ETV Bharat / city

ଚାଞ୍ଚଲ୍ୟ: ଆସିଥିଲେ ହାତ ଅପରେସନ୍ ପାଇଁ କାଢିନେଲେ କିଡନୀ

author img

By

Published : Sep 25, 2019, 4:27 PM IST

Updated : Sep 25, 2019, 8:17 PM IST

ହାତ ଚିକିତ୍ସା କରିବାକୁ ଆସି କିଡନୀ ହରାଇଲେ ପିପିଲିର ପ୍ରଦୀପ କହଁର । ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ସାତଶଙ୍ଖରେ । ପଢନ୍ତୁ ଅଧିକ ଖବର:-

ହସ୍ପିଟାଲ ନା ଦଲାଲ; ଆସିଥିଲେ ହାତ ଅପରେସନ୍ ପାଇଁ କାଢିନେଲେ କିଡନୀ

ପୁରୀ: ଆରୋଗ୍ୟ ଲାଭ ପାଇଁ ରୋଗୀଟିଏ ଯାଇଥାଏ ଡାକ୍ତରଖାନା । କାରଣ ଡାକ୍ତରଙ୍କୁ ଭଗବାନର ଆଖ୍ୟା ଦିଆଯାଇଛି । ସେଥିପାଇଁ ତ ଧନୀ ଠାରୁ ଗରିବ ସମସ୍ତେ ଭରସା କରିଥାଆନ୍ତି ଡାକ୍ତରଙ୍କ ଉପରେ । ମାତ୍ର ଥରେ ଭାବିଲେ ହସ୍ପିଟାଲରେ ରୋଗର ଚିକିତ୍ସା ହେବା ପରିବର୍ତ୍ତେ ଯଦି ଆପଣଙ୍କ ଜୀବନ ସହ ଖେଳାଯାଏ ତେବେ ଆପଣ କାହାକୁ ଭରସା କରିବେ । ସେହିପରି ଏକ ସଙ୍ଗୀନ ଅଭିଯୋଗ ଆସିଛି ଭୁବନେଶ୍ବରର ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲ ନାଁ ରେ ।

ଚାଞ୍ଚଲ୍ୟ; ଆସିଥିଲେ ହାତ ଅପରେସନ୍ ପାଇଁ କାଢିନେଲେ କିଡନୀ

ପୁରୀ ଜିଲ୍ଲା ପିପିଲି ସାତଶଙ୍ଖ କଅଁର ସାହିର ବାସିନ୍ଦା ପ୍ରଦୀପ କଅଁର । ସୁସ୍ଥ ସବଳ ରହିବା ସାଙ୍ଗକୁ ରୋଜଗାର କରି ପରିବାର ଚଳାଉଥିବା ପ୍ରଦୀପ ଏବେ ଅକର୍ମଣ୍ୟ । ଏକ ଦୁର୍ଘଟଣା ପରେ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ତାଙ୍କର ବାମ ପଟ କିଡନୀ ଉକ୍ତ ହସ୍ପିଟାଲର ଡାକ୍ତରମାନେ କାଢି ନେଇଥିଲେ । ସେ ଗରିବ ଓ ଅଶିକ୍ଷିତ ହୋଇଥିବାରୁ ଏହାର ଫାଇଦା ଉଠାଇ ହସ୍ପିଟାଲରେ ତାଙ୍କ କିଡନୀ କାଢି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି ।

ଏନେଇ ହସ୍ପିଟାଲ ବିରୋଧରେ ବିଭିନ୍ନ ସ୍ତରରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଅଭିଯୋଗ କେହି ଶୁଣୁ ନଥିଲେ । ତେବେ ଖବର ପାଇବା ପରେ ଆମ 'ଇଟିଭି ଭାରତ' ପ୍ରତିନିଧି ପ୍ରଦୀପଙ୍କ ଘରେ ପହଞ୍ଚିବା ସହ ତାଙ୍କଠାରୁ ସମସ୍ତ ଘଟଣା ପଚାରି ବୁଝିଥିଲେ । ଏନେଇ ଆମ ପ୍ରତିନିଧି ଉକ୍ତ ହସ୍ପିଟାଲର କର୍ତ୍ତୃପକ୍ଷ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ପ୍ରଦୀପ କଅଁର ପିପିଲିରେ ଏକ କମ୍ପାନୀରେ କାମ କରୁଥିଲେ । ତେବେ 2002 ମସିହା ମେ 20 ତାରିଖରେ କମ୍ପାନୀର ଏକ ଦୁର୍ଘଟଣାରେ ତାଙ୍କ ଡାହାଣ ହାତ କଟି ଯାଇଥିଲା । ସେ ଏହାର ଚିକିତ୍ସା ପାଇଁ ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲ ଯାଇଥିଲେ । ତେବେ ସେଠାରେ ତାଙ୍କର ଅପରେସନ ସରିବା ପରେ ସେ ଦେଖିଥିଲେ ତାଙ୍କ ପେଟ ଓ ଜଙ୍ଘ କଟାଯାଇଛି । ସେ ଡାକ୍ତରଙ୍କୁ ପଚାରିବାରୁ ଏହା ତାଙ୍କର ହାତ ସର୍ଜରୀ ପାଇଁ କରାଯାଇଥିବା ଡାକ୍ତର କହିଥିଲେ ।

ତେବେ ପରବର୍ତ୍ତୀ ସମୟରେ ତାଙ୍କର ପେଟରେ ଯନ୍ତ୍ରଣା ହେବାରୁ ଅଲ୍ଟ୍ରାସାଉଣ୍ଡ କରିଥିଲେ । ଯାହାର ରିପୋର୍ଟରେ ତାଙ୍କ ବାମ ପଟର କିଡନୀ ନଥିବା ଜଣା ପଡିଥିଲା । ଆଉ ଏହା ପୂର୍ବରୁ ସେ କେବଳ ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲରେ ଅପରେସନ କରାଇଥିଲେ । ଏଣୁ ଉକ୍ତ ହସ୍ପିଟାଲରେ ତାଙ୍କ କିଡନୀ କାଢି ନିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗରିବ ଓ ଅସହାୟ ଭାବି ହସ୍ପିଟାଲ କର୍ତ୍ତୃପକ୍ଷ ଏପରି କରିଥିବାରୁ ସରକାର ତାଙ୍କୁ ସାହାଯ୍ୟ କରିବା ସହ ଉକ୍ତ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ପ୍ରଦୀପ କହଁର ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ଓ ଭୁବନେଶ୍ବରରୁ ତପନ ତାସ, ଇଟିଭି ଭାରତ

Intro:ରାଜ୍ୟ ର ପ୍ରମୁଖ ଘରୋଇ ହସ୍ପିଟାଲରେ ସକ୍ରିୟ କିଡନୀ ରାକେଟ


Body:vo1,, ପୁରୀ ଜିଲ୍ଲା ପିପିଲି ସାତଶଙ୍ଖ କଅଁର ସାହିର ବାସିନ୍ଦା ପ୍ରଦୀପ କଅଁର। ଦିନେ ସୁସ୍ଥ ସବଳ ତଥା ରୋଜଗାର କରି ପରିବାର ଚଳାଉ ଥିବା ପ୍ରଦୀପ ଏବେ ଅକର୍ମଣ୍ୟ। ଭୁବନେଶ୍ୱର ରେ ଏକ ଘରୋଇ ହସ୍ପିଟାଲରେ ଏକ ଦୁର୍ଘଟଣା କୁ ନେଇ ଚିକିତ୍ସା ପାଇଁ ଅପରେସନ ନେଇ ଯାଇଥିବା ବେଳେ ତାଙ୍କର ବାମ ପଟ କିଡନୀ ଉକ୍ତ ହସ୍ପିଟାଲରେ ଡାକ୍ତର ମାନେ ନେଇ ଯାଇ ଥିବା ଯୋଗୁ ତାଙ୍କର ଜୀବନ ଏବେ ଦୁର୍ବିସହ ହୋଇ ପଡ଼ିଛି। ସେ ଗରିବ ଓ ଅଶିକ୍ଷିତ ହୋଇ ଥିବାରୁ ଏହାର ଫାଇଦା ଉଠାଇ ହସ୍ପିଟାଲରେ ତାଂକ କିଡନୀ କାଢି ଦିଆଯାଇ ଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ହସ୍ପିଟାଲ ବିରୋଧ ରେ ବିଭିନ୍ନ ସ୍ତରରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଅଭିଯୋଗ କେହି ଶୁଣୁ ନଥିବା ପ୍ରଦୀପ ଅଭିଯୋଗ କରିଛନ୍ତି।

ବାଇଟ1,, ପ୍ରଦୀପ କଅଁର,, ଅଭିଯୋଗ କାରୀ


vo2,, ପ୍ରଦୀପ କଅଁର ପିପିଲି ରେ ଏକ କମ୍ପାନୀ ରେ କାମ କରୁଥିଲେ। ତେବେ 2002 ମସିହା ମେ 20 ତାରିଖରେ କଂପାନୀ ରେ ଏକ ଦୁର୍ଘଟଣାରେ ତାଙ୍କ ଡାହାଣ ହାଥ କଟି ଯାଇ ଥିଲା। ସେ ଏହାର ଚିକିତ୍ସା ପାଇଁ କଳିଙ୍ଗ ହସ୍ପିଟାଲ ଯାଇ ଥିଲେ। ତେବେ ସେଠାରେ ତାଙ୍କର ଅପରେସନ ସାରିବା ପରେ ସେ ଦେଖିଥିଲେ ତାଙ୍କ ପେଟ , ଜଙ୍ଘ କଟା ଯାଇଛି। ସେ ଡାକ୍ତର ଙ୍କୁ ପଚାରି ବାରୁ ଏହା ତାଙ୍କର ହାତ ସର୍ଜରି ପାଇଁ କରାଯାଇ ଥିବା କହିଥିଲେ। ତେବେ ପରବର୍ତୀ ସମୟରେ ତାଙ୍କର ପେଟରେ ଯନ୍ତ୍ରଣା ହେବାରୁ ଅଲ୍ଟ୍ରାସାଉଣ୍ଡ କରିଥିଲେ। ଯେଉଁ ଥିରେକି ରିପୋର୍ଟ ଆସିଛି ତାଙ୍କର ବାମ ପଟ କିଡନୀ ନାହିଁ। ସେ କେବେବି କେଉଁଠି ଅପରେସନ କରି ନଥିବା ବେଳେ କଳିଂଗ ହସ୍ପିଟାଲରେ ସେ ପ୍ରଥମେ ଅପରେସନ କରିଥିଲେ। ଏଣୁ ଉକ୍ତ ହସ୍ପିଟାଲରେ ତାଂକ କିଡନୀ କାଢି ଦିଆଯାଇ ଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେମାନେ ଗରିବ ହୋଇ ଥିବା ରୁ ଆଇନ କାନୁନ ବିଷୟ ରେ ଜାଣି ନାହାନ୍ତି। ଏହି ପରିସ୍ଥିତି ରେ ସରକାର ତାଙ୍କୁ ସାହାଯ୍ୟ କରିବା ସହ ଉକ୍ତ ହସ୍ପିଟାଲ ବିରୋଧ କାର୍ଯ୍ୟନୁଷ୍ଠାନ ନେବାକୁ ପ୍ରଦୀପ ଙ୍କ ଗ୍ରାମ ବାସୀ ଦାବି କରିଛନ୍ତି।

ବାଇଟ 2 ଦ୍ଵିଜ୍ଵବର କଅଁର ,, ପ୍ରଦୀପ ଙ୍କ ବାପା
ବାଇଟ 3,, ଗଙ୍ଗାଧର କଅଁର,, ଗ୍ରାମବାସୀ

fvo,, ହସ୍ପିଟାଲ ରେ ବିଭିନ୍ନ ଅନିୟମିତତା କୁ ନେଇ ସରକାର କାର୍ଯ୍ୟନୁଷ୍ଠାନ ନେଇ ଅନେକ ଆଇନ କରିଛନ୍ତି। କିନ୍ତୁ ପ୍ରଦୀପି ଙ୍କ କିଡନୀ ଚୋରି ଘଟଣା ପ୍ରମାଣ କରିଛି ସରକାର ଙ୍କ ଆଇନି କୁ କେମିତି ଘରୋଇ ହସ୍ପିଟାଲ ଗୁଡ଼ିକ ପାଳନ କରୁଛନ୍ତି। ଏଭଳି ଘଟଣା ଏବେ ପ୍ରମାଣ କରିଛି ସରକାର ଏ ନେଇ ଆଇନ କରିଛନ୍ତି ସତ ହେଲେ ଏହାର କର୍ଯ୍ୟକାରିତା ନେଇ କୌଣସି ବ୍ୟବସ୍ଥା ନାହିଁ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର


Conclusion:
Last Updated : Sep 25, 2019, 8:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.