ETV Bharat / city

20ଟି ଚୋରି ମୋବାଇଲ ଉଦ୍ଧାର, ମାଲିକଙ୍କୁ ଫେରାଇଲା ପୋଲିସ

author img

By

Published : Jan 12, 2022, 7:11 PM IST

ଚୋରି ମୋବାଇଲ ଫେରାଇଲା କମିଶନରେଟ ପୋଲିସ । ବିଡାନାସୀ ଅଞ୍ଚଳରୁ ଚୋରି ହୋଇଥିବା 20ଟି ମୋବାଇଲକୁ ଉଦ୍ଧାର କରିବା ସହ ସେମାନଙ୍କ ମାଲିକ ମାନଙ୍କୁ ଫେରାଇଛି ପୋଲିସ । ଅଧିକ ପଢନ୍ତୁ

20ଟି ଚୋରି ମୋବାଇଲ ଉଦ୍ଧାର; ମାଲିକଙ୍କୁ ଫେରାଇଲା ପୋଲିସ
20ଟି ଚୋରି ମୋବାଇଲ ଉଦ୍ଧାର; ମାଲିକଙ୍କୁ ଫେରାଇଲା ପୋଲିସ

କଟକ: ଚୋରି ମୋବାଇଲ ଫେରାଇଲା କମିଶନରେଟ ପୋଲିସ । ବିଡାନାସୀ ଅଞ୍ଚଳରୁ ଚୋରି ହୋଇଥିବା 20ଟି ମୋବାଇଲକୁ ଉଦ୍ଧାର କରିବା ସହ ସେମାନଙ୍କ ମାଲିକଙ୍କୁ ଫେରାଇଛି ପୋଲିସ । ତେବେ ଏହି ମୋବାଇଲ ଚୋରି ମାମଲାରେ ଏଯାବତ ଅନେକ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ଏହାସହ ବାକି ରହିଥିବା ମାମଲାର ତଦନ୍ତ ମଧ୍ୟ ଜାରି ରହିଛି । ଟ୍ରେସିଂ ଜରିଆରେ ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରି ମୋବାଇଲ ଉଦ୍ଧାର କରିବା ପାଇଁ ମଧ୍ୟ ପୋଲିସ ଉଦ୍ୟମ ଜାରି ରଖିଛି ।

20ଟି ଚୋରି ମୋବାଇଲ ଉଦ୍ଧାର; ମାଲିକଙ୍କୁ ଫେରାଇଲା ପୋଲିସ

ତେବେ ମୋବାଇଲ ଚୋରି ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ । କାରଣ ଏହି ତଦନ୍ତ ମଧ୍ୟରେ ଅନେକ ଟେକ୍ନିକାଲ ଦିଗକୁ ଫୋକସ କରାଯାଇଥାଏ । ତେବେ ମୋବାଇଲ ଲୁଟେରାଙ୍କୁ କଟକ ଜିଲ୍ଲାରୁ ନୁହେଁ ରାଜ୍ଯ ବାହାରୁ ମଧ୍ୟ ଗିରଫ କରାଯାଉଛି । ତେବେ ହଜିଥିବା କିମ୍ବା ଲୁଟ ହୋଇଥିବା ମୋବାଇଲକୁ ଉଦ୍ଧାର କରି ଲୋକଙ୍କୁ ଫେରସ୍ତ କରିବା ପାଇଁ ପୋଲିସର ଉଦ୍ୟମ ଚାଲିଛି ବୋଲି କହିଛନ୍ତି କଟକ ଅତରିକ୍ତ ଡିସିପି ।

କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.