ETV Bharat / city

ଅଜଣା ରୋଗରେ ପୀଡିତ ଚିନ୍ମୟ, ସାହାଯ୍ୟ ପାଇଁ ପରିବାରର ଆକୁଳ ନିବେଦନ

author img

By

Published : May 9, 2022, 9:49 PM IST

ପୁରୀ ବଳିଆପଣ୍ଡା ବିଜୟ ନଗର ବସ୍ତିର ଚିନ୍ମୟ ମୁଦୁଲି । ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇ ରହିଛନ୍ତି ଚିନ୍ମୟ ମୁଦୁଲି । ହେଲେ ଅଭାବୀ ପରିବାର ହେତୁ ଚିକିତ୍ସା କରିପାରୁନାହାନ୍ତି ପରିବାର । ସାହାଯ୍ୟ କଲେ ବଞ୍ଚିବ ଜୀବନ । ଅଧିକ ପଢନ୍ତୁ

ଅଜଣା ରୋଗରେ ପୀଡିତ ଚିନ୍ମୟ, ସାହାଯ୍ୟ ପାଇଁ ପରିବାର ଆକୁଳ ନିବେଦନ
ଅଜଣା ରୋଗରେ ପୀଡିତ ଚିନ୍ମୟ, ସାହାଯ୍ୟ ପାଇଁ ପରିବାର ଆକୁଳ ନିବେଦନ

ପୁରୀ: ବଳିଆପଣ୍ଡା ବିଜୟ ନଗର ବସ୍ତିର ଚିନ୍ମୟ ମୁଦୁଲି । ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇ ରହିଛନ୍ତି ଚିନ୍ମୟ ମୁଦୁଲି। ଯେଉଁ ବୟସରେ ବାପା ମା’ଙ୍କ ସେବା କରିବା କଥା, ସେତେବେଳେ ଦୀର୍ଘ ବର୍ଷ ହେଲା ବୃଦ୍ଧ ବାପା ମା, ପୁଅର ସେବା କରିଆସୁଛନ୍ତି । ପୁଅର ଏହିପରି ଅବସ୍ଥା ଦେଖି ବାପା ମା ମନ ଅଥୟ । ସବୁକିଛି ଛାଡି ପୁଅ ସେବାରେ ଲାଗି ପଡିଛନ୍ତି ପୁରା ପରିବାର । ହେଲେ ଅଭାବୀ ପରିବାର ହେତୁ ଚିକିତ୍ସା କରିପାରୁନାହାନ୍ତି ପରିବାର ।

ପୁରୀ ବଳିଆପଣ୍ଡା ବିଜୟ ନଗର ବସ୍ତିରେ ରହୁଥିବା ଜଣେ ଗରିବ ଚା ଦୋକାନୀ ବିଚିତ୍ର ମୁଦୁଲିଙ୍କ 21 ବର୍ଷ ର ପୁଅ ଚିନ୍ମୟ । ଅଜଣା ରୋଗରେ ପୀଡିତ ହୋଇଥିବା ଚିନ୍ମୟଙ୍କୁ ଚିକିତ୍ସା କରିବାରେ ଅସମର୍ଥ ପରିବାର । ବାପା ଚା ଦୋକାନରୁ ଯାହାଭି ସ୍ୱଳ୍ପ ରୋଜଗାର କରନ୍ତି ସେଥିରେ ପରିବାର ପ୍ରତିପୋଷଣ ହୁଏ l ବେଳେ ବେଳେ ବେପାର ନଥିଲେ ଭୋକ ଉପାସରେ ଦିନ କଟିଥାଏ । ମୁଣ୍ଡ ଗୁଞ୍ଜିବାକୁ ଘର ମଧ୍ୟ ନଥିଲା ସାହି ପଲିଥିନ ବାନ୍ଧି ଘର ତିଆରି କରି ଦେଇଛନ୍ତି ବିଚିତ୍ରଙ୍କୁ । ପୁଅକୁ ଜନ୍ମ କରିଥିଲେ ପୁଅ ବଡ ହୋଇ ଭଲ ପାଠ ପଢି ରୋଜଗାର କରିବ। ଗରିବ ବାପା ମାଆର ଦୁଃଖ ଦୂର କରିବ।

ଅଜଣା ରୋଗରେ ପୀଡିତ ଚିନ୍ମୟ, ସାହାଯ୍ୟ ପାଇଁ ପରିବାର ଆକୁଳ ନିବେଦନ

କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ଭେଣ୍ଡିଆ ବୟସରେ ପୁଅ ଏକ ଅଜଣା ରୋଗରେ ପଡି ମୁକ ବଧିର ପାଲଟିଗଲା । ଏମିତି କି ପୁଅ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯିବା ପାଇଁ ସମର୍ଥ ହୋଇପାରୁନି । ଏକ ମାତ୍ର ପୁଅକୁ ଭଲ କରିବା ପାଇଁ ବାପା ମାଆ ବହୁତ ମେଡିକାଲକୁ ନେଇଥିଲେ। କିନ୍ତୁ ଡାକ୍ତର ମଧ୍ୟ ଚିକିତ୍ସା କରିବା ରେ ଫେଲ ମାରିଥିଲେ ବୋଲି ବିଚିତ୍ର କହିଛନ୍ତି । ଶେଷରେ ନିରାଶ ହୋଇ ପୁଅକୁ ଘରକୁ ଫେରାଇଆଣିଥିଲେ । ପୁଅର ଏବେ କେବଳ ସହୃଦୟ ଵ୍ୟକ୍ତିଙ୍କ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ।

କୌଣସି ସହୃଦୟ ବ୍ୟକ୍ତି ଯଦି ସାହାର୍ଯ୍ୟ କରିବାକୁ ଚାହାଁନ୍ତି ତାହାହେଲେ 7735022664 ନମ୍ବରରେ ଯୋଗାଯୋଗ କରି ନିମ୍ନ account noରେ ସାହାଯ୍ୟ କରିପାରିବେ ।

ପୂର୍ଣ୍ଣିମା ମୁଦୁଲି 2490100007226

IFSC code- BARBOSWARGD

Bank of Baroda

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.