ETV Bharat / city

ମଧ୍ୟପ୍ରଦେଶକୁ ଚାଲାଣ ହେଉଥିଲା ଗଞ୍ଜେଇ, ମାଡି ବସିଲା ପୋଲିସ

author img

By

Published : Jun 3, 2022, 11:05 AM IST

ପୁରୀ ରେଳ ଷ୍ଟେସନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ଦମ୍ପତିଙ୍କ ସହ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ୩୭.୬ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ganja seized in puri railway station
ମଧ୍ୟପ୍ରଦେଶକୁ ଚାଲାଣ ହେଉଥିଲା ଗଞ୍ଜେଇ, ମାଡି ବସିଲା ପୋଲିସ

ପୁରୀ: ଟ୍ରେନ ଯୋଗେ ଚାଲିଥିଲା ଗଞ୍ଜେଇ ଚାଲାଣ । ମାଡ଼ି ବସିଲା ଆରପିଏଫ ପୋଲିସ । ପୁରୀ ରେଳ ଷ୍ଟେସନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ଦମ୍ପତିଙ୍କ ସହ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ୩୭.୬ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।

ମଧ୍ୟପ୍ରଦେଶକୁ ଚାଲାଣ ହେଉଥିଲା ଗଞ୍ଜେଇ, ମାଡି ବସିଲା ପୋଲିସ

ଗିରଫ ଅଭିଯୁକ୍ତ ହେଉଛନ୍ତି କନ୍ଧମାଳ ଜିଲ୍ଲାର ରାଜକୁମାର ବିନ୍ଧାଣୀ, ନଳିଳୀ ବିନ୍ଧାଣୀ ଓ ସୁଲୋଚନା ବିନ୍ଧାଣୀ । ସେମାନେ ଧଉଳି ଏକ୍ସପ୍ରେସରେ ଗଞ୍ଜେଇ ଚାଲାଣ ପାଇଁ ପୁରୀରୁ ମଧ୍ୟପ୍ରଦେଶର ଅଶୋକ ନଗର ଯିବା ପାଇଁ ଉଦ୍ୟମ କରୁଥିଲେ । ତେବେ ରେଳଷ୍ଟେସନ ମୁଖ୍ୟ ଫାଟକରେ ଥିବା ଆରପିଏଫ ପୋଲିସ ସନ୍ଦେହ କରି ଅଭିଯୁକ୍ତଙ୍କ ବ୍ୟାଗ ଯାଞ୍ଚ କରିଥିଲେ । ଏହାପରେ ସେଥିରୁ ବିପୁଳ ପରିମାଣର ଗଞ୍ଜେଇଥିବା ପୋଲିସ ଦେଖିବାକୁ ପାଇଥିଲା । ଉକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଆରପିଏଫ ଅଧିକାରୀ ଅପରେଶ ବେହେରା ସୂଚନା ଦେଇଛନ୍ତି । ଆଗକୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ଆରପିଏଫ ପକ୍ଷରୁ ରେଳ ଷ୍ଟେସନରେ କଡା ଚେକିଂ ଜାରି ରହିଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.