ETV Bharat / city

Murder in Sambalpur: କଥା କଟାକଟିକୁ ନେଇ ସମ୍ବଲପୁରରେ ବୀଭତ୍ସ ହତ୍ୟା

author img

By

Published : May 11, 2022, 11:08 AM IST

କଥା କଟାକଟିକୁ ନେଇ ତୁମୁଳ କାଣ୍ଡ । ବିବାହ ଭୋଜିରେ ଯୁବକଙ୍କୁ ବୀଭତ୍ସ ହତ୍ୟା। ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ସଦେଇପାଲି ବିଜୁ କଲ୍ୟାଣ ମଣ୍ଡପରେ । ଅଧିକ ପଢନ୍ତୁ

Murder in Sambalpur: କଥା କଟାକଟିକୁ ନେଇ ସମ୍ବଲପୁରରେ ବିଭତ୍ସ ହତ୍ୟା
Murder in Sambalpur: କଥା କଟାକଟିକୁ ନେଇ ସମ୍ବଲପୁରରେ ବିଭତ୍ସ ହତ୍ୟା

ସମ୍ବଲପୁର: କଥା କଟାକଟିକୁ ନେଇ ତୁମୁଳକାଣ୍ଡ । ବିବାହ ଭୋଜିରେ ଯୁବକଙ୍କୁ ବୀଭତ୍ସ ହତ୍ୟା। ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ସଦେଇପାଲି ବିଜୁ କଲ୍ୟାଣ ମଣ୍ଡପରେ । ମୃତକ ହେଲେ ସଦେଇପାଳିର ସୁମିତ ଷଣ୍ଢ ।

Murder in Sambalpur: କଥା କଟାକଟିକୁ ନେଇ ସମ୍ବଲପୁରରେ ବିଭତ୍ସ ହତ୍ୟା

ସୂଚନାଅନୁସାରେ, ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ସଦେଇପାଲି ବିଜୁ କଲ୍ୟାଣ ମଣ୍ଡପରେ ବାହାଘର ସମୟରେ ସୁମିତ ଓ ଅନ୍ୟ ଏକ ଯୁବକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହି ସମୟରେ ଯୁବକ ଜଣକ ଉତକ୍ଷିପ୍ତ ହୋଇ ସୁମିତ ଷଣ୍ଢକୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁମିତର ମୃତଦେହକୁ ଜବତ କରିଥିବାବେଳେ ହତ୍ୟା ଅଭିଯୁକ୍ତ ଯୁବକଙ୍କୁ ବୁର୍ଲା ଥାନାରେ ଅଟକ ରଖିଛି। ଅନ୍ୟପଟେ ହତ୍ୟାକାଣ୍ଡ ଘଟିଥିବା କଲ୍ୟାଣମଣ୍ଡପକୁ ସିଲ କରିଛି ବୁର୍ଲା ପୋଲିସ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.