ETV Bharat / crime

ପଳାଶୁଣି ଦୁର୍ଘଟଣା: ଟ୍ରକ୍‌ ଡ୍ରାଇଭରକୁ ଗିରଫ କଲେ, ଗାଡି ମାଲିକଙ୍କୁ ଛାଡିଦେଲେ

author img

By

Published : Apr 6, 2022, 9:35 PM IST

ରାଜଧାନୀ ପଳାଶୁଣି ଛକରେ ସିରିଜ ଦୁର୍ଘଟଣା ମାମଲାରେ ହାଇୱା ଡ୍ରାଇଭରକୁ ଗିରଫ ହୋଇଥିବା ବେଳେ ଗାଡ଼ି ମାଲିକକୁ ଛାଡ଼ି ଦେଇଛି ପୋଲିସ । ଅଧିକ ପଢ଼ନ୍ତୁ

ପଳାଶୁଣି ସିରିଜ ଦୁର୍ଘଟଣା: ଟ୍ରକ୍‌ ଡ୍ରାଇଭରକୁ ଗିରଫ କଲେ, ଗାଡ଼ି ମାଲିକଙ୍କୁ ଛାଡ଼ିଦେଲେ
ପଳାଶୁଣି ସିରିଜ ଦୁର୍ଘଟଣା: ଟ୍ରକ୍‌ ଡ୍ରାଇଭରକୁ ଗିରଫ କଲେ, ଗାଡ଼ି ମାଲିକଙ୍କୁ ଛାଡ଼ିଦେଲେ

ଭୁବନେଶ୍ବର: ରାଜଧାନୀ ପଳାଶୁଣି ଛକରେ ଦୁର୍ଘଟଣା ମାମଲାରେ ହାଇୱା ଡ୍ରାଇଭରକୁ ଗିରଫ ହୋଇଥିବା ବେଳେ ଗାଡ଼ି ମାଲିକକୁ ଛାଡ଼ି ଦେଇଛି ପୋଲିସ । ଖାଲି ସେତକି ନୁେହେଁ କ୍ରାସ ଇନଭେଷ୍ଟିଗେସନ ଆଳରେ ଏହି ମାମଲାରେ କୋହଳ ଦଫା ଲଗାଇଛି ପୋଲିସ । ପଳାଶୁଣି ଦୁର୍ଘଟଣା ମାମଲାରେ ପୋଲିସ ଅଭିଯୁକ୍ତ ପ୍ରତି କୋହଳ ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି । ଏହି ମାମଲାରେ କୋହଳ ଦଫା ୩୦୪(A), ୨୭୯ରେ ଡ୍ରାଇଭରକୁ ଗିରଫ କରିଛି ପୋଲିସ ।

ପଳାଶୁଣି ସିରିଜ ଦୁର୍ଘଟଣା: ଟ୍ରକ୍‌ ଡ୍ରାଇଭରକୁ ଗିରଫ କଲେ, ଗାଡ଼ି ମାଲିକଙ୍କୁ ଛାଡ଼ିଦେଲେ

ପରମିଟ ନଥିବା ଏହି ଗାଡି ମାଲିକକୁ ପୋଲିସ ପ୍ରିୟାପୀତି ଦେଖାଇ ଛାଡ଼ି ଦେଇଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରୋଡ ସେଫ୍‌ଟି ଦିଗରେ କାମ କରୁଥିବା ଏକ୍ସପର୍ଟ ମକବଲ ଅଲ୍ଲୀ । କାରଣ ଡ୍ରାଇଭରର ଅତି ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଏକ ଦୁଃଖଦ ଦୁର୍ଘଟଣା ଘଟିଗଲା । ପୁଣି ଦୁର୍ଘଟଣା ଘଟାଇ ସେଠାରୁ ଫେରାର ହେଲେ ୩୦୨ ଦଫା, ଅର୍ଥାତ୍‌ ହତ୍ୟା ମାମଲା ରୁଜୁ ହେବା କଥା । ହେଲେ ପୋଲିସ କାହିଁକି ତାହା କଲାନାହି ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏତେବଡ ଘଟଣା ପରେ ନିରବ ରହିଛନ୍ତି କମିଶନରେଟ ପୋଲିସର ସିପି ଓ ଡିସିପି । ଫଳରେ ସହରବାସୀଙ୍କ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ମୃତକ ଇଲେକ୍ଟ୍ରିକାଲ ଇଞ୍ଜିନିୟର ସନ୍ଦିପ ଦାସଙ୍କ କାରକୁ ଧକ୍କା ଦେଇଥିବା ହାଇୱା ଡ୍ରାଇଭର ସୌଭାଗ୍ୟ ରଞ୍ଜନ ପାତ୍ରକୁ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରୁ ଗିରଫ କରିଛି କମିଶନରେଟ ପୋଲିସ । ସିରିଜ ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ସୌଭାଗ୍ୟ । ବେପରୁଆ ଗାଡ଼ି ଚାଳନା ସହ ଟ୍ରକ୍‌ରେ ସାଢ଼େ 6 ଟନ ଅଧିକ ମାଲ୍‌ ଲୋଡ ହୋଇଥିବା କଥା ପଦାକୁ ଆସିଛି । ଦୁର୍ଘଟଣା ସମୟରେ ଡ୍ରାଇଭରର ଆଖି ଲାଗିଯାଇଥିଲା । ତାସହ ଅଧିକ ମାଲ ଲୋଡ ଯୋଗୁଁ ଗାଡ଼ି ଭାରସାମ୍ୟ ହରାଇ ସାରିଥିଲା । ଫଳରେ ଏକ ନୀରିହ ଜୀବନ ଚାଲିଗଲା ।

ଗତ ଜାନୁଆରୀ ମାସରେ ୪୧ଟି ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୧୪ ଜଣଙ୍କ ଜୀବନ ଯାଇଥିଲା । ୨୧ ଜଣ ଗୁରୁତର ଆହାତ ହୋଇଥିବା ବେଳେ ୮ ଜଣ ସାମାନ୍ୟ ଆହତ ହୋଇଥିଲେ । ସେହିପରି ଫେବ୍ରୁଆରୀରେ ୫୩ଟି ଦୁର୍ଘଟଣାରେ ୫ଜଣଙ୍କ ଜୀବନ ଯାଇଥିଲା । ସେଥିମଧ୍ୟରେ ୫ଟି ମର୍ମନ୍ତୁଦ ଦୁର୍ଘଟଣା ହୋଇଥିବା ବେଳେ ୨୮ଟି ଗୁରତର ଘଟଣା ରହିଥିଲା । ସମସ୍ତ ଆଇନ ଓ ଏନଫୋର୍ସମେଣ୍ଟର ପାଓ୍ବାର ଥିବା ସତ୍ତ୍ବେ ବରିଷ୍ଠ ଅଧିକାରୀଙ୍କ ନିରବତାରୁ ପ୍ରସଙ୍ଗ ଏଡାଇବାକୁ ତଳସ୍ତରର କର୍ମଚାରୀଙ୍କୁ ମିଡିଆର ଜବାବ ପାଇଁ ପଠାଯାଉଛି । ଏହାଦ୍ବାରା ଅଧିକାରୀଙ୍କ ନାଚାର ମନୋଭାବ ପ୍ରକାଶ ପାଉଛି । ଏମାନେ ସହରବାସୀଙ୍କ ପାଇଁ କେତେ ଚିନ୍ତିତ ତାହା ସ୍ପଷ୍ଟ ଭାବରେ ଜଣାପଡ଼ୁଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.