ETV Bharat / city

POCSO Court: ନାବାଳିକାକୁ ଦୁଷ୍କର୍ମ ମାମଲା, ଦୋଷୀଙ୍କୁ 14ବର୍ଷ କାରାଦଣ୍ଡ

author img

By

Published : Dec 27, 2021, 10:33 PM IST

ଜନୈକା ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଆସାମୀକୁ ୧୪ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କାର ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି କଟକର ସ୍ଵତନ୍ତ୍ର ପୋକ୍ସୋ ଅଦାଲତ । ଅଧିକ ପଢନ୍ତୁ

Pocso court: ଦୁଷ୍କର୍ମ ଦୋଷୀଙ୍କୁ 14 ବର୍ଷ  ସଶ୍ରମ କାରାଦଣ୍ଡାଦେଶ
Pocso court: ଦୁଷ୍କର୍ମ ଦୋଷୀଙ୍କୁ 14 ବର୍ଷ ସଶ୍ରମ କାରାଦଣ୍ଡାଦେଶ

କଟକ: ଜନୈକା ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଆସାମୀକୁ ୧୪ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କାର ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି କଟକର ସ୍ଵତନ୍ତ୍ର ପୋକ୍ସୋ ଅଦାଲତ । ଏହାସହ ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡାଦେଶ ରାୟ ଶୁଣାଇଛନ୍ତି ସ୍ବତନ୍ତ୍ର ପୋକ୍ସୋ ଅଦାଲତ।

Pocso court: ଦୁଷ୍କର୍ମ ଦୋଷୀଙ୍କୁ 14 ବର୍ଷ ସଶ୍ରମ କାରାଦଣ୍ଡାଦେଶ

ସେହିପରି ପୀଡିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ ଦିଆଯାଇ ଥିବା ବେଳେ ଜିଲା ଆଇନସେବା ପ୍ରାଧିକରଣ ଜରିଆରେ ଏହି କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶନାମାରେ କହିଛନ୍ତି ।

ଘଟଣା ଅନୁସାରେ କଟକ ଚୌଦ୍ବାର ଅଞ୍ଚଳରେ ୨୦୧୫ ମସିହା ଜୁନ ୨୭ ରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା । ପୀଡିତା ସେତେବେଳେ ୧୪ ବର୍ଷର ନାବାଳିକା ଥିଲେ। ନିଜ ପୁତୁରାର ଏକୋଇଶିଆ କାର୍ଯ୍ୟକ୍ରମରେ ଯୋଗଦେବାକୁ ତାଙ୍କ ଘରକୁ କିଛି ବନ୍ଧୁ ବାନ୍ଧବ ଆସିଥିଲେ । ଅତିଥୀଙ୍କ ପାଇଁ ଥଣ୍ଡା ପାନୀୟ ଆଣିବା ପାଇଁ ଯାଇଥିବା ବେଳେ ପୀଡିତା ଦୁଷ୍କର୍ମର ଶିକାର ହୋଇଥିଲେ ।

କଟକ ପୋକ୍ସୋ ଅଦାଲତ ଏହି ମାମଲାର ଶୁଣାଣି କରି ୧୬ ଟି ତଥ୍ୟ ପ୍ରମାଣ ଓ ୧୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.