ଆଜି ଏହି ଦିବଙ୍ଗତ ଅଭିନେତାଙ୍କ ୩୮ତମ ଜନ୍ମ ବାର୍ଷିକୀ । ଏହି ବିଶେଷ ଅବସରରେ ଭଉଣୀ ଶ୍ବେତା ସିଂ କିର୍ତ୍ତୀ ଭାଇଙ୍କୁ ମନେପକାଇ ସୋସିଆଲ ମିଡିଆରେ ଏକ ସ୍ବତନ୍ତ୍ର ପୋଷ୍ଟ କରିଛନ୍ତି ।

ଶ୍ବେତା ସିଂ ନିଜ ଇନଷ୍ଟାଗ୍ରାମରେ ସୁଶାନ୍ତ ସିଂ ରାଜପୁତଙ୍କ କିଛି ସୁନ୍ଦର ମୁହୁର୍ତ୍ତର ଭିଡିଓ ସେୟାର କରିଛନ୍ତି । ଭିଡିଓ ଆରମ୍ଭରେ ଅଭିନେତା କୁହନ୍ତି, ଆଜି ମୋର ଜନ୍ମଦିନ, ଦୟାକରି ମୋତେ ଶୁଭକାମନା ଜଣାନ୍ତୁ । ଏହାପରେ ବିମାନରେ ଉଡ଼ିବା ଏବଂ ସାକ୍ଷାତକାର ଦେବା ସମୟରେ ସୁଶାନ୍ତଙ୍କର କିଛି ସୁନ୍ଦର ମୁହୂର୍ତ୍ତ ଭିଡିଓରେ କଏଦ ହୋଇଛି । ଶେଷରେ, ସୁଶାନ୍ତ ଏବଂ ଶ୍ବେତାଙ୍କ ଫଟୋ ଦେଖିବାକୁ ମିଳିଛି । ଏହି ଭିଡିଓ ସେୟାର କରି ସେ ସୁଶାନ୍ତଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ନୋଟ୍ ଲେଖିଛନ୍ତି ।

ସେ ଲେଖିଛନ୍ତି, ''ମୋର ସୁନା ଭାଇକୁ ଜନ୍ମଦିନର ଶୁଭେଚ୍ଛା । ମୁଁ ତୁମକୁ ସବୁବେଳେ ଭଲ ପାଏ । ମୁଁ ଆଶା କରେ ତୁମେ ଲକ୍ଷ ଲକ୍ଷ ହୃଦୟରେ ଏବେ ବି ବଞ୍ଚିଛ ଏବଂ ତାଙ୍କୁ କିଛି କରିବା ପାଇଁ ଉତ୍ସାହିତ କରିଛ । ସମସ୍ତେ ବୁଝନ୍ତୁ ଯେ ଭଗବାନଙ୍କ ଆଡକୁ ଯିବା ହେଉଛି ଏକମାତ୍ର ରାସ୍ତା ଏବଂ ଆପଣ ଗର୍ବିତ ହୁଅନ୍ତୁ । 3, 2, 1 ଆମର ମାର୍ଗଦର୍ଶକ ତାରକାକୁ ଜନ୍ମଦିନର ଶୁଭେଚ୍ଛା । ତୁମେ ସବୁବେଳେ ଉଜ୍ଜ୍ୱଳ ହୋଇ ଆମକୁ ରାସ୍ତା ଦେଖାଉଥାଅ ।''

ଏହି ପୋଷ୍ଟ ସେୟାର ହେବା ମାତ୍ରେ ଫ୍ୟାନ୍ସମାନେ ମଧ୍ୟ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ଷ୍ଟାର ବୟ । ଆଉ ଜଣେ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ଦୟାଳୁ ସୁପରଷ୍ଟାର । ସେହିପରି ଅନେକ ଫ୍ୟାନ୍ସଙ୍କୁ ତାଙ୍କୁ ସ୍ମରଣ କରିଥିବା ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଦୁନିଆରେ ନାହାନ୍ତି ସତ, ହୃଦୟରେ ଏବେ ବି ରାଜ୍‌ କରନ୍ତି ସୁଶାନ୍ତ

ସୂଚନା ଥାଉକି, ଜୁନ୍ ୧୪, ୨୦୨୦ରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ବାସଭବନରୁ ମୃତଦେହ ଉଦ୍ଧାର କରାଯାଇଥିଲା । ସୁଶାନ୍ତ ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ତାରକା ଥିଲେ । ସେ ଟେଲିଭିଜନ ଶୋ 'ପବିତ୍ର ରିସ୍ତା'ରୁ ବେଶ ଖ୍ୟାତି ଅର୍ଜନ କରିଥିଲେ । ଏହି ଶୋ'ରେ ସେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ବିପକ୍ଷରେ ଅଭିନୟ କରିଥିଲେ । ସୁଶାନ୍ତ ଫିଲ୍ମରେ ମଧ୍ୟ କାମ କରିଥିଲେ । ସେ 'କାଇ ପୋ ଚେ' ସହ ବଲିଉଡରେ ଡେବ୍ୟୁ କରିଥିଲେ । ତାଙ୍କୁ ଶୁଦ୍ଧ ଦେଶୀ ରୋମାନ୍ସ, ପିକେ, ଛିଚୋରେ ଭଳି ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଥିଲା । ସୁଶାନ୍ତଙ୍କ ମୃତ୍ୟୁ ପରେ ଫିଲ୍ମ 'ଦିଲ ବେଚାରା' ମୁକ୍ତିଲାଭ କରିଥିଲା । ପ୍ରଶଂସକମାନେ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.