ETV Bharat / crime

କରଜ ଟଙ୍କା ପାଇଁ ଯିବା ସମୟରେ ଗଳା କାଟିଦେଲେ, ଅଳ୍ପକେ ବର୍ତ୍ତିଲେ ବୃଦ୍ଧ

author img

By

Published : Apr 16, 2022, 8:44 PM IST

କରଜ ଟଙ୍କା ଆଦାୟ କରିବାକୁ ଯିବା ସମୟରେ ବୃଦ୍ଧଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

କରଜା ଟଙ୍କା ପାଇଁ ଯିବା ସମୟରେ ଗଳା କାଟିଲେ ଦୁର୍ବୁତ୍ତ, ଅଳ୍ପକେ ବଞ୍ଚିଲା ପ୍ରାଣ
କରଜା ଟଙ୍କା ପାଇଁ ଯିବା ସମୟରେ ଗଳା କାଟିଲେ ଦୁର୍ବୁତ୍ତ, ଅଳ୍ପକେ ବଞ୍ଚିଲା ପ୍ରାଣ

କଟକ: କରଜ ଟଙ୍କା ଆଦାୟ କରିବାକୁ ଯିବା ସମୟରେ ବୃଦ୍ଧଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ । ନରସିଂହପୁର ବୁଢାବୁଢ଼ି ଘାଟିରେ ଘଟିଛି ଏପରି ଅଘଟଣ । କରଜ ଟଙ୍କା ଆଦାୟ କରିବାକୁ ଯିବା ସମୟରେ ବୃଦ୍ଧଙ୍କୁ ଛୁରିଭୁସି ୬ ହଜାର ଲୁଟି ନେଇଥିବା ଜଣାପଡିଛି ।

ଗୁରୁତର ବୃଦ୍ଧ ହେଉଛନ୍ତି ଅନୁଗୁଳ ଜିଲ୍ଲା ବନ୍ତଳା ତଳଗଡ଼ ଗାଁର ଉମେଶ ଦେହୁରୀ । କରଜ ଟଙ୍କା ଆଦାୟ କରିବାକୁ ଆଠଗଡ଼ ଯାଉଥିବା ସମୟରେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଥିଲେ । ନଗଦ ୬ ହଜାର ଟଙ୍କା ମଧ୍ୟ ଛଡାଇ ନେଇ ଆକ୍ରମଣ କରିଥିଲେ । ବୃଦ୍ଧଙ୍କୁ ଉଦ୍ଧାର କରି ନରସିଂହପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ନରସିଂହପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.