ETV Bharat / city

ଦାଣ୍ଡମୁକୁନ୍ଦପୁରରେ ଚାଞ୍ଚଲ୍ୟ: କଢିମୂଳ ସଫେଇ କେନାଲରୁ କଙ୍କାଳ ଉଦ୍ଧାର

author img

By

Published : Dec 18, 2021, 7:06 PM IST

କେନାଲରୁ କଙ୍କାଳ ଉଦ୍ଧାର । କଙ୍କାଳଟି ପୁରୁଷ ଲୋକର କି ମହିଳାଙ୍କର ତାହା ହୋଇନି ସ୍ପଷ୍ଟ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁରୀ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର ଘଟଣା । ଅଧିକ ପଢନ୍ତୁ

ଦାଣ୍ଡମୁକୁନ୍ଦପୁରରେ ଚାଞ୍ଚଲ୍ୟ: କଢିମୂଳ ସଫେଇ କେନାଲରୁ କଙ୍କାଳ ଉଦ୍ଧାର
ଦାଣ୍ଡମୁକୁନ୍ଦପୁରରେ ଚାଞ୍ଚଲ୍ୟ: କଢିମୂଳ ସଫେଇ କେନାଲରୁ କଙ୍କାଳ ଉଦ୍ଧାର

ପୁରୀ : କେନାଲରୁ ମଣିଷ କଙ୍କାଳ ଉଦ୍ଧାର । କଙ୍କାଳଟି ପୁରୁଷ ଲୋକର କି ମହିଳାଙ୍କର ତାହା ହୋଇନି ସ୍ପଷ୍ଟ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁରୀ ଜିଲ୍ଲା ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର କଢିମୂଳ ସଫେଇ କେନାଲରୁ ଉଦ୍ଧାର ହୋଇଛି କଙ୍କାଳ । ସୂଚନା ଅନୁସାରେ, ସ୍ଥାନୀୟ ଲୋକ ଏହା ଦେଖିବା ପରେ ପୋଲିସକୁ ସୂଚନା ଦେଇଥିଲେ । ଏହା କେବେ ଠାରୁ ପଡିଛି । ସେ ନେଇ ନାନା ପ୍ରଶ୍ନ ଏବେ ଉଙ୍କି ମାରୁଛି ।

ଦାଣ୍ଡମୁକୁନ୍ଦପୁରରେ ଚାଞ୍ଚଲ୍ୟ: କଢିମୂଳ ସଫେଇ କେନାଲରୁ କଙ୍କାଳ ଉଦ୍ଧାର

ତେବେ ଖବର ପାଇ ପିପିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି କଙ୍କାଳକୁ ଉଦ୍ଧାର କରିବା ସହ କଟକ ଫରେନସିକ ଲାବ୍ରୋଟୋରୀକୁ ପଠାଇ ଦେଇଛି l ଏନେଇ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଛି । ପିପିଲି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l ସେପଟେ ଏହି ମଣିଷ କଙ୍କାଳ ମିଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.