ETV Bharat / city

ରାଉରକେଲାରେ ଆକାଶ ଛୁଆଁ ପରିବା ଦର, ଚିନ୍ତାରେ ସହରବାସୀ

author img

By

Published : Jul 4, 2020, 7:54 PM IST

କୋରୋନା ସାଙ୍ଗକୁ ବର୍ଷା ସାଜିଲା କାଳ । ଉଜୁଡିଗଲା ଚାଷୀର ସୁନାର ଫସଲ । ଯାହାକୁ ନେଇ ବର୍ତ୍ତମାନ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି ପରିବା ଦର । ଅଧିକ ପଢନ୍ତୁ...

ରାଉରକେଲାରେ ଆକାଶ ଛୁଆଁ ପରିବା ଦର, ଚିନ୍ତାରେ ସହରବାସୀ
ରାଉରକେଲାରେ ଆକାଶ ଛୁଆଁ ପରିବା ଦର, ଚିନ୍ତାରେ ସହରବାସୀ

ରାଉରକେଲା: ରାଉରକେଲା ସହରରେ ପରିବା ଦର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାର କାରଣ ହେଉଛି ଆଖପାଖ ଗାଁ ଗହଳିରେ ପରିବା ଚାଷୀ ବହୁତ କମ ଥିବା ବେଳେ ବାହାରୁ ପରିବା ଆମଦାନୀ ହେଉଛି ।

ରାଉରକେଲାରେ ଆକାଶ ଛୁଆଁ ପରିବା ଦର, ଚିନ୍ତାରେ ସହରବାସୀ

ତେବେ କୋରନା ଯୋଗୁଁ ପରିବା ଚାଷୀ ମାନେ ଅନେକ କ୍ଷତି ସହିଛନ୍ତି । ପୁଣି ଏହା ସାଙ୍ଗକୁ ବର୍ଷା ମାଡ଼ରେ ବହୁ ସଂଖ୍ୟାରେ ପରିବା ନଷ୍ଟ ହୋଇଛି । ଗାଁ ଗହଳିରୁ ମଧ୍ୟ ବହୁତ କମ ପରିମାଣର ପରିବା ସହରକୁ ଆସୁଥିବାରୁ ଏହାର ଦର ଏବେ ଆକାଶ ଛୁଆଁ ହୋଇଛି । ଯାହା ସମଗ୍ର ସହରବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଆଖପାଖ ଅଞ୍ଚଳରେ ପରିବା ଚାଷ ନ ହେବା ଯାଏଁ ବଜାର ଦର ଏଭଳି ରହିବ ବୋଲି କୁହାଯାଉଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.