ETV Bharat / city

ଖୋଲିଲା ଅଲାରନାଥ ମନ୍ଦିର, ଉତ୍ସାହିତ ଶ୍ରଦ୍ଧାଳୁ

author img

By

Published : Aug 3, 2021, 10:35 PM IST

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ପ୍ରସିଦ୍ଧ ଅଲାରନାଥ ମନ୍ଦିର। ଉତ୍ସାହିତ ଭକ୍ତ । କିନ୍ତୁ ପାଳନ କରିବାକୁ ହେବ କୋଭିଡ ଗାଇଡଲାଇନ । ଅଧିକ ପଢନ୍ତୁ...

ସାଧାରଣ ଦର୍ଶନ ପାଇଁ ଖୋଲିଲା ଅଲାରନାଥ ମନ୍ଦିର, ଉତ୍ସାହିତ ଶ୍ରଦ୍ଧାଳୁ
ସାଧାରଣ ଦର୍ଶନ ପାଇଁ ଖୋଲିଲା ଅଲାରନାଥ ମନ୍ଦିର, ଉତ୍ସାହିତ ଶ୍ରଦ୍ଧାଳୁ

ବ୍ରହ୍ମଗିରି: ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ପ୍ରସିଦ୍ଧ ଅଲାରନାଥ ମନ୍ଦିର। କୋଭିଡ ସଂକ୍ରମଣ ପାଇଁ ଦୀର୍ଘ ୩ମାସ ଧରି ବନ୍ଦ ରହିଥିବାବେଳେ ଆଜି ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲାଯାଇଛି। ସ୍ଥିତି ସାମାନ୍ୟ ହେବା ପରେ କଟକଣା ମଧ୍ୟରେ ମନ୍ଦିର ଖୋଲିବା ନେଇ ସ୍ଥାନୀୟ ପ୍ରଶାସନ ନୋଟିସ ମାରି ଅବଗତ କରାଇଛି । ତେବେ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଶ୍ରଦ୍ଧାଳୁ ।

ସାଧାରଣ ଦର୍ଶନ ପାଇଁ ଖୋଲିଲା ଅଲାରନାଥ ମନ୍ଦିର, ଉତ୍ସାହିତ ଶ୍ରଦ୍ଧାଳୁ

ଦର୍ଶନ ସମୟରେ କୋଭିଡ କଟକଣାକୁ କଡାକଡି ଅନୁପାଳନ କରିବା ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ସାଧାରଣ ଦର୍ଶନ ସମୟରେ ଫେସ ମାସ୍କ, ସାମାଜିକ ଦୂରତା ଓ ଭିଡ ଏଡେଇବା ଦିଗରେ ମନ୍ଦିର ପ୍ରଶାସନକୁ ଦୃଷ୍ଟି ଦେବାକୁ କୁହାଯାଇଛି । ମନ୍ଦିର ଖୋଲିବା ଖବର ମିଳିବା ପରେ ସାଧାରଣ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.