ETV Bharat / city

ଅଠରନଳାର ହେବ ସୌନ୍ଦର୍ଯ୍ୟକରଣ: ଲାଇଟିଂରେ ଝଲସିବ ସହର, ଆକୃଷ୍ଟ ହେବେ ପର୍ଯ୍ୟଟକ

author img

By

Published : Oct 14, 2022, 9:38 PM IST

ସଂସ୍କୃତି ଓ କିମ୍ବଦନ୍ତୀରେ ପରିପୂର୍ଣ୍ଣ ପୁରୀ ସହର । ଏଠାରେ ରହିଛି ବିଶ୍ବପ୍ରସିଦ୍ଧ ଶ୍ରୀଜଗନ୍ନାଥ ଧାମ । ଭାବ ବିନୋଦିଆ କାଳିଆର ଦର୍ଶନ ପାଇଁ ଏଠାରେ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ । ବିଶ୍ବର ଏହି ଐତିହ୍ୟ ସ୍ଥଳୀର ସୌନ୍ଦର୍ଯ୍ୟକରଣ ପାଇଁ ସରକାର ପ୍ରୟାସ କରୁଥିବା ବେଳେ ଏହାର ବିକାଶରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ଫର୍ଦ୍ଦ । ଚମକିବାକୁ ଯାଉଛି ପୁରୀର ପ୍ରବେଶ ପଥ ଅଠରନଳା । ଦେଖନ୍ତୁ ଏହି ରିପୋର୍ଟ

ଅଠରନଳାର ହେବ ସୌନ୍ଦର୍ଯ୍ୟକରଣ: ଲାଇଟିଂରେ ଝଲସିବ ସହର, ଆକୃଷ୍ଟ ହେବେ ପର୍ଯ୍ୟଟକ
ଅଠରନଳାର ହେବ ସୌନ୍ଦର୍ଯ୍ୟକରଣ: ଲାଇଟିଂରେ ଝଲସିବ ସହର, ଆକୃଷ୍ଟ ହେବେ ପର୍ଯ୍ୟଟକ

ପୁରୀ: ଐତିହ୍ୟ ଓ କିମ୍ବଦନ୍ତୀ ସମ୍ପନ୍ନ ସହର ହେଉଛି ପୁରୀ । ପ୍ରତିଦିନ ଏଠାକୁ ଲକ୍ଷ ଲକ୍ଷ ଲୋକ ଆସିଥାନ୍ତି । ବିଦେଶରୁ ମଧ୍ୟ ପୁରୀକୁ ପ୍ରତିଦିନ ପର୍ଯ୍ୟଟକ ଆସିଥାନ୍ତି । ଏଭଳି ସ୍ଥିତିରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ରାଜ୍ୟ ସରକାର ଏହି ବିଶ୍ବ ଐତିହ୍ୟସ୍ଥଳୀର ବିକାଶ କ୍ଷେତ୍ରକୁ ଆଗେଇ ନେଇଛନ୍ତି । ଏଥିରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ଫର୍ଦ୍ଦ । ପୁରୀର ପ୍ରବେଶ ପଥ ଅଠରନଳା ଚମକିବାକୁ ଯାଉଛି । ଏହା ସହରର ମୁଖଶାଳା ହୋଇଥିବାରୁ ଏହାର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ବ ଦିଆଯାଇ ଏହାର କାର୍ଯ୍ୟ ଆରମ୍ଭ ହୋଇ ଡିସେମ୍ବର ସୁଦ୍ଧା ଶେଷ କରାଯିବ । ଏଲଇଡ଼ି ଲାଇଟିଂ ସାଙ୍ଗକୁ ପର୍ଯ୍ୟଟକଙ୍କ ପାଇଁ ବୋଟିଂର ବ୍ୟବସ୍ଥା ହେବ ବୋଲି ଜଣାପଡ଼ିଛି ।

ଅଠରନଳାର ହେବ ସୌନ୍ଦର୍ଯ୍ୟକରଣ: ଲାଇଟିଂରେ ଝଲସିବ ସହର, ଆକୃଷ୍ଟ ହେବେ ପର୍ଯ୍ୟଟକ

ଅଠରନଳା ମୂଷା ନଦୀ ଦଳରେ ପୋତି ହୋଇଯାଇଥିବା ବେଳେ ସହରର କୁଢ଼ କୁଢ଼ ଅଳିଆ ଆବର୍ଜନା ଏଠାରେ ଜମି ରହିଛି। ତେବେ ଏହାର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ହୁଳହୁଳିଆ ପୋଲ ଠାରୁ ଅଠରନଳା ପର୍ଯ୍ୟନ୍ତ ମୂଷାନଦୀର ପୁନରୁଦ୍ଧାର ତଥା ଖନନ କାର୍ଯ୍ୟ ପାଇଁ ୧୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ନଦୀ ଶଯ୍ୟାକୁ ଖୋଳାଯିବା ସହ ଅଳିଆ ଆବର୍ଜନା ଓ ଦଳ ଗୁଡିକୁ ମଧ୍ୟ ବାହାର କରାଯିବ । ନଦୀର ଦୁଇ ପାର୍ଶ୍ବରେ ସୁରକ୍ଷା ପ୍ରାଚୀର ନିର୍ମାଣ ସହ ଆକର୍ଷଣୀୟ ପାର୍କ ସାଙ୍ଗକୁ ସେଠାରେ ବସିବା ପାଇଁ ବ୍ୟବସ୍ଥା କରାଯିବ ।

କେବଳ ସେତିକି ନୁହେଁ ଅଠରନଳାକୁ ଆକର୍ଷଣୀୟ କରିବା ପାଇଁ ସୁନ୍ଦର‌ ଏଲଇଡି ଲାଇଟିଙ୍ଗ ସହ ପର୍ଯ୍ୟଟକଙ୍କ ପାଇଁ ବୋଟିଂର ମଧ୍ୟ ବ୍ୟବସ୍ଥା ରହିବ । ତେବେ ପୂର୍ବରୁ ମୂଷାନଦୀର‌ ପୁନରୁଦ୍ଧାର ପାଇଁ ପ୍ରଶାସନ ଅନେକ ଥର ପ୍ରକଳ୍ପ ନେଇ ଯୋଜନା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା ଫେଲ ମାରିଛି । ତେଣୁ ଏହାକୁ ପ୍ରଶାସନ ଆନ୍ତରିକତାର ସହ ନେଇ କାର୍ଯ୍ୟ କଲେ ଅଠରନଳା ନୂଆ ରୂପ ପାଇବ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଯୋଜନା ଅନୁଯାୟୀ ମୂଷା ନଇର ସୌନ୍ଦର୍ଯ୍ୟକରଣ ପାଇଁ ହୁଳହୁଳିଆ ପୋଲ ଠାରୁ ଅଠରନଳା ପର୍ଯ୍ୟନ୍ତ ଚାରି କିମି ଖନନ କାର୍ଯ୍ୟ କରାଯିବ ।

ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, "ନଦୀର ଦୁଇ ମୁଣ୍ଡରେ ଦୁଇଟି ସ୍ଲୁଇସ୍ ଗେଟ୍ ଓ ଲ୍ୟାଣ୍ଡ ସ୍କେପିଙ୍ଗ କରାଯିବ । ସେହିପରି ସହରର ପ୍ରଦ୍ୟୁଷିତ ଜଳ‌ ମୂଷାନଦୀରେ ମିଶୁଥିବା ବେଳେ ଏହାକୁ ରୋକିବା ପାଇଁ ନଦୀର କଡରେ ସ୍ବରେଜ ପାଇପଲାଇନ ବିଛାଯିବ । ଏହି ସ୍ବରେଜ ପାଇପଲାଇନ ଜରିଆରେ ନର୍ଦ୍ଦମା ପାଣି ମଙ୍ଗଳାଘାଟରେ ଥିବା ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଛଡ଼ାଯିବ। ବହୁ ପ୍ରତିକ୍ଷିତ ଏହି ପ୍ରକଳ୍ପକୁ ଏଏସଆଇ ପକ୍ଷରୁ ଅନୁମତି ମିଳି ସାରିଥିବା ବେଳେ ଅଠରନଳାର ସୌନ୍ଦର୍ଯ୍ୟକରଣ ଓ ମୂଷାନଦୀର‌ ପୁନରୁଦ୍ଧାର କାର୍ଯ୍ୟ ଆସନ୍ତା ଡ଼ିସେମ୍ବର ମାସ ଶେଷ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।" ପୂର୍ବରୁ ଅନେକ ଥର ମୂଷାନଦୀର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନେଇଥିଲେ ମଧ୍ୟ ଫେଲ ମାରିଛି । ଏଥର କାର୍ଯ୍ୟ ଶେଷ ହେଲେ ନୂଆ ରୂପ ପାଇବ ଅଠରନଳା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.