ETV Bharat / city

Municipal Election: ପୋଲିଂ ବୁଥରେ ନକଲି ଏଜେଣ୍ଟ, ଉତ୍ତେଜନା ସୃଷ୍ଟି

author img

By

Published : Mar 24, 2022, 5:56 PM IST

ପୋଲିଂ ବୁଥରେ ନକଲି ଏଜେଣ୍ଟ । ବନ୍ଦ ହେଲା ମତଦାନ । କଟକ ୫୪ ନମ୍ବର ଓ୍ବାର୍ଡ ର ୪୦୩ ନମ୍ବର ବୁଥରେ ଅସଲି ଏଜେଣ୍ଟ ବଦଳରେ ନକଲି ବିଜେଡି ଏଜେଣ୍ଟ କାର୍ଯ୍ୟ କରୁଥିବାର ଅଭିଯୋଗ ହୋଇଥିଲା । ଅଭିଯୋଗ ଆଣିଲେ ପ୍ରାର୍ଥୀ । ଅଧିକ ପଢନ୍ତୁ

ପୋଲିଂ ବୁଥରେ ନକଲି ଏଜେଣ୍ଟ
ପୋଲିଂ ବୁଥରେ ନକଲି ଏଜେଣ୍ଟ

କଟକ: ପୋଲିଂ ବୁଥରେ ନକଲି ଏଜେଣ୍ଟ । ବନ୍ଦ ହେଲା ମତଦାନ । କଟକ ୫୪ ନମ୍ବର ଓ୍ବାର୍ଡ ର ୪୦୩ ନମ୍ବର ବୁଥରେ ଅସଲି ଏଜେଣ୍ଟ ବଦଳରେ ନକଲି ବିଜେଡି ଏଜେଣ୍ଟ କାର୍ଯ୍ୟ କରୁଥିବାର ଅଭିଯୋଗ ହୋଇଥିଲା । ଅଭିଯୋଗ ଆଣିଲେ ପ୍ରାର୍ଥୀ । ଅଭିଯୋଗ ହେବା ପରେ ପରେ ଦୀର୍ଘ ଘଣ୍ଟା ଧରି ମତଦାନ ବନ୍ଦ ରହିବା ସହିତ ବୁଥ ପାଖରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ପୋଲିଂ ବୁଥରେ ନକଲି ଏଜେଣ୍ଟ

ମତଦାନ କରିବା ପାଇଁ ମତଦାତା ମାନେ ଅପେକ୍ଷା କରି ଫେରିଯାଇଥିଲେ । ପରବର୍ତ୍ତୀ ସମୟରେ ଏସିପି, ସ୍ଥାନୀୟ ଥାନାଧିକାରୀ , ସେଣ୍ଟର ଅଫିସର ପହିଞ୍ଚି ବୁଝାସୁଝା କରିବା ପରେ ପୁନର୍ବାର ମତଦାନ ଆରମ୍ଭ ହୋଇଥିଲା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.