ETV Bharat / city

କୋରୋନା କାଳରେ କମ ଟିକସ ଆଦାୟ, 14 କୋଟି ଚିନ୍ତାରେ ସମ୍ବଲପୁର ମହାନଗର ନିଗମ

author img

By

Published : Jan 30, 2021, 5:22 PM IST

ମହାନଗର ନିଗମ ହେଉ କି ମ୍ୟୁନିସିପାଳିଟି ହେଉ ସମସ୍ତେ ସ୍ୱୟଂ ସମ୍ପୂର୍ଣ୍ଣ ହୁଅନ୍ତୁ। ରାଜ୍ୟ ସରକାରଙ୍କ ଏହି ପ୍ରଚେଷ୍ଟା ରହିଛି। ନିଜସ୍ୱ ଆଦାୟ ଟିକସରେ ଯେପରି ଏହି ସଂସ୍ଥା ପରିଚାଳିତ ହୋଇପାରିବ ଏହି ପ୍ରଚେଷ୍ଟା ଲାଗିରହିଛି। ତେବେ ଚଳିତ ଆର୍ଥିକ ବର୍ଷରେ କରୋନା ଯୋଗୁ ଏଥର ଟିକସ ଆଦାୟ ବହୁତ କ୍ଷତି ପରିଲକ୍ଷିତ ହୋଇଛି। ସମ୍ବଲପୁର ମହାନଗର ନିଗମ ପରିପ୍ରେକ୍ଷୀରେ ଏହା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ...

କରୋନା ଯୋଗୁ ହ୍ରାସ ପାଇଛି ସମ୍ବଲପୁର ମହାନଗର ନିଗମର ଟିକସ ଆଦାୟ
କରୋନା ଯୋଗୁ ହ୍ରାସ ପାଇଛି ସମ୍ବଲପୁର ମହାନଗର ନିଗମର ଟିକସ ଆଦାୟ

ସମ୍ବଲପୁର: କୋରୋନା କାଳରେ ହ୍ରାସ ପାଇଛି ଟିକସ ଆଦାୟ। ଯାହାର ସିଧାସଳଖ ପ୍ରଭାବ ପଡିଛି ମହାନଗର ନିଗମ ଉପରେ। ସମ୍ବଲପୁର ମହାନଗର ନିଗମ ପଶ୍ଚିମ ଓଡିଶାର ସବୁଠୁ ବଡ଼ ସହର। ଏଠାରେ ରହିଛି 41 ଟି ୱାର୍ଡ। ସମ୍ବଲପୁର ସହର,ବୁର୍ଲା,ହୀରାକୁଦ ସହ 12 ଟି ପଂଚାୟତ ସମ୍ମିଶ୍ରଣ ରେ ଏହା ଗଠିତ। ସେହି ଅନୁପାତ ରେ ଏହାର ପରିଚାଳନା ପାଇଁ ଖର୍ଚ୍ଚ ମଧ୍ୟ ରହିଛି। କେବଳ ସଫେଇ ଓ ପରିମଳ ବ୍ୟବସ୍ଥା ପାଇଁ ଏହାର ବାର୍ଷିକ ଖର୍ଚ୍ଚ ରହିଛି ପାଖା ପାଖି 2 କୋଟି ଟଙ୍କା। ଆଉ ଏହି ଖର୍ଚ୍ଚ ତୁଲାଇବା ପାଇଁ ମହାନଗର ନିଗମ ପକ୍ଷରୁ ବିଭିନ୍ନ ଟିକସ ମଧ୍ୟ ଆଦାୟ କରାଯାଉଛି।

କରୋନା ଯୋଗୁ ହ୍ରାସ ପାଇଛି ମହାନଗର ଟିକସ ଆଦାୟ

ହୋଲଡିଂ ଟ୍ୟାକ୍ସ, ଟ୍ରେଡ଼ ଲାଇସେନ୍ସ, ୟୁଜର ଫି,କଲ୍ୟାଣ ମଣ୍ଡପ, ବିଜ୍ଞାପନ, ପାଣି ଟ୍ୟାଙ୍କର,ମାର୍କେଟ ଅକସନ,ପ୍ଲାନିଂ, ମ୍ୟୁଟେସନ ଓ ବେଆଇନ ଭେଣ୍ଡିଂ ଯୋନର ଜୋରିମାନା ଆଦାୟରୁ ଏହାର ଟିକସ ସଂଗ୍ରହ ହୋଇଥାଏ। ତେବେ ଚଳିତ ଆର୍ଥିକ ବର୍ଷରେ ଗତ ମାର୍ଚ୍ଚରୁ ଡିସେମ୍ବର ପର୍ଯ୍ୟନ୍ତ ଲକଡାଉନ ହୋଇଯିବାରୁ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଏହାର ଟିକସ ଆଦାୟ ବହୁତ ହ୍ରାସ ପାଇଛି। ମିଳିଥିବା ସୂଚନା ଅନୁସାରେ ଗତ ଅର୍ଥିକ ବର୍ଷ ରେ 15 କୋଟି ଟିକସ ଆଦାୟର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ତେବେ ଚଳିତ ଆର୍ଥିକ ବର୍ଷରେ 22 କୋଟିର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଆଉ ବର୍ତ୍ତମାନ ସୁଦ୍ଧା ମାତ୍ର 8 କୋଟି ଟିକସ ଆଦାୟ ହୋଇଛି। ତେବେ ଆସନ୍ତା 2 ମାସ ମଧ୍ୟରେ ଲକ୍ଷ୍ୟ ହାସଲ ପାଇଁ ଆହୁରି 14 କୋଟି ଟିକସ ଆଦାୟ କରିବାକୁ ପଡିବ। ଆଉ ଏହାକୁ ନେଇ ସଚେତନ ନାଗରିକ ଆଶଙ୍କା ପ୍ରକାଶ କରିଛନ୍ତି।


ଅନ୍ୟପଟେ ସମ୍ବଲପୁର ମହାନଗର ନିଗମ କମିଶନର ମଧ୍ୟ କୋଭିଡ କାଳରେ ଟିକସ ଆଦାୟ ହ୍ରାସ ପାଇଥିବା କଥାକୁ ସ୍ୱୀକାର କରିଛନ୍ତି। ତେବେ ଆସନ୍ତା ମାର୍ଚ୍ଚ ସୁଦ୍ଧା ଲକ୍ଷ୍ୟ ଧାର୍ଯ୍ୟ ହୋଇଯିବ ବୋଲି ଆଶା ରଖିଛନ୍ତି। କୋଭିଡ ସମୟରେ ଟ୍ୟାକ୍ସ ଆଦାୟ ହ୍ରାସ ପାଇବା ସ୍ୱାଭାବିକ ବୋଲି ସେ କହିଛନ୍ତି। ତେବେ ବର୍ତ୍ତମାନ ସ୍ଥିତିରେ ସୁଧାର ଆସିଛି। ଏହା ସହ ବର୍ତ୍ତମାନ ଅନଲାଇନ ଟିକସ ଆଦାୟର ବ୍ୟବସ୍ଥା ମଧ୍ୟ କରାଯାଇଛି। ଫଳରେ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ ହୋଇଯିବ ବୋଲି କମିଶନର କହିଛନ୍ତି। ତେବେ ବର୍ତ୍ତମାନ ଟିକସ ଆଦାୟ କ୍ଷେତ୍ରରେ କେତୋଟି ବ୍ୟବସ୍ଥାଗତ ତ୍ରୁଟି ଥୁବାରୁ ସରକାର ଲକ୍ଷ ଲକ୍ଷ ଟଙ୍କା ଟିକସ ହରାଉଥିବା ଅଭିଯୋଗ ହେଉଛି। ତେଣୁ ଏହି ତ୍ରୁଟିକୁ ସୁଧାରିବାକୁ ଦାବି ହେଉଛି।


ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.