ETV Bharat / city

ଅବକାରୀ ସବ ଇନ୍ସପେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

author img

By

Published : Feb 1, 2021, 6:17 PM IST

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବକାରୀ ସବ ଇନ୍ସପେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଭିଜିଲାନ୍ସର ସ୍ବତନ୍ତ୍ର ଟିମ ଚଢ଼ାଉ ଜାରୀ ରଖିଛି । ତଦନ୍ତ ସମ୍ପୂର୍ଣ୍ଣ ହେଲା ପରେ ସମସ୍ତ ତଥ୍ୟ ପଦାକୁ ଆସିବ ବୋଲି କହିଛନ୍ତି ଭିଜିଲାନ୍ସ ବିଭାଗର ଡିଏସପି । ଅଧିକ ପଢନ୍ତୁ...

vigilance raid
ଅବକାରୀ ସବ ଇନ୍ସପେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବକାରୀ ସବ ଇନ୍ସପେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଅଫିସ ଓ ଘର ସହ 4 ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସର ସ୍ବତନ୍ତ୍ର ଟିମ ।

ଅବକାରୀ ସବ ଇନ୍ସପେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଠାରେ ଅବକାରୀ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଦେବେନ୍ଦ୍ର କୁମାର ପ୍ରହରାଜଙ୍କ ଅଫିସ ଓ ଘର ସହ 4 ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସର ସ୍ବତନ୍ତ୍ର ଟିମ । ଭିଜିଲାନ୍ସ ବିଭାଗ ତରଫରୁ ସମ୍ବଲପୁରର ତିନୋଟି ସ୍ଥାନ ସହ ଝାରସୁଗୁଡା ଜିଲ୍ଲାର ବେଲପାହାଡ଼ କାର୍ଯ୍ୟାଳୟରେ ଏକ କାଳୀନ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଦେବେନ୍ଦ୍ର କୁମାର ପ୍ରହରାଜଙ୍କ ନିଜସ୍ବ ବାସଭବନ ଥିବା ସମ୍ବଲପୁରର SRIT କଲୋନୀର କଲ୍ୟାଣ ନଗର,ଶଶୁର ଘର ଗୋବିନ୍ଦ ତୋଳା ଘର ଏବଂ ତାଙ୍କ ସ୍ତ୍ରୀ କାର୍ଯ୍ୟ କରୁଥିବା ଜଗନ୍ନାଥ କଲୋନୀର ଅବକାରୀ ବିଭାଗ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ।

ବର୍ତ୍ତମାନ ପରିସ୍ଥିତିରେ ସମ୍ପତ୍ତିର ଆକଳନ ଚାଲିଛି । ତଦନ୍ତ ସମ୍ପୂର୍ଣ୍ଣ ହେଲା ପରେ ସମସ୍ତ ତଥ୍ୟ ପଦାକୁ ଆସିବ ବୋଲି କହିଛନ୍ତି ଭିଜିଲାନ୍ସ ବିଭାଗର ଡିଏସପି ଦାଶରଥି ଦାଶରଥି ସେଠୀ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.