ETV Bharat / city

ରେଭେନ୍ସା କଲିଜିଏଟ୍ ସ୍କୁଲ ମାଟି ସବୁବେଳେ ଗଣେଶ ଗଢିଛି,ରାବଣ ନୁହେଁ: ଜଷ୍ଟିସ ଅରିଜିତ ପଶାୟତ

author img

By

Published : Jul 2, 2022, 7:06 PM IST

Updated : Jul 2, 2022, 10:45 PM IST

ରେଭେନ୍ସା କଲିଜିଏଟ୍ ସ୍କୁଲକୁ ତିନିଟି ସ୍ମାର୍ଟ କ୍ଲାସ ରୁମ ଭେଟି ଦେଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ। ଅଧିକ ପଢନ୍ତୁ

ରେଭେନ୍ସା କଲିଜିଏଟ୍ ସ୍କୁଲ ମାଟି ସବୁବେଳେ ଗଣେଶ ଗଢିଛି,ରାବଣ ନୁହେଁ: ଜଷ୍ଟିସ ଅରିଜିତ ପଶାୟତ
ରେଭେନ୍ସା କଲିଜିଏଟ୍ ସ୍କୁଲ ମାଟି ସବୁବେଳେ ଗଣେଶ ଗଢିଛି,ରାବଣ ନୁହେଁ: ଜଷ୍ଟିସ ଅରିଜିତ ପଶାୟତ

କଟକ: ରେଭେନ୍ସା କଲିଜିଏଟ୍ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବା ଏହାର ପୂର୍ବତନ ଛାତ୍ର ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ ନିଜ ସ୍କୁଲକୁ ତିନିଟି ସ୍ମାର୍ଟ କ୍ଲାସ ରୁମ ଭେଟି ଦେଇଛନ୍ତି । ଏହି ଅବସରରେ ସ୍କୁଲ ପରିସରରେ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ତେବେ ସ୍କୁଲ ପରିଦର୍ଶନ ସମୟରେ ଜଷ୍ଟିସ ଅରିଜିତ ପଶାୟତ ସେ ପାଠ ପଠୁଥିବା କ୍ଲାସ ରୁମକୁ ଦେଖି ଭାବ ବିହ୍ବଳ ହୋଇଯାଇଥିଲେ ।

ରେଭେନ୍ସା କଲିଜିଏଟ୍ ସ୍କୁଲ ତାଙ୍କୁ ପରିଚୟ ଦେଇଛି ଏବଂ ତାଙ୍କର ସଫଳତା ପଛରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା କହିଛନ୍ତି, ଜଷ୍ଟିସ ଅରିଜିତ ପଶାୟତ । ସେହିପରି ଏହି ସ୍କୁଲ ମାଟି ସର୍ବଦା ଗଣେଶ ଗଢ଼ିଥାଏ । ମାତ୍ର କେବେ ରାବଣ ଗଢିନଥିବା କହିଛନ୍ତି ଜଷ୍ଟିସ ପଶାୟତ । ସରକାରୀ ସ୍କୁଲଗୁଡ଼ିକର ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପୋଷ୍ୟ ସ୍କୁଲ କାର୍ଯ୍ୟକ୍ରମରେ ରେଭେନ୍ସା କଲିଜିଏଟ୍କୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ଜଷ୍ଟିସ ଅରିଜିତ ପଶାୟତ ।

ଇଟିଭି ଭାରତ, କଟକ

Last Updated : Jul 2, 2022, 10:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.