ETV Bharat / city

Cyclone Jawad effect: କଟକରେ ବର୍ଷା ରେକର୍ଡ, ଜନଜୀବନ ଅସ୍ତବ୍ୟସ୍ତ

author img

By

Published : Dec 5, 2021, 10:54 PM IST

କଟକ ଜିଲ୍ଲାରେ ସାମୁଦ୍ରିକ ବାତ୍ୟା ଜୱାଦ (Cyclone Jawad) ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ 403 ମିଲିମିଟର ବର୍ଷା ରେକର୍ଡ ହୋଇଛି। ଅଧିକ ପଢନ୍ତୁ

rainfall r
କଟକରେ ବର୍ଷା ରେକର୍ଡ , ଜନଜୀବନ ଅସ୍ତବ୍ୟସ୍ତ

କଟକ: ଜିଲ୍ଲାରେ ସାମୁଦ୍ରିକ ବାତ୍ୟା ଜୱାଦ (Cyclone Jawad) ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ସହିତ ପବନ ହୋଇଛି। ବିଶେଷ କରି ଅମଳ ହୋଇଥିବା ଚାଷ ଜମିରେ ବର୍ଷା ଯୋଗୁଁ ଏକର ଏକର ଜମିରେ ଧାନ ଚାଷ ନଷ୍ଟ ହୋଇଯାଇଛି ।

କଟକରେ ବର୍ଷା ରେକର୍ଡ , ଜନଜୀବନ ଅସ୍ତବ୍ୟସ୍ତ

ବାତ୍ୟା ଜୱାଦ ପ୍ରଭାବରେ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଆଜି ଦିନ ସାରା ବର୍ଷା ହୋଇଛି । ବାତ୍ୟା ଜୱାଦ ପ୍ରଭାବରେ ଜିଲ୍ଲାରେ 403 ମିଲିମିଟର ବର୍ଷା ରେକର୍ଡ ହୋଇଛି । ଆଠଗଡ଼ରେ 15 ମିମି, ବାଙ୍କୀ ଡ଼ମପଡାରେ 45 ମିମି,ବାରଙ୍ଗରେ 20 ମିମି,ବଡ଼ମ୍ବାରେ 2 ମିମି, ସଦର 31 ମିମି ,କଣ୍ଟାପଡା 45 ମିମି ,ମାହାଙ୍ଗାରେ 38 ମିମି, ନିଆଳିରେ 96 ମିମି, ନିଶ୍ଚିତକୋଇଲିରେ 15 ମିମି, ନରସିଂହପୁରରେ 6 ମିମି , ସାଲେପୁର ରେ 20 ମିମି , ଟାଙ୍ଗୀ ଚୌଦ୍ବାରରେ 65, ଓ ତିଗିରିଆରେ 5 ମିମି ବର୍ଷା ରେକର୍ଡ କରାଯାଇଛି।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.