ETV Bharat / city

ନିର୍ବାଚନୀ ଅନିୟମିତତା ମାମଲା: ଇସ୍ୟୁ ଫ୍ରେମ କଲେ ହାଇକୋର୍ଟ, ନଭେମ୍ବର ୪ରେ ପରବର୍ତ୍ତୀ ଶୁଣାଣୀ

author img

By

Published : Oct 14, 2022, 9:41 PM IST

ବାରବାଟୀ କଟକ ବିଧାନସଭା ନିର୍ବାଚନୀ ଅନିୟମିତତା ମାମଲାରେ ମୋଟ ୩୮ଟି ଇସ୍ୟୁକୁ ବିଚାର ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ । ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ନଭେମ୍ବର ୪ ତାରିଖରେ ହେବ ବୋଲି ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ନିର୍ବାଚନୀ ଅନିୟମିତତା ମାମଲା: ଇସ୍ୟୁ ଫ୍ରେମ କଲେ ହାଇକୋର୍ଟ, ନଭେମ୍ବର ୪ରେ ପରବର୍ତ୍ତୀ ଶୁଣାଣୀ
ନିର୍ବାଚନୀ ଅନିୟମିତତା ମାମଲା: ଇସ୍ୟୁ ଫ୍ରେମ କଲେ ହାଇକୋର୍ଟ, ନଭେମ୍ବର ୪ରେ ପରବର୍ତ୍ତୀ ଶୁଣାଣୀ

କଟକ: ବାରବାଟୀ କଟକ ବିଧାନସଭା ନିର୍ବାଚନୀ ଅନିୟମିତତା ମାମଲାରେ ଇସ୍ୟୁ ଫ୍ରେମ କଲେ ହାଇକୋର୍ଟ । ବିଧାୟକ ମହମ୍ମଦ ମୋକିମଙ୍କ ବିରୋଧରେ ମୋଟ ୩୮ଟି ଇସ୍ୟୁକୁ ବିଚାର ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ବାରବାଟୀ କଟକ ବିଧାନସଭା ନିର୍ବାଚନରେ ଅନୀୟମିତତା ହୋଇଥିବା ମାମଲାରେ ବିଧାୟକ ମୋକିମଙ୍କ ବିରୋଧରେ ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଆବେଦନ କରିଛନ୍ତି ।

ବଢ଼ିବାରେ ଲାଗିଛି ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଅଡ଼ୁଆ । ସେପଟେ ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ORHDC) ଦୁର୍ନୀତି ମାମଲାରେ ମଧ୍ୟ ଭିଜିଲାନ୍ସ କୋର୍ଟ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ପ୍ରତିକ୍ରିୟା ରଖି ବିଧାୟକ କହିଥିଲେ, "ବ୍ୟବସାୟ କରି ବିରୋଧୀ ଦଳରେ ରାଜନୀତି କଲେ ଏହି ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ବ୍ୟାଙ୍କରୁ ଦେଢ କୋଟି ଟଙ୍କା ଋଣ ନେଇଥିଲୁ । କୋଟିଏ ୨୬ ଲକ୍ଷ ଟଙ୍କା ଶୁଝିଛୁ । ଆଇଏଏସ ବିନୋଦ କୁମାରଙ୍କୁ ଟାର୍ଗେଟ କରି ମୋତେ ଫସାଇଛନ୍ତି । କୌଣସି ପ୍ରକାର ଦୁର୍ନୀତି ହୋଇନି ।" ଏନେଇ କୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ସେ ହାଇକୋର୍ଟରେ ଚାଲେଞ୍ଜ କରିବେ ବୋଲି କହିଥିଲେ ।

  • ବାରବାଟୀ କଟକ ନିର୍ବାଚନୀ ଅନିୟମିତତା ମାମଲା
  • ମାମଲା ଉପରେ ଇସ୍ୟୁ ଫ୍ରେମ୍ କଲେ ହାଇକୋର୍ଟ
  • ମୋଟ୍ ୩୮ଟି ଇସ୍ୟୁ ବିଚାର ପାଇଁ ଗ୍ରହଣ କଲେ ହାଇକୋର୍ଟ
  • ଆସନ୍ତା ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି
  • ବିଧାୟକ ମୋକିମଙ୍କ ବିଜୟକୁ ଚ୍ୟାଲେଞ୍ଜ୍ କରିଛନ୍ତି ଦେବାଶିଷ ସାମନ୍ତରାୟ

ତେବେ ଗତ ନିର୍ବାଚନରେ ବାରବାଟୀ କଟକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନିୟମିତତା ହୋଇଥିବା ନେଇ ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ହାଇକୋର୍ଟରେ ପଟିସନ ଦାଖଲ କରିଥିଲେ । ଏନେଇ ୩୮ଟି ଇସ୍ୟୁକୁ ବିଚାର ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ମନୋନୟନ ଦାଖଲ ସମୟରେ ସଠିକ ଫର୍ମରେ ଦାଖଲ କରାଯାଇଛି କି ନାହିଁ, ସମ୍ପତ୍ତି ଏବଂ ଅପରାଧିକ ମାମଲା ପ୍ରସଙ୍ଗରେ ତଥ୍ୟ ସମ୍ପୂର୍ଣ ଦେଇଛନ୍ତି କି, ଏହିପରି ମୋଟ ୩୮ ଟି ଇସ୍ୟୁ ଫ୍ରେମ କରାଯାଇଛି । ଉଭୟ ଆବେଦନକାରୀ ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଏବଂ ବିଧାୟକ ମହମ୍ମଦ ମୋକିମଙ୍କ ପକ୍ଷରୁ ଦାଖଲ କରାଯାଇଥିବା ବିଭିନ୍ନ ଦସ୍ତାବିଜକୁ ଯାଞ୍ଚ କରିବା ପରେ ଆସନ୍ତା ନଭେମ୍ବର ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.