ETV Bharat / entertainment

ହନୁମାନ ନିର୍ମାତାଙ୍କ ବଡ ହୃଦୟ, ରାମ ମନ୍ଦିର ପାଇଁ ଦାନ କଲେ ୨.୬୬ କୋଟି

author img

By ETV Bharat Odisha Team

Published : Jan 21, 2024, 4:38 PM IST

Hanuman Makers Donate 2.66 Cr: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସାହିତ ଲୋକେ । ସାରା ଦେଶରେ ଭକ୍ତିମୟ ପରିବେଶ । ଏହାରି ମଧ୍ୟରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ପୂର୍ବରୁ ୧୪ ଲକ୍ଷ ପରେ ବର୍ତ୍ତମାନ ପୁଣି ୨.୬୬ କୋଟି ଦାନ କରିଛନ୍ତି 'ହନୁମାନ' ଫିଲ୍ମ ନିର୍ମାତା ।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା; ୧୪ ଲକ୍ଷ ପରେ ପୁଣି ୨.୬୬ କୋଟି ଦାନ କଲେ 'ହନୁମାନ' ନିର୍ମାତା

ହାଇଦ୍ରାବାଦ: ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମାରୋହ ଉପରେ ବିଶ୍ବର ନଜର ରହିଛି । ଏଥିସହ ଏଥିରେ ସାମିଲ ହେବାକୁ ରାଜନେତା, ବଲିଉଡର ବ୍ୟକ୍ତିତ୍ୱ ଏବଂ ସେଲିବ୍ରିଟିମାନଙ୍କୁ ନିମନ୍ତ୍ରଣ କରାଯାଇଛି । କଙ୍ଗନା ରାଣାୱତ ରାମ ନଗରୀରେ ପହଞ୍ଚିଥିବା ବେଳେ ରଜନୀକାନ୍ତ ଏବଂ ଅନୁପମ ଖେର ଭଳି ତାରକାମାନେ ମଧ୍ୟ ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି । ଏହି ସମୟରେ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ହନୁମାନ ନିର୍ମାତା ଅଯୋଧ୍ୟା ରାମ ମନ୍ଦିରକୁ ୨.୬୬ କୋଟି ଟଙ୍କା ଦାନ କରିଛନ୍ତି । ହନୁମାନ ନିର୍ମାତାମାନେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ଚଳଚ୍ଚିତ୍ରର ପ୍ରତ୍ୟେକ ଟିକେଟରୁ ୫ ଟଙ୍କା ଦାନ କରିଛନ୍ତି ।

ମୈଥ୍ରୀ ଚଳଚ୍ଚିତ୍ର ନିର୍ମାତା ନିକଟରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେମାନେ ଲେଖିଛନ୍ତି, 'ଅଯୋଧ୍ୟା ରାମ ମନ୍ଦିରର ଉଦଘାଟନରେ ସହଯୋଗ କରିଥିବା ୫୩ରୁ ଅଧିକ ଲୋକଙ୍କୁ ଧନ୍ୟବାଦ । ଆମେ ରାମ ମନ୍ଦିର ପାଇଁ ୨.୬୬କୋଟି ଟଙ୍କା ଦାନ କରିଛୁ । ଆପଣ 'ହନୁମାନ' ଦେଖି ଏହି ସୁବର୍ଣ୍ଣ ସୁଯୋଗରେ ମଧ୍ୟ ଯୋଗଦାନ କରିପାରିବେ । ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରତ୍ୟେକ ଟିକେଟରୁ ୫ ଟଙ୍କା ଦାନ କରାଯିବ । ନିର୍ମାତା ନିଜକୁ ଏହି ଐତିହାସିକ ମୁହୂର୍ତ୍ତର ଏକ ଅଂଶ ହୋଇଥିବାରୁ ଭାଗ୍ୟବାନ ମନେ କରୁଛି ।

ହନୁମାନ ନିର୍ମାତାମାନେ ଫିଲ୍ମ ରିଲିଜ୍ ପୂର୍ବରୁ ମଧ୍ୟ ପ୍ରତ୍ୟେକ ଟିକେଟରେ ୫ଟଙ୍କା ଦାନ କରିବାକୁ ପ୍ରତିଶୃତି ଦେଇଥିଲେ । ନିକଟରେ ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ଧର୍ମେନ୍ଦ୍ର କହିଛନ୍ତି ଯେ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ମଧ୍ୟ ଆମେ ନିଷ୍ପତ୍ତି ନେଇଥିଲୁ ଯେ ଫିଲ୍ମଟି ବଡ ହିଟ୍ ହେଉ କି ନୁହେଁ, ଆମେ ପ୍ରତ୍ୟେକ ଟିକେଟରୁ ଅଯୋଧ୍ୟାକୁ ୫ ଟଙ୍କା ଦାନ କରିବୁ। ସାଉଥ ସୁପରଷ୍ଟାର ଚିରଞ୍ଜୀବୀ ନିଜେ ମଞ୍ଚରେ ଏହି ଘୋଷଣା କରିଥିଲେ । ଯାହା ପରେ ଫିଲ୍ମଟି ଭଲ ବ୍ୟବସାୟ କରିଥିଲା ​​ଏବଂ ପ୍ରଥମ ଦିନରେ ଆମେ ୧୪ ଲକ୍ଷ ଟଙ୍କା ଦାନ କରିଥିଲୁ । ବର୍ତ୍ତମାନ ଯେତେବେଳେ ଫିଲ୍ମ ବକ୍ସ ଅଫିସରେ ଭଲ ରୋଜଗାର କରୁଛି, ସେତେବେଳେ ଫିଲ୍ମର ନିର୍ମାତାମାନେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପୁଣି ୨.୬୬ କୋଟି ଟଙ୍କା ଦାନ କରିଛୁ ।'

ଏହା ମଧ୍ୟ ପଢନ୍ତୁ: ରାମ ମନ୍ଦିର ପାଇଁ ୧୪ ଲକ୍ଷ ଦାନ କଲେ 'ହନୁମାନ' ଫିଲ୍ମ ଟିମ୍

ସୂଚନା ଥାଉ କି, ଜାନୁଆରୀ ୧୨ ମକର ସଂକ୍ରାନ୍ତି ଅବସରରେ ପ୍ରଶାନ୍ତ ବର୍ମାଙ୍କ ଫିଲ୍ମ ହନୁମାନ ରିଲିଜ ହୋଇଥିଲା । ଏହି ଫିଲ୍ମ ଭଲ ପ୍ରଦର୍ଶନ କରିବା ସହ ଦର୍ଶକଙ୍କ ମନ ଜିତୁଛି । ଭାରତର ବକ୍ସ ଅଫିସରେ ପ୍ରଶାନ୍ତ ଭର୍ମାଙ୍କ ଫିଲ୍ମ ୧୦ଦିନ ମଧ୍ୟରେ 'ହନୁମାନ' ୧୦୦ କୋଟି ଟଙ୍କା ପାର୍ କରି ମୋଟ ୧୨୩.୭୫ କୋଟି ଆୟ କରିଛି ଏବଂ ଏହି ଫିଲ୍ମ ବିଶ୍ବରେ ୧୭୭.୭୭ କୋଟି ଆୟ କରି ସଫଳତା ହାସଲ କରିଛି । ତେଜା ସଜ୍ଜା ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଚଳଚ୍ଚିତ୍ର ଦର୍ଶକ ଏବଂ ସମାଲୋଚକଙ୍କ ଠାରୁ ପ୍ରଶଂସା ସାଉଁଟୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.